ପଟି ଦିଅଁ
ଶ୍ରୀଜଗନ୍ନାଥଙ୍କ ଉପାସନା ଧାରାର ପ୍ରତ୍ୟେକ ନୀତି, ଯାନିଯାତ୍ରା, ବେଶ ଓ ଉତ୍ସବ ତଥା ମହୋତ୍ସବ ସାମାଜିକ ଦୃଷ୍ଟିରୁ ରହସ୍ୟମୟ । ଏହି ରହସ୍ୟଗୁଡ଼ିକ ମାନବୀୟ ମୂଲ୍ୟବୋଧର ପ୍ରତୀକ । ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ଭାବରେ ଶ୍ରୀନାରାୟଣ ସ୍ୱୀକୃତ । ତାଙ୍କର ଧାତୁମୂର୍ତ୍ତି ଶ୍ରୀମନ୍ଦିରର ଦକ୍ଷିଣିଘରେ ବର୍ଷସାରା ଉପାସିତ ହୁଅନ୍ତି । ମହାପ୍ରଭୁଙ୍କ ଆଜ୍ଞାରେ ସେ ଜଗତମଙ୍ଗଳ ଲୀଳା କରନ୍ତି, କିନ୍ତୁ ଅଣସର ସମୟରେ ମହାପ୍ରଭୁଙ୍କ ସ୍ଥାନରେ ଧାତୁବିଗ୍ରହ ପୂଜିତ ନ ହୋଇ ଶ୍ରୀନାରାୟଣ ପଟ୍ଟଚିତ୍ରରେ ଶୋଭା ପାଆନ୍ତି […]

ଶ୍ରୀଜଗନ୍ନାଥଙ୍କ ଉପାସନା ଧାରାର ପ୍ରତ୍ୟେକ ନୀତି, ଯାନିଯାତ୍ରା, ବେଶ ଓ ଉତ୍ସବ ତଥା ମହୋତ୍ସବ ସାମାଜିକ ଦୃଷ୍ଟିରୁ ରହସ୍ୟମୟ । ଏହି ରହସ୍ୟଗୁଡ଼ିକ ମାନବୀୟ ମୂଲ୍ୟବୋଧର ପ୍ରତୀକ । ଶ୍ରୀଜଗନ୍ନାଥଙ୍କ ପ୍ରତିନିଧି ଦେବତା ଭାବରେ ଶ୍ରୀନାରାୟଣ ସ୍ୱୀକୃତ । ତାଙ୍କର ଧାତୁମୂର୍ତ୍ତି ଶ୍ରୀମନ୍ଦିରର ଦକ୍ଷିଣିଘରେ ବର୍ଷସାରା ଉପାସିତ ହୁଅନ୍ତି । ମହାପ୍ରଭୁଙ୍କ ଆଜ୍ଞାରେ ସେ ଜଗତମଙ୍ଗଳ ଲୀଳା କରନ୍ତି, କିନ୍ତୁ ଅଣସର ସମୟରେ ମହାପ୍ରଭୁଙ୍କ ସ୍ଥାନରେ ଧାତୁବିଗ୍ରହ ପୂଜିତ ନ ହୋଇ ଶ୍ରୀନାରାୟଣ ପଟ୍ଟଚିତ୍ରରେ ଶୋଭା ପାଆନ୍ତି । ମହାପ୍ରଭୁ ନିଜେ ଅନନ୍ତ । ଯାହାଙ୍କର ଆଦି-ଅନ୍ତ ନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି, ତେଣୁ ଅଣସରରେ ମହାପ୍ରଭୁଙ୍କ ସ୍ଥାନରେ ଶ୍ରୀନାରାୟଣ ପୂଜା ହୁଅନ୍ତି “ଶ୍ରୀଅନନ୍ତ ନାରାୟଣ’ ରୂପରେ । ସେ ହୁଅନ୍ତି ଚାରିବାହୁଯୁକ୍ତ । ଭକ୍ତବତ୍ସଳ ଭାବନାରେ ସେ ବକ୍ଷରେ ଧାରଣ କରନ୍ତି ଶ୍ରୀବତ୍ସଙ୍କ ପାଦଚିହ୍ନ । ବାମ ପାଶ୍ୱର୍ରେ ଦଣ୍ଡାୟମାନ ହୁଅନ୍ତି ସାତ ଋଷି । ଚାଳି ସଦୃଶ ତାଙ୍କ ମନ୍ଦିର ଉପରେ ରହନ୍ତି ଚାରୋଟି ପାରା । ଏଇମାନେ ହେଉଛନ୍ତି ଶାନ୍ତିର ସଙ୍କେତ, ଶାନ୍ତିର ମଙ୍ଗମନୀ, ଶାନ୍ତିର ସୂର୍ଯେ୍ୟାଦୟ ଓ ଶାନ୍ତିର ସମ୍ଭାବନା । ପଟିଦିଅଁ ପରମ୍ପରାରେ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀଅନନ୍ତ ନାରାୟଣ ରହିଲାପରି ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଉପାସିତ ହୁଅନ୍ତି ଶ୍ରୀଅନନ୍ତବାସୁଦେବ । ଚିତ୍ରପଟ୍ଟିରେ ସୁଭଦ୍ରାଙ୍କ ସ୍ଥାନରେ ପୂର୍ଣ୍ଣବୟବ ରୂପରେ ଉପାସିତ ହୁଅନ୍ତି ଭୁବନର ଈଶ୍ୱରୀ । ଭୁବନର କର୍ତ୍ତା ଭୁବନମୟ ଅନନ୍ତ ନାରାୟଣ ରୂପରେ ଉପାସିତ ହେବା ପରେ ଭୁବନର ଧର୍ତ୍ତା ଅର୍ଥାତ୍ ଭୁବନକୁ ଧାରଣ କରିଥିବା ଅନନ୍ତବାସୁଦେବ ରୂପରେ ଉପାସିତ ହୁଅନ୍ତି । ମହାପ୍ରଭୁ ନବଯୌବନରେ ପ୍ରବେଶ କରିବାର ପୂର୍ବମୁହୂର୍ତ୍ତରେ ପଟିଦିଅଁ ଉଠିଯାଇ ବିଜେ କରନ୍ତି ମଣ୍ଡଣିଘରେ । ମଣ୍ଡଣିଘର କୁହାଯାଏ ମା’ ବିମଳାଙ୍କ ମନ୍ଦିର ପାଖରେ ଥିବା ଶ୍ରୀଗୋପେଶ୍ୱର ମହାଦେବ ଓ ଶ୍ରୀନନ୍ଦବାସୁଦେବ ମନ୍ଦିରକୁ । ଏହା ବି ହର ଓ ହରିଙ୍କ ଆସ୍ଥାନ । ସ୍ଥାନ ପରିବର୍ତ୍ତନ ହେଲେ ବି ଲକ୍ଷ୍ୟ ବଦଳେ ନାହିଁ । ପଟିଦିଅଁ ବିସର୍ଜିତ ହୁଅନ୍ତି ନାହିଁ । ପୂଜା ବନ୍ଦ ହୁଏ ନାହିଁ । ରୂପ ବିବର୍ଣ୍ଣ ହେଲେ ଜଳରେ ମେଲାଣି ଦିଆଯାଏ ।