ଦିଲ୍ଲୀ ହାଇକୋର୍ଟରେ କେଜରିୱାଲଙ୍କ ଗିରଫ ବିରୋଧରେ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ ୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଆଗତ ପିଟିସନ ଉପରେ ବୁଧବାର ହାକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ମାମଲାରେ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ନିଷ୍ପତି ସଂରକ୍ଷିତ ରଖିଛନ୍ତି। କେଜରିୱାଲ କଥିତ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ଗିରଫ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଏହା ପରେ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ଜବାବ ତଲବ କରିଥିଲେ। ମାମଲାରେ ଇଡି ମଙ୍ଗଳବାର ଜବାବ ଦାଖଲ କରିବା ପରେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। କୋର୍ଟରେ ବୁଧବାର କେଜରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପକ୍ଷ ରଖିଥିଲେ। ଏଥିରେ ସେ କେଜରିୱାଲଙ୍କ ବିରୋଧରେ ପିଏମଏଲଏ ଧାରା ୫୦ରେ କୌଣସି ସାମଗ୍ରୀ ନଥିବା କହିଛନ୍ତି। ମାମଲାରେ ଇଡି ପ୍ରଥମ ସମନ ୩୦ ଅକ୍ଟୋବର ୨୦୨୩ରେ ପଠାଇଥିଲେ ଓ ଶେଷ ତଥା ନବମ ସମନ ୧୬ ମାର୍ଚ୍ଚ ୨୦୨୩ରେ କରିଥିଲେ। ପ୍ରଥମ ଓ ଶେଷ ସମନ ମଝିରେ ପାଖାପାଖି ୬ ମାସ ବିତିଯାଇଥିଲା। ହେଲେ ବିନା କୌଣସି ପ୍ରମାଣରେ କେଜରିୱାଲଙ୍କୁ ଗିରଫ କରାଗଲା। ସିଂଘଭି କହିଛନ୍ତି ଯେ ଏହା କେଜରିୱାଲଙ୍କୁ ଲୋକସଭା ନିର୍ବାଚନରେ ତାଙ୍କ ପାର୍ଟିର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କରିବାରୁ ରୋକା ଯାଇଛି। ପ୍ରଥମ ଭୋଟିଂ ପୂର୍ବରୁ କେଜରିୱାଲଙ୍କ ପାର୍ଟିକୁ ଭାଙ୍ଗିବାକୁ ଏହା ଏକ ଉଦ୍ୟମ। ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ, କେବଳ

ଦିଲ୍ଲୀ ହାଇକୋର୍ଟରେ କେଜରିୱାଲଙ୍କ ଗିରଫ ବିରୋଧରେ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ନୂଆଦିଲ୍ଲୀ ୩।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଆଗତ ପିଟିସନ ଉପରେ ବୁଧବାର ହାକୋର୍ଟରେ ଶୁଣାଣି ହୋଇଛି। କୋର୍ଟ ମାମଲାରେ ଉଭୟ ପକ୍ଷଙ୍କ ତର୍କ ଶୁଣିବା ପରେ ନିଷ୍ପତି ସଂରକ୍ଷିତ ରଖିଛନ୍ତି। କେଜରିୱାଲ କଥିତ ଅବକାରୀ ଦୁର୍ନୀତି ସମ୍ପର୍କିତ ମନିଲଣ୍ଡ୍ରିଂ ମାମଲାରେ ତାଙ୍କ ଗିରଫ ବିରୋଧରେ କୋର୍ଟରେ ଆବେଦନ କରିଥିଲେ। ଏହା ପରେ ହାଇକୋର୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ଙ୍କୁ ଜବାବ ତଲବ କରିଥିଲେ। ମାମଲାରେ ଇଡି ମଙ୍ଗଳବାର ଜବାବ ଦାଖଲ କରିବା ପରେ ହାଇକୋର୍ଟ ବୁଧବାର ଶୁଣାଣି କରିଛନ୍ତି। 

କୋର୍ଟରେ ବୁଧବାର କେଜରିୱାଲଙ୍କ ପକ୍ଷରୁ ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ପକ୍ଷ ରଖିଥିଲେ। ଏଥିରେ ସେ କେଜରିୱାଲଙ୍କ ବିରୋଧରେ ପିଏମଏଲଏ ଧାରା ୫୦ରେ କୌଣସି ସାମଗ୍ରୀ ନଥିବା କହିଛନ୍ତି। ମାମଲାରେ ଇଡି ପ୍ରଥମ ସମନ ୩୦ ଅକ୍ଟୋବର ୨୦୨୩ରେ ପଠାଇଥିଲେ ଓ ଶେଷ ତଥା ନବମ ସମନ ୧୬ ମାର୍ଚ୍ଚ ୨୦୨୩ରେ କରିଥିଲେ। ପ୍ରଥମ ଓ ଶେଷ ସମନ ମଝିରେ ପାଖାପାଖି ୬ ମାସ ବିତିଯାଇଥିଲା। ହେଲେ ବିନା କୌଣସି ପ୍ରମାଣରେ କେଜରିୱାଲଙ୍କୁ ଗିରଫ କରାଗଲା। 

ସିଂଘଭି କହିଛନ୍ତି ଯେ ଏହା କେଜରିୱାଲଙ୍କୁ ଲୋକସଭା ନିର୍ବାଚନରେ ତାଙ୍କ ପାର୍ଟିର ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର କରିବାରୁ ରୋକା ଯାଇଛି। ପ୍ରଥମ ଭୋଟିଂ ପୂର୍ବରୁ କେଜରିୱାଲଙ୍କ ପାର୍ଟିକୁ ଭାଙ୍ଗିବାକୁ ଏହା ଏକ ଉଦ୍ୟମ। ସେମାନଙ୍କ ପାଖରେ କୌଣସି ପ୍ରମାଣ ନାହିଁ, କେବଳ ସରକାରୀ ସାକ୍ଷଙ୍କ ବୟାନ ଆଧାରରେ ତାଙ୍କୁ ଗିରଫ କରାଯାଇଛି। ତେବେ ଇଡି କେଜରିୱାଲ ଗିରଫକୁ ଚାଲେଞ୍ଜ କରି ଦାଖଲ କରିଥିବା ପିଟିସନକୁ ବିରୋଧ କରିଛି। କହିଛି ମାମଲାର ତଦନ୍ତ ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଓ ଯେଉଁ ପର୍ଯ୍ୟନ୍ତ କେଜରିୱାଲଙ୍କ କଥା ଉଠୁଛି ତାଙ୍କର ଯାଞ୍ଚ ସରି ନାହିଁ ବୋଲି କହିଛି। 

ଇଡି ପକ୍ଷରୁ ଉପସ୍ଥିତ ଆଡିସନାଲ ସୋଲିସିଟର ଜେନେରାଲ (ଏଏସଜି) ଏସ.ଭି ରାଜୁ କହିଛନ୍ତି ଯେ ମନିଲଣ୍ଡ୍ରିଂର ଯେଉଁ ଅପରାଧ ହୋଇଛି ତାହା ସ୍ପଷ୍ଟ  ସନ୍ଦେହରୁ ଊର୍ଦ୍ଧ୍ୱରେ। ପୂର୍ବରୁ ଦାଖଲ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଭିଯୋଗକୁ କୋର୍ଟ ଗ୍ରହଣ କରିଛନ୍ତି। ଏଠାରେ ସଂଜ୍ଞାନ ଅପରାଧର, ଅପରାଧିର ନୁହେଁ ବୋଲି ଏଏସଜି କୋର୍ଟଙ୍କୁ କହିଛନ୍ତି।