୮ ବର୍ଷ ପରେ ଲଢେଇ ପରେ ବିଚ୍ଛେଦ, ଛାଡପତ୍ର ନେଲେ ଆଞ୍ଜୋଲିନା ଜୋଲି- ବ୍ରାଡ୍‌ ପିଟ୍‌

ମୁମ୍ଵାଇ ୦୧।୧୨; ହଲିଉଡ ତାରକା ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌। ଦୁହେଁ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଛନ୍ତି। ଏକ ସମୟ ଥିଲା ଯେତେବେଳେ ଲୋକେ ଦୁହିଁଙ୍କୁ ହଲିଉଡ ଇଣ୍ଡଷ୍ଟ୍ରିର ପାୱାର କପଲ ନାମରେ ଜାଣୁଥିଲେ। ବର୍ତ୍ତମାନ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଛି। ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌ ୨୦୧୪ରେ ବିବାହ କରିଥିଲେ । ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨ ବର୍ଷର ବିବାହ ପରେ ୮ ବର୍ଷ ଧରି ଚାଲିଥିବା ମାମଲା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଉଭୟଙ୍କର ଏହି ଛାଡପତ୍ର ବହୁ ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା।ଆଞ୍ଜେଲିନା ଜୋଲିଙ୍କ ଓକିଲ ବାର୍ତ୍ତାଳାପରେ କହିଛନ୍ତି ଯେ, ଅଭିନେତ୍ରୀ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ବହୁତ ଖୁସି ଅନୁଭବ କରୁଛନ୍ତି। ୮ ବର୍ଷରୁ ଅଧିକ ସମୟ ପୂର୍ବରୁ ଆଞ୍ଜେଲିନା ବ୍ରାଡ୍‌ ପିଟ୍‌ଙ୍କ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଞ୍ଜେଲିନା ଜୋଲି ୨୦୧୪ ରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କୁ ବିବାହ କରିଥିଲେ। ଏହି ବିବାହରେ ଦୁହେଁ ବହୁତ ଖୁସି ଥିଲେ। ୨୦୧୬ରେ ଆଞ୍ଜେଲିନା ଜୋଲି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଞ୍ଜେଲିନା ଅଭିଯୋଗ ଆଣିଥିଲେ ଯେ, ୟୁରୋପରୁ ଫେରୁଥିବା ସମୟରେ ଏକ ଘରୋଇ ବିମାନରେ ବ୍ରାଡ୍‌ ପିଟ୍‌ ତାଙ୍କୁ ମାରପିଟ କରିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ୨୦୧୮ରେ ଜୋଲି ବ୍ରାଡଙ୍କୁ ଦୋଷ

୮ ବର୍ଷ ପରେ ଲଢେଇ ପରେ ବିଚ୍ଛେଦ, ଛାଡପତ୍ର ନେଲେ ଆଞ୍ଜୋଲିନା ଜୋଲି- ବ୍ରାଡ୍‌ ପିଟ୍‌

ମୁମ୍ଵାଇ ୦୧।୧୨; ହଲିଉଡ ତାରକା ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌। ଦୁହେଁ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଛାଡପତ୍ର ନେଇଛନ୍ତି। ଏକ ସମୟ ଥିଲା ଯେତେବେଳେ ଲୋକେ ଦୁହିଁଙ୍କୁ ହଲିଉଡ ଇଣ୍ଡଷ୍ଟ୍ରିର ପାୱାର କପଲ ନାମରେ ଜାଣୁଥିଲେ। ବର୍ତ୍ତମାନ ଦୁହିଁଙ୍କ ରାସ୍ତା ସବୁଦିନ ପାଇଁ ଅଲଗା ହୋଇଯାଇଛି। ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍‌ ପିଟ୍‌ ୨୦୧୪ରେ ବିବାହ କରିଥିଲେ । ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨ ବର୍ଷର ବିବାହ ପରେ ୮ ବର୍ଷ ଧରି ଚାଲିଥିବା ମାମଲା ସମସ୍ତଙ୍କୁ ଚକିତ କରି ଦେଇଥିଲା। ଉଭୟଙ୍କର ଏହି ଛାଡପତ୍ର ବହୁ ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା।

ଆଞ୍ଜେଲିନା ଜୋଲିଙ୍କ ଓକିଲ ବାର୍ତ୍ତାଳାପରେ କହିଛନ୍ତି ଯେ, ଅଭିନେତ୍ରୀ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ବହୁତ ଖୁସି ଅନୁଭବ କରୁଛନ୍ତି। ୮ ବର୍ଷରୁ ଅଧିକ ସମୟ ପୂର୍ବରୁ ଆଞ୍ଜେଲିନା ବ୍ରାଡ୍‌ ପିଟ୍‌ଙ୍କ ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଞ୍ଜେଲିନା ଜୋଲି ୨୦୧୪ ରେ ଅଭିନେତା ବ୍ରାଡ୍‌ ପିଟ୍‌ଙ୍କୁ ବିବାହ କରିଥିଲେ। ଏହି ବିବାହରେ ଦୁହେଁ ବହୁତ ଖୁସି ଥିଲେ। ୨୦୧୬ରେ ଆଞ୍ଜେଲିନା ଜୋଲି ଛାଡପତ୍ର ପାଇଁ ଆବେଦନ କରିଥିଲେ। 

ଆଞ୍ଜେଲିନା ଅଭିଯୋଗ ଆଣିଥିଲେ ଯେ, ୟୁରୋପରୁ ଫେରୁଥିବା ସମୟରେ ଏକ ଘରୋଇ ବିମାନରେ ବ୍ରାଡ୍‌ ପିଟ୍‌ ତାଙ୍କୁ ମାରପିଟ କରିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ୨୦୧୮ରେ ଜୋଲି ବ୍ରାଡଙ୍କୁ ଦୋଷାରୋପ କରିଥିଲେ ଯେ ଅଲଗା ହେବା ପରେ ପିଲାମାନଙ୍କୁ ଆବଶ୍ୟକ ତଥା ଅର୍ଥପୂର୍ଣ୍ଣ ସହାୟତା ପ୍ରଦାନ କରୁନାହାଁନ୍ତି। ତେବେ ଅଭିନେତାଙ୍କ ଓକିଲ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ୨୦୧୯ ମସିହାରେ କୋର୍ଟ ତାଙ୍କୁ ଆଇନଗତ ଭାବେ ସିଙ୍ଗଲ ଘୋଷଣା କରିଥିଲେ। ଭୋଗ୍ ମାଗାଜିନ ସହିତ ଏକ ବାର୍ତ୍ତାଳାପରେ ଅଭିନେତ୍ରୀ କହିଥିଲେ ଯେ ସେ ନିଜ ପିଲାମାନଙ୍କ କଲ୍ୟାଣ ପାଇଁ ଛାଡପତ୍ର ନିଷ୍ପତ୍ତି ନେଇଛନ୍ତି।