ଦିଲ୍ଲୀର ୧୦୦ ସ୍କୁଲ୍‌କୁ ବୋମା ଫିଙ୍ଗି ଉଡ଼ାଇ ଦେବାକୁ ଧମକ: ଋଷୀୟ ଡୋମେନ୍‌ରୁ ଆସିଛି ଧମପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୧୦୦ଟି ସ୍କୁଲ୍‌କୁ ବୋମା ଫିଙ୍ଗି ଉଡ଼ାଇ ଦେବାକୁ ଧମକ ମିଳିଛି। ସକାଳେ ଇ-ମେଲ୍ ଜରିଆରେ ଏହି ଧମକ ମିଳିବା ପରେ ସ୍କୁଲ୍‌ଗୁଡ଼ିକ ଶୀଘ୍ର ଛୁଟି କରି ପିଲାମାନଙ୍କୁ ଘରକୁ ଫଠାଇ ଦେଇଛନ୍ତି। ଘଟଣାରେ ପୁଲିସ ପହଞ୍ଚି ତନ୍ନ ତନ୍ନ ତଦାରଖ କରିବା ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ। ଭୟସୃଷ୍ଟି କରିବାକୁ ଏକ ମିଛ ଧମକ ଦିଆଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନା କହିଛନ୍ତି ଯେ ବୋମା ଧମକ ମିଳିବା ପରେ ପୁଲିସ ଇମେଲ୍‌କୁ ଭଲ ଭାବରେ ଚେକ୍ କରିଥିଲା। ଭୟଭୀତ କରିବାକୁ ଏପରି ମିଛ ଧମକ ଦିଆଯାଇଥିବା ଜଣାପଡ଼ିଛି।ଗୋଟିଏ ଆଇପି ଆଡ୍ରେସ୍‌ ବ୍ୟବହାର କରି ଏହି ଇମେଲ୍ ପଠାଯାଇଥିଲା। ତେବେ ଏଥିରେ ଏକ ଋଷିୟ ଡୋମେନ୍‌ରେ ବ୍ୟବହାର କରାଯାଇଛି। କିନ୍ତୁ ସତରେ ଏହା ଋଷରୁ ପରିଚାଳନା କରାଯାଇଥିଲା କି ନା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ଯାଞ୍ଚରେ ଲାଗିଛି। ତେବ ସ୍କୁଲ୍ ପରିସରରେ ସେମିତି କିଛି ମିଳି ନଥିବାରୁ ବାପାମାଙ୍କୁ ଅଯଥା ଅଯଥା ଭୟଭୀତ ନ ହେବାକୁ ଦିଲ୍ଲୀ ପୁଲିସ ପ୍ରବକ୍ତା ସୁମନ ନାଲୱା କହିଛନ୍ତି।  ବୁଧବାର ସକାଳେ ପ୍ରଥମେ ଚାଣକ୍ୟପୁରୀ ସଂସ୍କୃତ ବିଦ୍ୟାଳୟ, ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରି ସ୍କୁଲ ଏବଂ ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଆଦିକୁ ବୋମା ଧମକ ମିଳିଥିଲା। ଏହାପରେ କ୍ୟାମ୍ପସରେ ବିସ୍ଫୋରକ ସାମଗ୍ରୀ ଥିବ

ଦିଲ୍ଲୀର ୧୦୦ ସ୍କୁଲ୍‌କୁ ବୋମା ଫିଙ୍ଗି ଉଡ଼ାଇ ଦେବାକୁ ଧମକ: ଋଷୀୟ ଡୋମେନ୍‌ରୁ ଆସିଛି ଧମପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ୧୦୦ଟି ସ୍କୁଲ୍‌କୁ ବୋମା ଫିଙ୍ଗି ଉଡ଼ାଇ ଦେବାକୁ ଧମକ ମିଳିଛି। ସକାଳେ ଇ-ମେଲ୍ ଜରିଆରେ ଏହି ଧମକ ମିଳିବା ପରେ ସ୍କୁଲ୍‌ଗୁଡ଼ିକ ଶୀଘ୍ର ଛୁଟି କରି ପିଲାମାନଙ୍କୁ ଘରକୁ ଫଠାଇ ଦେଇଛନ୍ତି। ଘଟଣାରେ ପୁଲିସ ପହଞ୍ଚି ତନ୍ନ ତନ୍ନ ତଦାରଖ କରିବା ପରେ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନାହିଁ। ଭୟସୃଷ୍ଟି କରିବାକୁ ଏକ ମିଛ ଧମକ ଦିଆଯାଇଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ କହିଛି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନା କହିଛନ୍ତି ଯେ ବୋମା ଧମକ ମିଳିବା ପରେ ପୁଲିସ ଇମେଲ୍‌କୁ ଭଲ ଭାବରେ ଚେକ୍ କରିଥିଲା। ଭୟଭୀତ କରିବାକୁ ଏପରି ମିଛ ଧମକ ଦିଆଯାଇଥିବା ଜଣାପଡ଼ିଛି।


