ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ୱ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ନିଜ କ୍ୟାବିନେଟରେ ବିଭାଗ ବଣ୍ଟନ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି। ଆତିଶୀ ନିଜ ପାଖରେ ଶିକ୍ଷା ଓ ଅର୍ଥ ସମେତ ୧୩ଟି ବିଭାଗ ରଖିଛନ୍ତି। କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ୮ଟି ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିଭଳି ଗୋପାଳ […] The post ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ appeared first on Dharitri Odia News.

ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ

ନୂଆଦିଲ୍ଲୀ,୨୧।୯: ଦିଲ୍ଲୀ ସରକାର ରେ ଆଜି ନୂଆ ସରକାର ଶପଥ ଗ୍ରହଣ କରିଛନ୍ତି। ଦେଶର ସର୍ବକନିଷ୍ଠ ତଥା ଦିଲ୍ଲୀର ୩ୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ୱ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାର ସମ୍ଭାଳିବା ସହ ନିଜ କ୍ୟାବିନେଟରେ ବିଭାଗ ବଣ୍ଟନ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି। ଆତିଶୀ ନିଜ ପାଖରେ ଶିକ୍ଷା ଓ ଅର୍ଥ ସମେତ ୧୩ଟି ବିଭାଗ ରଖିଛନ୍ତି। କ୍ୟାବିନେଟ ମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କୁ ୮ଟି ବିଭାଗର ଦାୟିତ୍ୱ ଦିଆଯାଇଛି। ସେହିଭଳି ଗୋପାଳ ରାୟଙ୍କୁ ୩ଟି ବିଭାଗ ଏବଂ କୈଳାଶ ଗେହଲୋଟଙ୍କୁ ୫ଟି ବିଭାଗ ଦିଆଯାଇଛି। ଇମ୍ରାନ ହୁସେନଙ୍କୁ ୨ଟି ଓ ମୁକେଶ ଅହଲୱାଟଙ୍କୁ ୫ ଟି ବିଭାଗର ଦାୟିତ୍ୱ ଦିଆଯାଇଛି।

Delhi

The post ଦିଲ୍ଲୀ ସରକାରର ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବାଣ୍ଟିଲେ ଆତିଶୀ, ନିଜ ପାଖରେ ରଖିଲେ ଶିକ୍ଷା-ଅର୍ଥ ସମେତ ୧୩ ବିଭାଗ appeared first on Dharitri Odia News.