ଦିଲ୍ଲୀ ମଦ ନୀତି ମାମଲା; ଗୁରୁବାର କେ. କବିତାଙ୍କ ଜାମିନ୍ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମନି ଲଣ଼୍ଡ୍ରିଂ ମାମଲାରେ ଗୁରୁବାର କେ. କବିତାଙ୍କ ଜାମିନ୍ ଆବେଦନର ଶୁଣାଣି । ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ବିଆରଏସ୍ ଏମଏଲସି କେ. କବିତାଙ୍କ ବେଲ୍ ଆବେଦନର ଆଜି ଶୁଣାଣି କରିବେ । ପୁଅର ପରୀକ୍ଷା ରହିଥିବାରୁ ତାଙ୍କୁ ଅନ୍ତରୀଣ ଜାମିନ୍ ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ତାଙ୍କ ପକ୍ଷରୁ କେସ୍ ଲଢ଼ୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଙ୍ଗଭୀ । ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ ୯ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ କିକ୍‌ବ୍ୟାକ୍ ଗ୍ରହଣ କରାଯାଇଥିଲା ଏବଂ ଏହି ଲାଞ୍ଚ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି। ବର୍ତ୍ତମାନ ବିଆରଏସ ଏମଏଲସି କେ. କବିତା ତିହାର ଜେଲରେ ୧୪ ଦିନ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପୁଅର ପରୀକ୍ଷା ଥିବା କହି, ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଛନ୍ତି କେ. କବିତା । ତେତେ ଏହି ମାମଲାର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ ।  

ଦିଲ୍ଲୀ ମଦ ନୀତି ମାମଲା; ଗୁରୁବାର କେ. କବିତାଙ୍କ ଜାମିନ୍ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ସମ୍ପର୍କିତ ମନି ଲଣ଼୍ଡ୍ରିଂ ମାମଲାରେ ଗୁରୁବାର କେ. କବିତାଙ୍କ ଜାମିନ୍ ଆବେଦନର ଶୁଣାଣି । ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ ବିଆରଏସ୍ ଏମଏଲସି କେ. କବିତାଙ୍କ ବେଲ୍ ଆବେଦନର ଆଜି ଶୁଣାଣି କରିବେ । ପୁଅର ପରୀକ୍ଷା ରହିଥିବାରୁ ତାଙ୍କୁ ଅନ୍ତରୀଣ ଜାମିନ୍ ଦିଆଯାଉ ବୋଲି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ତାଙ୍କ ପକ୍ଷରୁ କେସ୍ ଲଢ଼ୁଛନ୍ତି ବରିଷ୍ଠ ଆଇନଜୀବୀ ଅଭିଷେକ୍ ମନୁ ସଙ୍ଗଭୀ । 

ଦିଲ୍ଲୀ ମଦନୀତି ମାମଲାରେ କବିତାଙ୍କୁ ଏପ୍ରିଲ ୯ ଯାଏ ବିଚାର ବିଭାଗୀୟ ହେପାଜତକୁ ପଠାଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ଗତ ମାର୍ଚ୍ଚ ୧୫ ତାରିଖରେ ମଦନୀତି ମାମଲାରେ କବିତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଣ୍ଡୋସ୍ପିରିଟି କମ୍ପାନୀ ଜରିଆରେ କିକ୍‌ବ୍ୟାକ୍ ଗ୍ରହଣ କରାଯାଇଥିଲା ଏବଂ ଏହି ଲାଞ୍ଚ ଅର୍ଥରୁ ୧୦୦ କୋଟି ଟଙ୍କା ଆପ୍ ନେତାଙ୍କ ନିକଟକୁ ଯାଇଥିଲା ବୋଲି ଇଡି ଅଭିଯୋଗ କରିଛି। 

ବର୍ତ୍ତମାନ ବିଆରଏସ ଏମଏଲସି କେ. କବିତା ତିହାର ଜେଲରେ ୧୪ ଦିନ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । ପୂର୍ବରୁ ସୁପ୍ରିମକୋର୍ଟରେ ମାର୍ଚ୍ଚ ୨୨ରେ କବିତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ। ପୁଅର ପରୀକ୍ଷା ଥିବା କହି, ଅନ୍ତରୀଣ ଜାମିନ୍ ପାଇଁ ଆବେଦନ କରିଛନ୍ତି କେ. କବିତା । ତେତେ ଏହି ମାମଲାର ଆଜି ଶୁଣାଣି କରିବେ ଦିଲ୍ଲୀ କୋର୍ଟ ।