ଦିଲ୍ଲୀବାସୀଙ୍କୁ କେଜରିୱାଲ୍‌ଙ୍କ ଉପହାର: ମାସକୁ ୯୦୦ ରୋଜଗାର କର ଏବଂ ଶୂନ ଇଲେକ୍ଟ୍ରିକ୍ ବିଲ୍‌ର ମଜା ନିଅ

ନୂଆଦିଲ୍ଲୀ: ସୌର ଶକ୍ତିର ବ୍ୟବହାର ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ନିଜ ଘରର ଛାତରେ ସୋଲାର ପ୍ୟାନେଲ୍ ଲଗାଇବେ ସେମାନଙ୍କୁ ସରକାର ଆର୍ଥିକ ପୁରସ୍କାର ଦେବେ। ଏଥିପାଇଁ ଦିଲ୍ଲୀ ସୋଲାର ପଲିସି ଘୋଷଣା କରିଛନ୍ତି କେଜରିୱାଲ୍। ଦିଲ୍ଲୀ ସୋଲାର ପଲିସି ୨୦୨୪ ଅନୁସାରେ ଯେଉଁ ଉପଭୋକ୍ତାମାନେ ବିକଳ୍ପ ଭାବେ ସୌର ଶକ୍ତିର ବ୍ୟବହାର କରିବେ ସେମାନଙ୍କୁ ଆର୍ଥିକ ଭାବେ ପୁରସ୍କୃତ କରାଯିବ। ଆଗାମୀ ୧୦ ଦିନ ଭିତରେ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି। ଏନେଇ କେଜରିୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ଆଜି ଆମେ ଦିଲ୍ଲୀ ସୌର ନୀତି ୨୦୨୪ ଘୋଷଣା କରିଛୁ। ଏଥିରେ ଅନେକ ଜନ କଲ୍ୟାଣ ବ୍ୟବସ୍ଥା ରହିଛି। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହାକୁ ବ୍ୟବହାର କରୁଥିବା ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଶୂନ୍‌ ହୋଇଯିବ ଏବଂ ସେମାନେ ମାସକୁ ୭୦୦ ରୁ ୯୦୦ ଟଙ୍କା ରୋଜଗାର କରିବେ। ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଅଧା ହୋଇଯିବ।” ପଢ଼ନ୍ତୁ-ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ ମୁଖ୍ୟମନ୍ତ୍ରୀ କେଜରିୱାଲ୍ କହିଛନ୍ତି ଯେ ଆମେ ୨୦୧୫ରେ ସରକାର ଗଠନ କରିବା ପରେ ୨୦୧୬ରେ  ସୋଲାର ପଲି

ଦିଲ୍ଲୀବାସୀଙ୍କୁ କେଜରିୱାଲ୍‌ଙ୍କ ଉପହାର: ମାସକୁ ୯୦୦ ରୋଜଗାର କର ଏବଂ ଶୂନ ଇଲେକ୍ଟ୍ରିକ୍ ବିଲ୍‌ର ମଜା ନିଅ

arvind-kejriwal

ନୂଆଦିଲ୍ଲୀ: ସୌର ଶକ୍ତିର ବ୍ୟବହାର ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ସୋମବାର ଏକ ବଡ଼ ଘୋଷଣା କରିଛନ୍ତି। ଯେଉଁମାନେ ନିଜ ଘରର ଛାତରେ ସୋଲାର ପ୍ୟାନେଲ୍ ଲଗାଇବେ ସେମାନଙ୍କୁ ସରକାର ଆର୍ଥିକ ପୁରସ୍କାର ଦେବେ। ଏଥିପାଇଁ ଦିଲ୍ଲୀ ସୋଲାର ପଲିସି ଘୋଷଣା କରିଛନ୍ତି କେଜରିୱାଲ୍।

ଦିଲ୍ଲୀ ସୋଲାର ପଲିସି ୨୦୨୪ ଅନୁସାରେ ଯେଉଁ ଉପଭୋକ୍ତାମାନେ ବିକଳ୍ପ ଭାବେ ସୌର ଶକ୍ତିର ବ୍ୟବହାର କରିବେ ସେମାନଙ୍କୁ ଆର୍ଥିକ ଭାବେ ପୁରସ୍କୃତ କରାଯିବ। ଆଗାମୀ ୧୦ ଦିନ ଭିତରେ ଯୋଜନା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରାଯିବ ବୋଲି ଦିଲ୍ଲୀ ସରକାର ସୂଚନା ଦେଇଛନ୍ତି।

ଏନେଇ କେଜରିୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି “ଆଜି ଆମେ ଦିଲ୍ଲୀ ସୌର ନୀତି ୨୦୨୪ ଘୋଷଣା କରିଛୁ। ଏଥିରେ ଅନେକ ଜନ କଲ୍ୟାଣ ବ୍ୟବସ୍ଥା ରହିଛି। ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହାକୁ ବ୍ୟବହାର କରୁଥିବା ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଶୂନ୍‌ ହୋଇଯିବ ଏବଂ ସେମାନେ ମାସକୁ ୭୦୦ ରୁ ୯୦୦ ଟଙ୍କା ରୋଜଗାର କରିବେ। ବାଣିଜ୍ୟିକ ଏବଂ ଶିଳ୍ପ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ଅଧା ହୋଇଯିବ।”

