ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେଖା, ରାମଲୀଳା ମୈଦାନରେ ଭବ୍ୟ ସମାରୋହ
ନୂଆଦିଲ୍ଲୀ ୨୦/୦୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବୁଧବାର ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । ଗୁରୁବାର ଦିନ ୧୨ଟା ୩୫ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଯୋଗଦେବେ । ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରେଖା ଗୁପ୍ତା ଦଳର ବରିଷ୍ଠ ନେତାମାନଙ୍କ ସହ ରାଜ ନିବାସ ଯାଇ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ଦିଲ୍ଲୀରେ ସରକାର ଗଢ଼ିବା ଲାଗି ଦାବି ଉପସ୍ଥାପନ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ରେଖାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରାଜଧାନୀ ବନାଇବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶାକୁ ରେଖା ପୂରଣ କରିବେ ବୋଲି ଶାହ କ
ନୂଆଦିଲ୍ଲୀ ୨୦/୦୨: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା । ବୁଧବାର ଦିଲ୍ଲୀ ବିଜେପି ବିଧାୟକ ଦଳର ବୈଠକରେ ରେଖା ଗୁପ୍ତାଙ୍କ ନାଁରେ ମୋହର । ନାଁ ଘୋଷଣା କଲେ ପର୍ୟ୍ୟବେକ୍ଷକ ଦଳ । ସାଲିମାରବାଗରୁ ବିଧାୟିକା ଅଛନ୍ତି ରେଖା ଗୁପ୍ତା । ଦିଲ୍ଲୀ ବିଜେପିର ସେ ମହାସଚିବ ଅଛନ୍ତି । ବିଜେପି ମହିଳା ମୋର୍ଚ୍ଚାର ଉପାଧ୍ୟକ୍ଷା ଅଛନ୍ତି ରେଖା ।
ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ରାମଲୀଳା ମୈଦାନରେ ହେବ । ତାଙ୍କ ନାଁ ସିଏମ ରେସର ସବୁଠାରୁ ଆଗରେ ରହିଥିଲା । ଗୁରୁବାର ଦିନ ୧୨ଟା ୩୫ରେ ନୂଆଦିଲ୍ଲୀର ରାମଲୀଳା ମଇଦାନରେ ଶପଥ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ସମେତ ୭ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସମେତ ସମସ୍ତ ବିଜେପି ଓ ଏନ୍ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏଥିରେ ଯୋଗଦେବେ ।
ବୁଧବାର ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରେଖା ଗୁପ୍ତା ଦଳର ବରିଷ୍ଠ ନେତାମାନଙ୍କ ସହ ରାଜ ନିବାସ ଯାଇ ଉପରାଜ୍ୟପାଳ ଭି.କେ ସକ୍ସେନାଙ୍କୁ ଭେଟି ଦିଲ୍ଲୀରେ ସରକାର ଗଢ଼ିବା ଲାଗି ଦାବି ଉପସ୍ଥାପନ କରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଶାହ ରେଖାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦିଲ୍ଲୀକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ରାଜଧାନୀ ବନାଇବାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଶାକୁ ରେଖା ପୂରଣ କରିବେ ବୋଲି ଶାହ କହିଛନ୍ତି । ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରେଖା ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ଜଣାଇଛନ୍ତି ।