ଗୋଟିଏ ଆଇପି ଆଡ୍ରେସ୍‌ ବ୍ୟବହାର କରି ଏହି ଇମେଲ୍ ପଠାଯାଇଥିଲା। ତେବେ ଏଥିରେ ଏକ ଋଷିୟ ଡୋମେନ୍‌ରେ ବ୍ୟବହାର କରାଯାଇଛି। କିନ୍ତୁ ସତରେ ଏହା ଋଷରୁ ପରିଚାଳନା କରାଯାଇଥିଲା କି ନା ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ପୁଲିସ ଯାଞ୍ଚରେ ଲାଗିଛି। ତେବ ସ୍କୁଲ୍ ପରିସରରେ ସେମିତି କିଛି ମିଳି ନଥିବାରୁ ବାପାମାଙ୍କୁ ଅଯଥା ଅଯଥା ଭୟଭୀତ ନ ହେବାକୁ ଦିଲ୍ଲୀ ପୁଲିସ ପ୍ରବକ୍ତା ସୁମନ ନାଲୱା କହିଛନ୍ତି। 

 

ବୁଧବାର ସକାଳେ ପ୍ରଥମେ ଚାଣକ୍ୟପୁରୀ ସଂସ୍କୃତ ବିଦ୍ୟାଳୟ, ପୂର୍ବ ଦିଲ୍ଲୀର ମୟୂର ବିହାରର ମଦର ମେରି ସ୍କୁଲ ଏବଂ ଦ୍ୱାରକାସ୍ଥିତ ଦିଲ୍ଲୀ ପବ୍ଲିକ୍ ସ୍କୁଲ ଆଦିକୁ ବୋମା ଧମକ ମିଳିଥିଲା। ଏହାପରେ କ୍ୟାମ୍ପସରେ ବିସ୍ଫୋରକ ସାମଗ୍ରୀ ଥିବା ଦାବି କରି ପ୍ରାୟ ୧୦୦ ଟି ବିଦ୍ୟାଳୟ ମଧ୍ୟ ସମାନ ମେଲ୍ ପଠାଯାଇଥିଲା। ମଦର ମେରି ସ୍କୁଲ୍‌ରେ ପରୀକ୍ଷା ଚାଲିଥିବା ବେଳେ ହଠାତ୍ ଏମାର୍ଜେନ୍ସି ଘୋଷଣା କରି ସ୍କୁଲ୍ ଖାଲି କରିବାକୁ କୁହାଯାଇଥିଲା। ଏହାପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। 

ଅଭିଭାବକମାନଙ୍କୁ ଦିଲ୍ଲୀ ପୁଲିସ ପ୍ରବକ୍ତାଙ୍କ ପକ୍ଷରୁ ମେଲ୍ କରି ଏ ବିଷୟରେ ଅବଗତ କରାଯାଇଥିଲା। ସ୍କୁଲ୍‌ଗୁଡ଼ିକୁ ଧମକ ମିଳିଥିବା ସୁରକ୍ଷା ଦୃଷ୍ଟିରୁ ଆମେ ପିଲାଙ୍କୁ ଘରକୁ ପଠାଇ ଦେଉଛୁ ବୋଲି ବାପାମାଙ୍କ ପାଖକୁ ମେଲ୍‌ କରାଯାଇଥିଲା। ଏହାପରେ ଅଭିଭାବକମାନେ ପିଲାମାନଙ୍କୁ ନେବାକୁ ସ୍କୁଲ୍‌ରେ ଭିଡ଼ ଲଗାଇଥିବା ଦେଖିବାକୁ ମିଳିଥିଲା। ଏହାପରେ ବୋମା ନିଷ୍କ୍ରିୟକାରୀ ଟିମ୍ ଓ ଅନ୍ୟାନ୍ୟ ଟିମ୍‌ ଧମକ ମିଳିଥିବା ସ୍କୁଲ୍ ଓ ଧମକ ମିଳି ନଥିବା ସ୍କୁଲ୍‌ଗୁଡ଼ିକରେ ଯାଞ୍ଚ କରିଥିଲେ। 

ଯାଞ୍ଚରେ କିଛି ବି ସେମିତି ମିଳି ନାହିଁ। ତେଣୁ ବାପାମା ଓ ଛାତ୍ରଛାତ୍ରୀ ମାନଙ୍କୁ ଭୟଭୀତ ନ ହେବାକୁ ଦିଲ୍ଲୀ ମନ୍ତ୍ରୀ ଅତିଶୀ କହିଛନ୍ତି। ସୂଚନା ଥାଉକି ଗତ ଫେବ୍ରୁଆରୀ ମାସରେ ଆର୍‌କେ ପୁରମର ଦିଲ୍ଲୀ ପୁଲିସ ସ୍କୁଲ୍‌କୁ ମଧ୍ୟ ଠିକ୍ ଏମିତି ମିଛ ଧମକ ମିଳିଥିଲା।