ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ୩୯୭ଟି ଆଚରଣ ବିଧି ଉଲ୍ଲଂଘନ ମାମଲା ରୁଜୁ
ନୂଆଦିଲ୍ଲୀ: ଫେବ୍ରୁଆରି ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ। ଏନେଇ ଦିଲ୍ଲୀ ରାଜନୀତି ସରଗରମ ରହିଛି। ଇତି ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜାନୁଆରି ୭ରୁ ୧୯ ତାରିଖ ମଧ୍ୟରେ ଆଚରଣ ବିଧି ଉଲ୍ଲଂଘନ ନେଇ ୩୯୭ଟି ମାମଲା ରୁଜୁ ହୋଇଛି। ଏହା ସହ ୨୧୨ଟି ଲାଇସେନ୍ସ ବିହୀନ ବନ୍ଧୁକ ଓ ୧୯୫ଟି ଅଫୁଟା ଗୁଳି ଜବତ ହୋଇଛି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୩୬, ୨୨୩ ଲିଟର […]

ନୂଆଦିଲ୍ଲୀ: ଫେବ୍ରୁଆରି ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ନିମନ୍ତେ ମତଦାନ ଅନୁଷ୍ଠିତ ହେବ। ଏନେଇ ଦିଲ୍ଲୀ ରାଜନୀତି ସରଗରମ ରହିଛି। ଇତି ମଧ୍ୟରେ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ଜାନୁଆରି ୭ରୁ ୧୯ ତାରିଖ ମଧ୍ୟରେ ଆଚରଣ ବିଧି ଉଲ୍ଲଂଘନ ନେଇ ୩୯୭ଟି ମାମଲା ରୁଜୁ ହୋଇଛି। ଏହା ସହ ୨୧୨ଟି ଲାଇସେନ୍ସ ବିହୀନ ବନ୍ଧୁକ ଓ ୧୯୫ଟି ଅଫୁଟା ଗୁଳି ଜବତ ହୋଇଛି। ୧ କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ୩୬, ୨୨୩ ଲିଟର ମଦ, ୧୫ କୋଟି ଟଙ୍କା ମୂଲ୍ୟର ୭୪.୮୫ କିଗ୍ରା ନିଶା ସାମଗ୍ରୀ ଓ ୧୨୦୦ଟି ନିଶା ଇଞ୍ଜେକ୍ସନ୍ ଜବତ କରାଯାଇଛି। ୩ କୋଟି ୯ଲକ୍ଷ ଟଙ୍କା ନଗଦ ଓ ୩୭.୩୯ କିଲୋଗ୍ରାମ ରୁପା ଜବତ କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ, ଏହି ସମୟ ମଧ୍ୟରେ ୧୪.୧୮୩ଜଣଙ୍କୁ ଗିରଫ କରାଯାଇଛି।