ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ

ବିଶାଖାପାଟଣା,୪।୪: ବୋଲର୍‌ଙ୍କୁ ପ୍ରହାର, ଫ୍ଲପ୍‌ ବ୍ୟାଟିଂ ଏବଂ ୧୦୬ ରନ୍‌ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍‌ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ନିରାଶ ନଜର ଆସିଥିଲେ। ପଣ୍ଟିଂ ସର୍ବସମ୍ମୁଖରେ ବୋଲର୍‌ଙ୍କ କ୍ଲାସ ନେଇଥିଲେ। ମ୍ୟାଚ୍‌ ପରେ ସେ ଏଭଳି କିଛି କହିଥିଲେ ଯାହାକି ଦଳ ପ୍ରତି ହୋଇଥିବା ଅନ୍ୟାୟ ଉପରେ ରହିଥିଲା। […] The post ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ appeared first on Dharitri Odia News.

ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ

ବିଶାଖାପାଟଣା,୪।୪: ବୋଲର୍‌ଙ୍କୁ ପ୍ରହାର, ଫ୍ଲପ୍‌ ବ୍ୟାଟିଂ ଏବଂ ୧୦୬ ରନ୍‌ର ପରାଜୟ…ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଚତୁର୍ଥ ମ୍ୟାଚ୍‌ ବହୁତ ଖରାପ ଥିଲା। କୋଲକାତା ନାଇଟ ରାଇଡର୍ସ ଏକତରଫା ଭାବେ ଦିଲ୍ଲୀକୁ ହରାଇଥିଲା। ଏହି ପରାଜୟ ପରେ ଦିଲ୍ଲୀ ଅଧିନାୟକ ପନ୍ତ ଏବଂ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ନିରାଶ ନଜର ଆସିଥିଲେ। ପଣ୍ଟିଂ ସର୍ବସମ୍ମୁଖରେ ବୋଲର୍‌ଙ୍କ କ୍ଲାସ ନେଇଥିଲେ। ମ୍ୟାଚ୍‌ ପରେ ସେ ଏଭଳି କିଛି କହିଥିଲେ ଯାହାକି ଦଳ ପ୍ରତି ହୋଇଥିବା ଅନ୍ୟାୟ ଉପରେ ରହିଥିଲା। ଏହା ଡିଆର୍‌ଏସ୍‌କୁ ନେଇ ଥିଲା।

ଦିଲ୍ଲୀ ପରାଜୟର ମୁଖ୍ୟ କାରଣ ବୋଲିଂ କେବଳ ନ ଥିଲା। ପନ୍ତ କରିଥିବା ୨ଟି ଭୁଲ ମଧ୍ୟ ପରାଜୟକୁ ବାଟ କଢ଼ାଇ ନେଇଥିଲା। କୋଲକାତା ଇନିଂସର ଚତୁର୍ଥ ଓଭରରେ ଈଶାନ୍ତ ଶର୍ମାଙ୍କ ବଲ୍‌ରେ ସୁନୀଲ ନରେନ୍‌ ବ୍ୟାଟ୍‌ରୁ କ୍ୟାଚ୍‌ ଆସିଥିଲା। ଏହାକୁ ପନ୍ତ ଧରିଥିଲେ। ହେଲେ ଅମ୍ପାୟାର ନଟଆଉଟ୍‌ ଦେଇଥିଲେ। ପନ୍ତଙ୍କ ପାଖରେ ଡିଆର୍‌ଏସ୍‌ ନେବାକୁ ସୁଯୋଗ ଥିଲା। ହେଲେ ସେ ସାଥି ଖେଳାଳିଙ୍କ ସହ ଆଲୋଚନା କରୁଥିବା ବେଳେ ସମୟ ହୋଇଯାଇଥିଲା। ସେ ଇଙ୍ଗିତ କରିବା ସମୟରେ ତାଙ୍କର ୧୫ ସେକେଣ୍ଡ ଶେଷ ହୋଇଥିବା ଅମ୍ପାୟାର କହିଥିଲେ। ପନ୍ତ ଏହାକୁ ନେଇ ଅମ୍ପାୟାରଙ୍କ ସହ କଥା କଟାକଟି ହୋଇଥିଲେ। ହେଲେ ସେ ରାଜି ହୋଇ ନ ଥିଲେ।

ଏନେଇ ପଚରାଯିବାରେ ପନ୍ତ କହିଥିଲେ, ମଇଦାନରେ ହୋହଲ୍ଲା ହେଉଥିଲା। ଏଣୁ ସେ ବ୍ୟାଟ୍‌ର ଶବ୍ଦ ଶୁଣିପାରି ନ ଥିଲେ। ମଇଦାନରେ ଲାଗିଥିବା ସ୍କ୍ରିନରେ ଟାଇମର ଥିଲେ ଡିଆର୍‌ଏସ୍‌ ନିଷ୍ପତ୍ତି ସେ ଶୀଘ୍ର କରିପାରିଥାନ୍ତେ। ଯଦି ସେ ତାହା କରିଥାନ୍ତେ ତେବେ ମ୍ୟାଚର ପରିଣାମ ଅଲଗା ହୋଇଥାନ୍ତା। ହେଲେ କିଛି ଜିନିଷ ନିଜ ନିୟନ୍ତ୍ରଣରେ ନ ଥାଏ ବୋଲି ପନ୍ତ କହିଛନ୍ତି।

ତେବେ ଯଦି ବିଶାଖାପାଟଣା ମଇଦାନରେ ଲାଗିଥିବା ସ୍କ୍ରିନ୍‌ରେ ଟାଇମର ଦେଖାଯାଇନାହିଁ ତେବେ ଏହା ଏକ ଗମ୍ଭୀର ବିଷୟ ବୋଲି କୁହାଯାଉଛି। ଏନେଇ ଦିଲ୍ଲୀ ଟିମ୍‌ ଅଭିଯୋଗ ମଧ୍ୟ କରିବା ଉଚିତ ବୋଲି ପ୍ରଶଂସକ ଦାବି କରୁଛନ୍ତି।

The post ଦିଲ୍ଲୀ ପ୍ରତି ହୋଇଛି ବଡ଼ ଅନ୍ୟାୟ? ପ୍ରଶ୍ନ ଉଠାଇଲେ ପନ୍ତ appeared first on Dharitri Odia News.