ବିବାଦ ପରେ କର୍ଣ୍ଣାଟକ ସରକାରଙ୍କ ୟୁ-ଟର୍ଣ୍ଣ, ଘରୋଇ ଚାକିରୀରେ ସଂରକ୍ଷଣ ଉପରେ ଲାଗିଲା ରୋକ

ବେଙ୍ଗାଲୁରୁ ୧୭।୭: କର୍ଣ୍ଣାଟକ ସରକାର ପ୍ରାଇଭେଟ ସେକ୍ଟରର ‘ସି’ ଓ ‘ଡି’ କ୍ୟାଟଗରି ଚାକିରୀରେ ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ସରକାର ଏହି ବିଧେୟକ ଉପରେ ପୁନର୍ବିଚାର କରିବେ। ଏହି ସଂରକ୍ଷଣ ନିମନ୍ତେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ପରେ ବିବାଦ ଉପୁଜିଥିଲା। ଏଣୁ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ କରିଛି। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ପ୍ରାଇଭେଟ ସେକ୍ଟର ଚାକିରୀରେ କନ୍ନଡ ଲୋକଙ୍କୁ ୧୦୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ତାଙ୍କ ଏକ୍ସ ରେ ଏକ ପୋଷ୍ଟ କରିଥିଲେ। ଏହି ପୋଷ୍ଟକୁ ମୁଖ୍ୟମନ୍ତ୍ରୀ ପରେ ତାଙ୍କ ହ୍ୟାଣ୍ଡଲରୁ ହଟାଇ ଦେଇଥିଲେ। ତେବେ ଏହା ସ୍ଥାନରେ ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ କ୍ୟାବିନେଟ୍ କର୍ଣ୍ଣାଟକର ଘରୋଇ ଉଦ୍ୟୋଗ ଓ ସଙ୍ଗଠନରେ ପ୍ରଶାସନିକ ପଦ ପଦବୀ ନିମନ୍ତେ ୫୦ ପ୍ରତିଶତ ଓ ଅଣ ପ୍ରଶାସନିକ ପଦରେ ୭୫ ପ୍ରତିଶତ ସଂରକ୍ଷଣ ଧାର୍ଯ୍ୟ କରୁଥିବା ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ସିଦ୍ଦ ରମୈୟା କହିଥିଲେ ଯେ ଆମ ସରକାରଙ୍କ ଇଛା ଯେ କନ୍ନଡ ଲୋକଙ୍କୁ ନିଜ ଜନ୍ମଭୂମିରେ ଆରାମଦାୟକ ଜୀବନ ବିତାଇବାକୁ ଅବସର ଦିଆଯାଉ। ସେ କହିଥିଲେ ଯେ ଆମେ କନ୍ନଡ ସମର୍ଥକ ସରକାର ଓ କନ୍ନଡ ଲୋକଙ୍କ କଲ୍ୟାଣକୁ ଧ୍ୟାନ ଦେବା ଆମର ପ୍ରାଥମିକତା। ତେବେ ଏହା ପରେ ସିଦ୍ଦା ରମୈୟା ମଙ୍ଗଳବାର ଏକ୍ସ ରେ ଯେଉଁ ପୋଷ୍ଟ କରିଥ

ବିବାଦ ପରେ କର୍ଣ୍ଣାଟକ ସରକାରଙ୍କ ୟୁ-ଟର୍ଣ୍ଣ, ଘରୋଇ ଚାକିରୀରେ ସଂରକ୍ଷଣ ଉପରେ ଲାଗିଲା ରୋକ

ବେଙ୍ଗାଲୁରୁ ୧୭।୭: କର୍ଣ୍ଣାଟକ ସରକାର ପ୍ରାଇଭେଟ ସେକ୍ଟରର ‘ସି’ ଓ ‘ଡି’ କ୍ୟାଟଗରି ଚାକିରୀରେ ସ୍ଥାନୀୟ ଲୋକଙ୍କୁ ସଂରକ୍ଷଣ ଦେବା ପାଇଁ ନିଷ୍ପତ୍ତି ଉପରେ ରୋକ ଲଗାଇ ଦେଇଛନ୍ତି। ସରକାର ଏହି ବିଧେୟକ ଉପରେ ପୁନର୍ବିଚାର କରିବେ। ଏହି ସଂରକ୍ଷଣ ନିମନ୍ତେ କର୍ଣ୍ଣାଟକ ସରକାରଙ୍କ ନିଷ୍ପତ୍ତି ପରେ ବିବାଦ ଉପୁଜିଥିଲା। ଏଣୁ କ୍ୟାବିନେଟ୍ ନିଷ୍ପତ୍ତିକୁ ସ୍ଥଗିତ କରିଛି। ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦା ରମୈୟା ପ୍ରାଇଭେଟ ସେକ୍ଟର ଚାକିରୀରେ କନ୍ନଡ ଲୋକଙ୍କୁ ୧୦୦ ପ୍ରତିଶତ ସଂରକ୍ଷଣ ଦେବା ପାଇଁ ତାଙ୍କ ଏକ୍ସ ରେ ଏକ ପୋଷ୍ଟ କରିଥିଲେ। 

