ମନମୋହନଙ୍କୁ ମୁଖାଗ୍ନୀ ଦେଲେ ବଡଝିଅ, ପୁଅ ପରି କାନ୍ଧ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ ୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତିନି ବାହିନୀ ପକ୍ଷରୁ ତୋପ ସଲାମି ଦିଆଯାଇଥିଲା । ଶିଖ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଓ ପରିବାର ସଦସ୍ୟଙ୍କ ଗୁରୁବାଣୀ ଶ୍ଳୋକ ମଧ୍ୟରେ ବଡଝିଅ ଉପିନ୍ଦର ସିଂହ ମୁଖାଗ୍ନୀ ଦେଇଥିଲେ ।ଶେଷକୃତ୍ୟ ସମୟରେ ମନମୋହନଙ୍କ ପତ୍ନୀ ଗୁରୁଶରଣ କୌର, ବଡଝିଅ ଉପିନ୍ଦର ସିଂହ (୬୫), ଦ୍ୱିତୀୟ ଝିଅ ଦମନ ସିଂହ(୬୧) ଓ ସାନଝିଅ ଅମୃତ ସିଂହ (୫୮) ନିଗମବୋଧ ଘାଟରେ ଉପସ୍ଥିତ ଥିଲେ । ଡକ୍ଟର ସିଂହଙ୍କ ପାର୍ଥିବ ଶରୀରକୁ ଆଜି ସକାଳ ୮ଟା ୩୦ରେ ଫୁଲରେ ସଜ୍ଜିତ ଏକ ସେନା ଗାଡିରେ ୩ ମୋତିଲାଲ ନେହରୁ ରୋଡ୍‌ରେ ଥିବା ତାଙ୍କ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ତାଙ୍କର ପ୍ରିୟ ନେତାଙ୍କୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସକାଳ ୯ଟା ୩୦ରେ ସେଠାରୁ ନିଗମବୋଧ ଘାଟ ଅଭିମୁଖେ ଶବ ଶୋଭାଯାତ୍ରା ବାହାରିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ଏକାଠି ହୋଇ ତାଙ୍କର ପ୍ରିୟ ନେତାଙ୍କୁ ଶେଷଦର୍ଶନ କରିଥିଲେ । ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ତ୍ରିରଙ୍ଗା ପତାକାରେ ଢ଼ଙ୍କା ଯାଇଥିବା ପାର୍ଥିବ ଶରୀରକୁ ନେଇଯାଉଥିବା ଗାଡିରେ ଡକ୍ଟର ସିଂ

ମନମୋହନଙ୍କୁ ମୁଖାଗ୍ନୀ ଦେଲେ ବଡଝିଅ, ପୁଅ ପରି କାନ୍ଧ ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ ୨୯/୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତିନି ବାହିନୀ ପକ୍ଷରୁ ତୋପ ସଲାମି ଦିଆଯାଇଥିଲା । ଶିଖ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଓ ପରିବାର ସଦସ୍ୟଙ୍କ ଗୁରୁବାଣୀ ଶ୍ଳୋକ ମଧ୍ୟରେ ବଡଝିଅ ଉପିନ୍ଦର ସିଂହ ମୁଖାଗ୍ନୀ ଦେଇଥିଲେ ।

ଶେଷକୃତ୍ୟ ସମୟରେ ମନମୋହନଙ୍କ ପତ୍ନୀ ଗୁରୁଶରଣ କୌର, ବଡଝିଅ ଉପିନ୍ଦର ସିଂହ (୬୫), ଦ୍ୱିତୀୟ ଝିଅ ଦମନ ସିଂହ

(୬୧) ଓ ସାନଝିଅ ଅମୃତ ସିଂହ (୫୮) ନିଗମବୋଧ ଘାଟରେ ଉପସ୍ଥିତ ଥିଲେ । ଡକ୍ଟର ସିଂହଙ୍କ ପାର୍ଥିବ ଶରୀରକୁ ଆଜି ସକାଳ ୮ଟା ୩୦ରେ ଫୁଲରେ ସଜ୍ଜିତ ଏକ ସେନା ଗାଡିରେ ୩ ମୋତିଲାଲ ନେହରୁ ରୋଡ୍‌ରେ ଥିବା ତାଙ୍କ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ତାଙ୍କର ପ୍ରିୟ ନେତାଙ୍କୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ସକାଳ ୯ଟା ୩୦ରେ ସେଠାରୁ ନିଗମବୋଧ ଘାଟ ଅଭିମୁଖେ ଶବ ଶୋଭାଯାତ୍ରା ବାହାରିଥିଲା । ରାସ୍ତାର ଉଭୟ ପାଶ୍ୱର୍ରେ ହଜାର ହଜାର ଲୋକ ଏକାଠି ହୋଇ ତାଙ୍କର ପ୍ରିୟ ନେତାଙ୍କୁ ଶେଷଦର୍ଶନ କରିଥିଲେ । ସ୍ଲୋଗାନରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠିଥିଲା । ତ୍ରିରଙ୍ଗା ପତାକାରେ ଢ଼ଙ୍କା ଯାଇଥିବା ପାର୍ଥିବ ଶରୀରକୁ ନେଇଯାଉଥିବା ଗାଡିରେ ଡକ୍ଟର ସିଂହଙ୍କ ସମ୍ପର୍କୀୟଙ୍କ ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବସିଥିବାର ଦେଖାଯାଇଥିଲା । 

ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ଡକ୍ଟର ସିଂହଙ୍କ ପାର୍ଥିବ ଶରୀର ନିଗମବୋଧ ଘାଟରେ ପହଞ୍ଚିଥିଲା । ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୁଟାନ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ, ମରିସସ ବିଦେଶ ମନ୍ତ୍ରୀ ଋତିଶ ରାମଫୁଲ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍‌ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଡକ୍ଟର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସେଠାରେ ଉପସ୍ଥିତ ଥିବା ଡକ୍ଟର ସିଂହଙ୍କ ପରିବାର ସଦସ୍ୟଙ୍କୁ ଭେଟି ଆଲୋଚନା କରିଥିଲେ । ପରେ ତିନି ବାହିନୀ ପକ୍ଷରୁ ତୋପ ସଲାମି ଦିଆଯିବା ସହ ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।