ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି
ନୂଆଦିଲ୍ଲୀ,୨୧।୩: ହାଇକୋର୍ଟରୁ ଗିରଫ ପାଇଁ ଜାମିନ ନାମଞ୍ଜୁର ହୋଇଯିବା ପରେ ଗୁରୁବାର ସନ୍ଧ୍ୟାରେ ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଇଡିର ଅନେକ ଥର ସମନ ପରେ ମଧ୍ୟ ହାଜର ହୋଇ ନଥିଲେ। ଯାହା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। କିଛି ସମୟ ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ […] The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ହାଇକୋର୍ଟରୁ ଗିରଫ ପାଇଁ ଜାମିନ ନାମଞ୍ଜୁର ହୋଇଯିବା ପରେ ଗୁରୁବାର ସନ୍ଧ୍ୟାରେ ଇଡି ଦଳ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘରେ ପହଞ୍ଚିଛି। କେଜ୍ରିୱାଲ ଅବକାରୀ ଦୁର୍ନୀତି ମାମଲାରେ ହାଜର ହେବା ପାଇଁ ଇଡିର ଅନେକ ଥର ସମନ ପରେ ମଧ୍ୟ ହାଜର ହୋଇ ନଥିଲେ। ଯାହା ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା।
କିଛି ସମୟ ପୂର୍ବରୁ ଗୁରୁବାର ଦିଲ୍ଲୀ ହାଇକୋର୍ଟ ଏହି ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଗିରଫରୁ ଆଶ୍ବସ୍ତି ମିଳିବ ନାହିଁ। ସର୍ଚ୍ଚ ଅପରେସନ ସମୟରେ କେଜ୍ରିୱାଲଙ୍କ ଘରେ ଇଡିର ମିଳିତ ନିର୍ଦେଶକ କପିଲ ରାଜ ମଧ୍ୟ ଉପସ୍ଥିତ ଅଛନ୍ତି।
ଇଡି ତଦନ୍ତକାରୀ ଅଧିକାରୀ ଜୋଗେନ୍ଦ୍ର ସି କେଜ୍ରିୱାଲଙ୍କୁ ପଚରାଉଚରା କରୁଛନ୍ତି। ସୂଚନାନୁସାରେ, ତାଙ୍କ ଘରେ ମଧ୍ୟ ଖୋଜାଖୋଜି କରାଯାଉଛି। ଏହି ସମୟରେ କେଜ୍ରିୱାଲଙ୍କ ଲିଗାଲ ଟିମ୍ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି ଯେଉଁଠାରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଛି।
ଏହି ସମୟରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜ ମଧ୍ୟ କେଜ୍ରିୱାଲଙ୍କ ଘର ବାହାରେ ପହଞ୍ଚିଛନ୍ତି। କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ସେ କହିଛନ୍ତି। ଆଜି ନିଜେ ଦିଲ୍ଲୀ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ସିଏମ କେଜ୍ରିୱାଲ ଗିରଫଦାରୀରୁ ମୁକ୍ତି ପାଇନାହାଁନ୍ତି।
The post ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଘରେ ଇଡି ଟିମ୍, ସର୍ଚ୍ଚ ଅପରେସନ ଜାରି appeared first on Dharitri Odia News.