ପଢ଼ନ୍ତୁ-ଏବେ ମେଡ୍‌ ଇନ୍‌ ଇଣ୍ଡିଆ ହେବ ସାମସଙ୍ଗ୍‌ ଲାପଟପ୍‌, ଚଳିତ ବର୍ଷରୁ ନୋଏଡା ଫ୍ୟାକ୍ଟ୍ରିରେ ହେବ ନିର୍ମାଣ

ମୁଖ୍ୟମନ୍ତ୍ରୀ କେଜରିୱାଲ୍ କହିଛନ୍ତି ଯେ ଆମେ ୨୦୧୫ରେ ସରକାର ଗଠନ କରିବା ପରେ ୨୦୧୬ରେ  ସୋଲାର ପଲିସି ଘୋଷଣା କରିଥିଲୁ। ଯାହା ଦିଲ୍ଲୀ ସୌର ଶକ୍ତି ବ୍ୟବହାର ମୂଳଦୁଆ ପକାଇଥିଲା। ଏବେ ଆମେ ଦିଲ୍ଲୀ ସୋଲାର ପଲିସି ୨୦୨୪ ନାମକ ଏକ ନୂଆ ସୋଲାର ପଲିସି ଲଞ୍ଚ କରିଛୁ। ଏଥିରେ ୫୦୦ ସ୍କୋୟାର ମିଟର୍ସ ଥିବା ସମସ୍ତ ସରକାରୀ ବିଲ୍‌ଡିଂର ଛାତ ଉପରେ ସୋଲାର ପ୍ୟାନେଲ ଲଗାଇବା ବାଧ୍ୟାତମୂଳକ ହେବ। ଆଗାମୀ ୩ ବର୍ଷ  ଭିତରେ କାର୍ଯ୍ୟ ଶେଷ ହେବ ବୋଲି କେଜରିୱାଲ୍ ଘୋଷଣା କରିଛନ୍ତି।

ନିକଟରେ ଦିଲ୍ଲୀ କ୍ୟାବିନେଟ୍ ଦିଲ୍ଲୀ ସୋଲାର ପଲିସିକୁ ମଞ୍ଜୁରି ଦେଇଛି। ଆସନ୍ତା ୧୦ ଦିନ ଭିତରେ ଏହାକୁ କାର୍ଯ୍ୟାକାରୀ ଆରମ୍ଭ ହେବ ବୋଲି ଦିଲ୍ଲୀ ଶକ୍ତି ମନ୍ତ୍ରୀ ଅତିଶୀ କହିଛନ୍ତି। ତେବେ ଏହା ପୂର୍ବରୁ ୨୦୧୬ରେ ଲାଗୁ ହୋଇଥିବା ସୋଲାର ପଲିସି ବର୍ତ୍ତମାନ ଦିଲ୍ଲୀର ବିଦ୍ୟୁତ ଚାହିଦାର  ୭.୨ ପ୍ରତିଶତ ପୂରା କରୁଛି ବୋଲି ଦିଲ୍ଲୀ ସରକାର କହିଛନ୍ତି।

ସୂଚନା ଥାଉକି ଜାନୁଆରୀ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତରୀ ସୂର୍ଯ୍ୟୋଦୟ ଯୋଜନା ଘୋଷଣା କରିଥିଲେ। ଏଥିରେ ପ୍ରଥମେ କୋଟିଏ ଘରେ ରୁଫଟଫ୍ ସୋଲାର ସିଷ୍ଟମ ଲଗାଇବାକୁ ଯୋଜନା ରହିଛି। ଏହି ଯୋଜନା ମାଧ୍ୟମରେ ନିମ୍ନ ଓ ମଧ୍ୟବିତ୍ତି ପରିବାର ବର୍ଗକୁ କମ୍ ଖର୍ଚ୍ଚରେ ବିଦ୍ୟୁତ୍ ଯୋଗାଇବା ମୁଖ୍ୟ ଲକ୍ଷ୍ୟ। ଛାତ ଉପରେ ସୋଲାର ସିଷ୍ଟମ ଲଗାଇବା ପାଇଁ ଏକ ବଡ଼ ଅଭିଯାନ ଆରମ୍ଭ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

The post ଦିଲ୍ଲୀବାସୀଙ୍କୁ କେଜରିୱାଲ୍‌ଙ୍କ ଉପହାର: ମାସକୁ ୯୦୦ ରୋଜଗାର କର ଏବଂ ଶୂନ ଇଲେକ୍ଟ୍ରିକ୍ ବିଲ୍‌ର ମଜା ନିଅ appeared first on Prameya News7.