ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ
ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍ ଡିଭିଜନ ନାଭାଲ ଏନ୍ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ ନେବା ନିମନ୍ତେ ସୋମବାର ସକାଳୁ ଭୁବନେଶ୍ୱରରୁ ବାହାରି ଦିଲ୍ଲୀ ଏନ୍ସିସି ମୁଖ୍ୟାଳୟରେ ପହଞ୍ଚତ୍ଛନ୍ତି। ଓଡ଼ିଶା ଏନ୍ସିସି ଡାଇରେକ୍ଟରେଟରୁ ୧୨୭ ଜଣିଆ ଆର୍ମି, ନାଭାଲ ତଥା ଏୟାରଫୋର୍ସ କ୍ୟାଡଟର ଦଳ ରାଜ୍ୟ ତରଫରୁ ଡ୍ରିଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟକୁ ଫେରିବେ। ପ୍ରଥମ […] The post ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ appeared first on Dharitri Odia News.
ଗଞ୍ଜାମ,୩୦ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ କଲେଜ ସିନିୟର୍ ଡିଭିଜନ ନାଭାଲ ଏନ୍ସିସି କ୍ୟାଡେଟ ସୁମେଶ ପଲାଇ ଦିଲ୍ଲୀ ଜନପଥରେ ଅନୁଷ୍ଠିତ ହେବାକୁ ଥିବା ୨୦୨୫ ପ୍ୟାରେଡ଼ରେ ଭାଗ ନେବା ନିମନ୍ତେ ସୋମବାର ସକାଳୁ ଭୁବନେଶ୍ୱରରୁ ବାହାରି ଦିଲ୍ଲୀ ଏନ୍ସିସି ମୁଖ୍ୟାଳୟରେ ପହଞ୍ଚତ୍ଛନ୍ତି। ଓଡ଼ିଶା ଏନ୍ସିସି ଡାଇରେକ୍ଟରେଟରୁ ୧୨୭ ଜଣିଆ ଆର୍ମି, ନାଭାଲ ତଥା ଏୟାରଫୋର୍ସ କ୍ୟାଡଟର ଦଳ ରାଜ୍ୟ ତରଫରୁ ଡ୍ରିଲ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଭାଗ ନେଇ ଆସନ୍ତା ଫେବୃୟାରୀ ପ୍ରଥମ ସପ୍ତାହରେ ରାଜ୍ୟକୁ ଫେରିବେ। ପ୍ରଥମ ଥର ପାଇଁ ଏହି ବର୍ଷ ଓଡ଼ିଶା ସରକାର ସମସ୍ତ କ୍ୟାଡେଟ ମାନକୁ ଫ୍ଲାଇଟ ଯୋଗେ ଗୋଟିଏ ଦିନରେ ଦିଲ୍ଲୀରେ ପହଞ୍ଚାଇ ପାରିଛନ୍ତି। ଗଞ୍ଜାମ କଲେଜ ଏନ୍ସିସିରୁ ଏହା ପୂର୍ବରୁ ୨୦୧୮ରେ ଜଣେ କ୍ୟାଡେଟ ଏହି ପ୍ୟାରେଡ଼ରେ ଭାଗ ନେଇଥିଲେ। କଲେଜ ଏନ୍ସିସି କ୍ୟାଡେଟ କ୍ୟାପଟେନ ସୁମେସ ପଲାଇ ବରପଲ୍ଲି ଗ୍ରାମର ହୋଇଥିବା ବେଳେ ଏହି କଲେଜ୍ରେ ରାଜନୀତି ବିଜ୍ଞାନର ଶେଷ ବର୍ଷ ଛାତ୍ର। ଏହି ବର୍ଷ ସେ ଗାର୍ଡ ଅଫ ଅନର କ୍ୟାଡେଟ ଟିମ୍ର ସଦସ୍ୟ ଭାବେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ପ୍ୟାରେଡ଼ରେ ଭାଗ ନେବେ। ଏହି ସଫଳତା ପାଇଁ ସେ ନିଜ ଏନ୍ସିସି ଅଫିସର ସବ୍-ଲେଫ୍ଟନାଣ୍ଟ ଡ଼. ଦୁର୍ଗା ପ୍ରସାଦ ଦାଶଙ୍କ ସହଯୋଗ ଓ ପ୍ରେରଣା ପାଇଁ ଧନ୍ୟବାଦ ଜଣାଇଛନ୍ତି। ତାଙ୍କର ଏହି ସଫଳତା ପାଇଁ କଲେଜ ଅଧ୍ୟକ୍ଷ ସୀମାଞ୍ଚଳ ଭୋଳ, ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ତଥା ପ୍ରାଧ୍ୟାପକ ଅମର ପ୍ରସାଦ ବିଷୋୟୀ, କ୍ୟାଡେଟ ସୁମେଶ ଏବଂ କଲେଜ ଏନ୍ସିସି ନାଭାଲ ଅଫିସର ସବ୍-ଲେଫ୍ଟନାଣ୍ଟ ଡ଼.ଦୁର୍ଗା ପ୍ରସାଦ ଦାଶଙ୍କୁ ଶୁଭେଛା ଜଣାଇଛନ୍ତି।
The post ଦିଲ୍ଲୀ ପ୍ୟାରେଡ଼ରେ ଯୋଗଦେବେ ସୁମେଶ appeared first on Dharitri Odia News.