ଏହି ପୋଷ୍ଟକୁ ମୁଖ୍ୟମନ୍ତ୍ରୀ ପରେ ତାଙ୍କ ହ୍ୟାଣ୍ଡଲରୁ ହଟାଇ ଦେଇଥିଲେ। ତେବେ ଏହା ସ୍ଥାନରେ ଆଉ ଏକ ପୋଷ୍ଟ କରିଥିଲେ। ଏଥିରେ ସେ ଉଲ୍ଲେଖ କରିଥିଲେ ଯେ କ୍ୟାବିନେଟ୍ କର୍ଣ୍ଣାଟକର ଘରୋଇ ଉଦ୍ୟୋଗ ଓ ସଙ୍ଗଠନରେ ପ୍ରଶାସନିକ ପଦ ପଦବୀ ନିମନ୍ତେ ୫୦ ପ୍ରତିଶତ ଓ ଅଣ ପ୍ରଶାସନିକ ପଦରେ ୭୫ ପ୍ରତିଶତ ସଂରକ୍ଷଣ ଧାର୍ଯ୍ୟ କରୁଥିବା ବିଧେୟକକୁ ମଞ୍ଜୁରୀ ଦେଇଛନ୍ତି। ଏଥିରେ ସିଦ୍ଦ ରମୈୟା କହିଥିଲେ ଯେ ଆମ ସରକାରଙ୍କ ଇଛା ଯେ କନ୍ନଡ ଲୋକଙ୍କୁ ନିଜ ଜନ୍ମଭୂମିରେ ଆରାମଦାୟକ ଜୀବନ ବିତାଇବାକୁ ଅବସର ଦିଆଯାଉ। 

ସେ କହିଥିଲେ ଯେ ଆମେ କନ୍ନଡ ସମର୍ଥକ ସରକାର ଓ କନ୍ନଡ ଲୋକଙ୍କ କଲ୍ୟାଣକୁ ଧ୍ୟାନ ଦେବା ଆମର ପ୍ରାଥମିକତା। ତେବେ ଏହା ପରେ ସିଦ୍ଦା ରମୈୟା ମଙ୍ଗଳବାର ଏକ୍ସ ରେ ଯେଉଁ ପୋଷ୍ଟ କରିଥିଲେ ସେଥିରେ ଉଲ୍ଲେଖ କରିଥିଲେ ଯେ କ୍ୟାବିନେଟ ବୈଠକରେ ରାଜ୍ୟରେ ଥିବା ଘରୋଇ କ୍ଷେତ୍ରର ସମସ୍ତ ‘ସି’ ଓ ‘ଡି’ ଗ୍ରେଡ ପଦଗୁଡିକରେ ୧୦୦ ପ୍ରତିଶତ କନ୍ନଡ ଲୋକଙ୍କ ନିଯୁକ୍ତି ଅନିବାର୍ଯ୍ୟ କରିବା ପାଇଁ ଏକ ବିଧେୟକକୁ ମଞ୍ଜୁରି  ମିଳିଛି। ତେବେ ମୁଖ୍ୟମନ୍ତ୍ରୀ ପରେ ଏହି ପୋଷ୍ଟକୁ ଡିଲିଟ କରିଦେଇଛନ୍ତି। 

ତେବେ ଏହି ଆଇନକୁ ଜୋରଦାର ବିରୋଧ କରାଯାଇଛି। ବିଭିନ୍ନ ଆଇଟି କମ୍ପାନୀ ଏହାକୁ ବିରୋଧ କରି କର୍ଣ୍ଣାଟକ ଛାଡ଼ିବା କଥା କହିଛନ୍ତି। ଇଣ୍ଡିଆନ ଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ଗ୍ରୁପ ନ୍ୟାସନାଲ ଆସୋସିଏସନ ଅଫ୍ ସଫ୍ଟୱୟାର ଆଣ୍ଡ ସର୍ଭିସ ନିଷ୍ପତ୍ତିକୁ ବିରୋଧ କରିଛି। କର୍ଣ୍ଣାଟକ ରାଜ୍ୟ ନିଯୁକ୍ତି, ସ୍ଥାନୀୟ ଶିଳ୍ପ କାରଖାନା ପ୍ରତିଷ୍ଠା ଆଇନ ବିଲ୍ ୨୦୨୪ ରାଜ୍ୟ ଆଇଟି ସେକ୍ଟରକୁ ପ୍ରଭାବିତ କରିବ। ଆଇଟି କମ୍ପାନୀଗୁଡ଼ିକ ଏଠାରୁ ଚାଲିଯିବାକୁ ବାଧ୍ୟ ହେବେ ବୋଲି ନାସକମ ଧମକ ଦେବା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି।   ବିରୋଧ ପରେ ବାଧ୍ୟ ହୋଇ ରାଜ୍ୟ ସରକାର ବିଲ୍ କୁ ସ୍ଥଗିତ ରଖିଛନ୍ତି।