ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌.ଜି. ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର ସରକାରଙ୍କ ପରାମର୍ଶ ବିନା ଏମ୍‌ସିଡିରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ। ଦେଶର ସର୍ବୋଚ୍ଚ ଅଦାଲତଙ୍କ […] The post ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ appeared first on Dharitri Odia News.

ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ

ନୂଆଦିଲ୍ଲୀ,୫ା୮: ସୁପ୍ରିମକୋର୍ଟ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର (ଏଲଜି)ଙ୍କ ଦିଲ୍ଲୀର ମ୍ୟୁନିସିପାଲିଟି କର୍ପୋରେଶନ (ଏମ୍‌ସିଡି)ରେ ୧୦ ଜଣ ‘ଆଲର୍ଡମ୍ୟାନ’ ବା ମନୋନୀତ କାଉନସିଲରଙ୍କୁ ମନୋନୀତ କରିବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଏମ୍‌ସିଡିରେ କାଉନସିଲରଙ୍କୁ ମନୋନୀତ କରିବାର ଅଧିକାର ଏଲ୍‌.ଜି. ଏଥିପାଇଁ ଦିଲ୍ଲୀ ସରକାରଙ୍କ ସହମତି ଆବଶ୍ୟକ ନୁହେଁ। ସୁପ୍ରିମକୋର୍ଟ କହିଛନ୍ତି, ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ନର ସରକାରଙ୍କ ପରାମର୍ଶ ବିନା ଏମ୍‌ସିଡିରେ ୧୦ ଜଣ ମନୋନୀତ କାଉନସିଲର ନିଯୁକ୍ତ କରିପାରିବେ।

ଦେଶର ସର୍ବୋଚ୍ଚ ଅଦାଲତଙ୍କ ନିଷ୍ପତ୍ତିକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଆମ୍‌ ଆଦ୍‌ମୀ ପାର୍ଟି ସରକାର ପାଇଁ ଏକ ବଡ଼ ଝଟ୍‌କା ବୋଲି କୁହାଯାଉଛି। ମନୋନୀତ କାଉନସିଲର ନିଯୁକ୍ତିକୁ ନେଇ ଦୀର୍ଘ ସମୟ ଧରି ବିବାଦ ଲାଗି ରହିଥିଲା। ଏହି କାରଣରୁ ଏମ୍‌ସିଡିରେ ଷ୍ଟାଣ୍ଡିଂ କମିଟିର ନିର୍ବାଚନ ମଧ୍ୟ ବନ୍ଦ ହୋଇଯାଇଥିଲା, କାରଣ ମନୋନୀତ କାଉନସିଲରମାନେ ମଧ୍ୟ ଏଥିରେ ଭୋଟ୍‌ ଦେଇଥିଲେ। ଏଏପିର ୧୩୪ ଏବଂ ଭାଜପାରେ ଏମ୍‌ସିଡିରେ ୧୦୪ ନିର୍ବାଚିତ କାଉନସିଲର ଅଛନ୍ତି। ଏହା ବ୍ୟତୀତ ଏମ୍‌ସିଡିରେ ୧ହ ଜଣ ମନୋନୀତ କାଉନସିଲରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଛି, ଯାହାକୁ ଲେଫ୍ଟନାଣ୍ଟ ଗଭର୍ନର ବିନୟ କୁମାର ସାକ୍ସେନା ନିଯୁକ୍ତ କରିବେ।

The post ଦିଲ୍ଲୀ ସରକାରଙ୍କୁ ବଡ଼ ଝଟ୍‌କା, ସୁପ୍ରିମକୋର୍ଟ ଶୁଣାଇଲେ ଏହି ବଡ଼ ରାୟ appeared first on Dharitri Odia News.