ଦିଲ୍ଲୀ ମଦ ନୀତି ମାମଲାର ଶୁଣାଣି କରୁଥିବା ଜଜ୍ ଙ୍କ ବଦଳି, ଜାଣନ୍ତୁ ତାଙ୍କ ସ୍ଥାନରେ ଆସିଲେ କିଏ?

ନୂଆଦିଲ୍ଲୀ ୧୯।୩: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାର ଏପର୍ଯ୍ୟନ୍ତ କୋର୍ଟରେ ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍ ଏମ.କେ.ନାଗପାଲଙ୍କ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଏବେ ଜଜ୍ କାବେରୀ ବାୱେଜଙ୍କ ନିଯୁକ୍ତି ହୋଇଛି। ଅର୍ଥାତ ଏହି ମାମଲାର ଶୁଣାଣି ଏବେ ଜଷ୍ଟିସ୍‌ କାବେରୀ ବାୱେଜା କରିବେ। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ବିଶେଷ ସିବିଆଇ ନ୍ୟାୟାଧୀଷ (ସାଂସଦ ଓ ବିଧାୟକ ମାମଲା) ରୂପେ ଏବେ କାବେରୀ ବାୱେଜା ନୂଆ ଜଜ୍ ହେବେ। ଏହା ପୂର୍ବରୁ ବାୱେଜା ଜିଲ୍ଲା ନ୍ୟାୟାଧୀଷ (ବାଣିଜ୍ୟିକ ନ୍ୟାୟାଳୟ) ସେଣ୍ଟ୍ରାଲ ପଦବୀରେ ଅଧିଷ୍ଠିତ ଥିଲେ।  କାବେରୀ ବାୱେଜା ୨୦୧୪ ଉବେର ଦୁଷ୍କର୍ମ ମାମଲାର ଶୁଣାଣି କରିଥିଲେ ଓ ୨୦୧୫ ମସିହାରେ ଜଣେ ଉବେର ଡ୍ରାଇଭରଙ୍କୁ ୨୫ ବର୍ଷ ବୟଷ୍କା ଯୁବତୀଙ୍କ ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ହାଇପ୍ରୋଫାଇଲ ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଦିଲ୍ଲୀରେ ସୁରକ୍ଷାକୁ ନେଇ ନୂଆ ଆଶଙ୍କା ଦେଖା ଦେଇଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ନୀତି ଅନିୟମିତତା ମାମଲାରେ ଆମ ଆଦମୀ ପାର୍ଟି ଓ ଏହାର ନେତାଙ୍କୁ ଅଭିଯୁକ୍ତ କରୁଛି। ଆପ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହି ଅନିୟମିତତା ମାମଲାରେ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱ

ଦିଲ୍ଲୀ ମଦ ନୀତି ମାମଲାର ଶୁଣାଣି କରୁଥିବା ଜଜ୍ ଙ୍କ ବଦଳି, ଜାଣନ୍ତୁ ତାଙ୍କ ସ୍ଥାନରେ ଆସିଲେ କିଏ?

ନୂଆଦିଲ୍ଲୀ ୧୯।୩: ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲାର ଏପର୍ଯ୍ୟନ୍ତ କୋର୍ଟରେ ଶୁଣାଣି କରୁଥିବା ସ୍ୱତନ୍ତ୍ର ଜଜ୍ ଏମ.କେ.ନାଗପାଲଙ୍କ ବଦଳି ହୋଇଯାଇଛି। ତାଙ୍କ ସ୍ଥାନରେ ଏବେ ଜଜ୍ କାବେରୀ ବାୱେଜଙ୍କ ନିଯୁକ୍ତି ହୋଇଛି। ଅର୍ଥାତ ଏହି ମାମଲାର ଶୁଣାଣି ଏବେ ଜଷ୍ଟିସ୍‌ କାବେରୀ ବାୱେଜା କରିବେ। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟରେ ବିଶେଷ ସିବିଆଇ ନ୍ୟାୟାଧୀଷ (ସାଂସଦ ଓ ବିଧାୟକ ମାମଲା) ରୂପେ ଏବେ କାବେରୀ ବାୱେଜା ନୂଆ ଜଜ୍ ହେବେ। 

ଏହା ପୂର୍ବରୁ ବାୱେଜା ଜିଲ୍ଲା ନ୍ୟାୟାଧୀଷ (ବାଣିଜ୍ୟିକ ନ୍ୟାୟାଳୟ) ସେଣ୍ଟ୍ରାଲ ପଦବୀରେ ଅଧିଷ୍ଠିତ ଥିଲେ।  କାବେରୀ ବାୱେଜା ୨୦୧୪ ଉବେର ଦୁଷ୍କର୍ମ ମାମଲାର ଶୁଣାଣି କରିଥିଲେ ଓ ୨୦୧୫ ମସିହାରେ ଜଣେ ଉବେର ଡ୍ରାଇଭରଙ୍କୁ ୨୫ ବର୍ଷ ବୟଷ୍କା ଯୁବତୀଙ୍କ ଦୁଷ୍କର୍ମରେ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ହାଇପ୍ରୋଫାଇଲ ମାମଲା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା ଓ ଦିଲ୍ଲୀରେ ସୁରକ୍ଷାକୁ ନେଇ ନୂଆ ଆଶଙ୍କା ଦେଖା ଦେଇଥିଲା। 

ଉଲ୍ଲେଖଯୋଗ୍ୟ ଯେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମଦ ନୀତି ଅନିୟମିତତା ମାମଲାରେ ଆମ ଆଦମୀ ପାର୍ଟି ଓ ଏହାର ନେତାଙ୍କୁ ଅଭିଯୁକ୍ତ କରୁଛି। ଆପ ନେତା ତଥା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଓ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ଏହି ଅନିୟମିତତା ମାମଲାରେ ଏବେ ଜେଲରେ ଅଛନ୍ତି। ଏହି ମାମଲାରେ ଇଡି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଅନେକବାର ସମନ ପଠାଇଲାଣି। ନିକଟରେ କେଜରିୱାଲଙ୍କୁ ନବମ ସମନ ମିଳିଥିଲା, ଯେଉଁଥିରେ ତାଙ୍କୁ ମାର୍ଚ୍ଚ ୨୧ ତାରିଖରେ ଇଡିରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଗତ ସମନଗୁଡିକରେ କେଜରିୱାଲ ଇଡିରେ ଉପସ୍ଥିତ ନ ହେବା ଯୋଗୁ ଦିଲ୍ଲୀର ଏକ ନ୍ୟାୟାଳ ତାଙ୍କୁ ଜାମିନ ମଞ୍ଜୁର କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆମ ଆଦମୀ ପାର୍ଟିର ମଦ ନୀତି ଅରବିନ୍ଦ କେଜରିୱାଲଙ୍କ ସରକାରଙ୍କୁ ବଡ଼ ସମସ୍ୟାରେ ପକାଇଛି। ମୁଖ୍ୟମନ୍ତ୍ରୀ କେଜରିୱାଲଙ୍କୁ ବାରମ୍ବାର ସମନର ସାମ୍ନା କରିବାକୁ ପଡୁଛି ଓ ତାଙ୍କର ଗିରଫ ହେବାର ଅନେକ ସମ୍ଭାବନା ରହିଛି। ବିଜେପି ଦୁର୍ନୀତିର ଅଭିଯୋଗ କରୁଛି ଅପରପକ୍ଷେ ଆପ ଏହାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହୁଛି।