ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଅଡୁଆ ବଢ଼ିଲା! ବିଧାୟକ ନରେଶ ବାଲିଆନ ଗିରଫ

ଇସଲାମାବାଦ,୩୦।୧୧: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ବାଲିଆନଙ୍କୁ ଚୋରା ଚାଲାଣ ମାମଲାରେ ଗିରଫ କରିଛି। ବାଲିଆନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଛଦ୍ମନାମ ନନ୍ଦୁଙ୍କ ମଧ୍ୟରେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଏହି ଅଡିଓ କ୍ଲିପ୍‌ରେ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ସଂଗ୍ରହ କରିବାର ଯୋଜନା ଉପରେ ଆଲୋଚନା ହୋଇଥିବା ଦେଖାଯାଇଛି। ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଧିକାରୀଙ୍କ […] The post ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଅଡୁଆ ବଢ଼ିଲା! ବିଧାୟକ ନରେଶ ବାଲିଆନ ଗିରଫ appeared first on Dharitri Odia News.

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଅଡୁଆ ବଢ଼ିଲା! ବିଧାୟକ ନରେଶ ବାଲିଆନ ଗିରଫ

ଇସଲାମାବାଦ,୩୦।୧୧: ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଆମ୍‌ ଆଦମୀ ପାର୍ଟି(ଏଏପି) ବିଧାୟକ ନରେଶ ବାଲିଆନଙ୍କୁ ଚୋରା ଚାଲାଣ ମାମଲାରେ ଗିରଫ କରିଛି। ବାଲିଆନ ଏବଂ କୁଖ୍ୟାତ ଗ୍ୟାଙ୍ଗଷ୍ଟର କପିଲ ସାଙ୍ଗୱାନ ଛଦ୍ମନାମ ନନ୍ଦୁଙ୍କ ମଧ୍ୟରେ ଏକ ଅଡିଓ କ୍ଲିପ ସାମ୍ନାକୁ ଆସିବା ପରେ ଏହି ଗିରଫଦାରୀ ହୋଇଛି। ଏହି ଅଡିଓ କ୍ଲିପ୍‌ରେ ବ୍ୟବସାୟୀଙ୍କଠାରୁ ଜୋର ଜବରଦସ୍ତ ଚାନ୍ଦା ସଂଗ୍ରହ କରିବାର ଯୋଜନା ଉପରେ ଆଲୋଚନା ହୋଇଥିବା ଦେଖାଯାଇଛି।

ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ଅଧିକାରୀଙ୍କ ଅନୁଯାୟୀ, ଏହି ଚାନ୍ଦା ଆଦାୟ ନେଟୱାର୍କରେ ଆଉ କିଏ ଜଡିତ ଅଛନ୍ତି ତାହା ଜାଣିବା ଲାଗି ଅନୁସନ୍ଧାନ କରାଯାଉଛି। ଏହି ଘଟଣା ପୁଣି ଥରେ AAP ଦଳକୁ ବିବାଦ ଭିତରକୁ ଆଣିଛି।

ଅପରପକ୍ଷେ ଆମ ଆଦମୀ ପାର୍ଟି ବିଧାୟକ ନରେଶ ବାଲିଆନଙ୍କ ଗିରଫଦାରୀକୁ ବେଆଇନ ବୋଲି କହିଛନ୍ତି। ଏମ୍‌ପି ସଞ୍ଜୟ ସିଂ କହିଛନ୍ତି ଯେ ନକଲି ଅଡିଓ କ୍ଲିପ୍‌ ବିରୋଧରେ କୋର୍ଟର ଷ୍ଟେ ଅର୍ଡର ଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। ଏହା ଭାଜପାର ନିରାଶା ବୋଲି ସେ କହିଛନ୍ତି।

The post ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ AAPର ଅଡୁଆ ବଢ଼ିଲା! ବିଧାୟକ ନରେଶ ବାଲିଆନ ଗିରଫ appeared first on Dharitri Odia News.