ଦିଲ୍ଲୀରୁ ଗୁରୁଗ୍ରାମ୍‌ ଲାଗିବ ମାତ୍ର ୭ ମିନିଟ୍, ଖୁବ୍‌ଶୀଘ୍ର ଆସୁଛି ଏୟାରଟ୍ୟାକ୍ସି

ନୂଆଦିଲ୍ଲୀ ୨୮।୦୪: ଦିଲ୍ଲୀ ଟ୍ରାଫିକ୍‌ । ଏତେ ଜାମ୍‌ କି କେହି ବି କାନ୍ଧି ପକେଇବ । ଅନେକଙ୍କ ମନରେ ଆସିଥାଏ କାସ୍‌ ଉଡିକି ଯାଇ ହୁଅନ୍ତା   । ବର୍ତ୍ତମାନ ଏପରି କିଛି ହେବାକୁ ଯାଉଛି । ଲୋକଙ୍କ ମନ କଥା ବୁଝିଛି ଇଣ୍ଟରଗ୍ଲୋବ୍‌ କମ୍ପାନୀ । ଅପେକ୍ଷା ଆଉ ମାତ୍ର ୨ ବର୍ଷ । ଖୁବଶୀଘ୍ର ଦିଲ୍ଲୀ ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ୨୭ କିମି ରାସ୍ତାକୁ ମାତ୍ର ୭ ମିନିଟ୍‌ରେ କରିବ ଅତିକ୍ରମ । ଯାହା ରାସ୍ତାରେ ଯିବାକୁ ଲାଗିପାରେ ଦେଢଘଣ୍ଟାରୁ ଅଧିକ ସମୟ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏପରି ୭ ମିନିଟିଆ ଯାତ୍ରାର ମଜା ନେବାକୁ ଯାଉଛନ୍ତି ଦିଲ୍ଲୀବାସୀ । ଏହାକୁ ଯୋଗାଇବ ଏୟାର ଇଣ୍ଡିଆର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନ । ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ଠାରୁ ଗୁରୁଗ୍ରାମର ଆନୁମାନିକ ଦୂରତା ୨୭ କିମି । କାରରେ ଯାତ୍ରା କଲେ ଦେଢ ଘଣ୍ଟା ଲାଗିଥାଏ ସମୟ । ତେବେ ଏହି ସମାନ ବାଟକୁ ମାତ୍ର ୭ ମିନିଟ୍‌ରେ ପୂରା କରିବ  ଏୟାର ଟ୍ୟାକ୍ସି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଏହି ଏୟାର ଟ୍ୟାକ୍ସିଗୁଡ଼ିକ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ଦିଲ୍ଲୀର କନନାଟ୍ ପ୍ଲେସରୁ ହରିୟାଣାର ଗୁରୁଗ୍ରାମକୁ ମାତ୍ର ୭ ମିନିଟରେ ପରିବହନ କରିବ । ୨୦୨୬ ସୁଦ୍ଧା ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଖବର ଅନୁଯାୟୀ

ଦିଲ୍ଲୀରୁ ଗୁରୁଗ୍ରାମ୍‌ ଲାଗିବ ମାତ୍ର ୭ ମିନିଟ୍, ଖୁବ୍‌ଶୀଘ୍ର ଆସୁଛି ଏୟାରଟ୍ୟାକ୍ସି

ନୂଆଦିଲ୍ଲୀ ୨୮।୦୪: ଦିଲ୍ଲୀ ଟ୍ରାଫିକ୍‌ । ଏତେ ଜାମ୍‌ କି କେହି ବି କାନ୍ଧି ପକେଇବ । ଅନେକଙ୍କ ମନରେ ଆସିଥାଏ କାସ୍‌ ଉଡିକି ଯାଇ ହୁଅନ୍ତା   । ବର୍ତ୍ତମାନ ଏପରି କିଛି ହେବାକୁ ଯାଉଛି । ଲୋକଙ୍କ ମନ କଥା ବୁଝିଛି ଇଣ୍ଟରଗ୍ଲୋବ୍‌ କମ୍ପାନୀ । ଅପେକ୍ଷା ଆଉ ମାତ୍ର ୨ ବର୍ଷ । ଖୁବଶୀଘ୍ର ଦିଲ୍ଲୀ ଆକାଶରେ ଉଡିବ ଏୟାର ଟ୍ୟାକ୍ସି । 

୨୭ କିମି ରାସ୍ତାକୁ ମାତ୍ର ୭ ମିନିଟ୍‌ରେ କରିବ ଅତିକ୍ରମ । ଯାହା ରାସ୍ତାରେ ଯିବାକୁ ଲାଗିପାରେ ଦେଢଘଣ୍ଟାରୁ ଅଧିକ ସମୟ । ଶୁଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ ଏପରି ୭ ମିନିଟିଆ ଯାତ୍ରାର ମଜା ନେବାକୁ ଯାଉଛନ୍ତି ଦିଲ୍ଲୀବାସୀ । ଏହାକୁ ଯୋଗାଇବ ଏୟାର ଇଣ୍ଡିଆର ପ୍ୟାରେଣ୍ଟ୍ କମ୍ପାନୀ ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍ ଏବଂ ଆମେରିକାର ଆର୍ଚର ଆଭିଏସନ । 

ଦିଲ୍ଲୀର କନ୍ନୋଟ୍ ପ୍ଲେସ୍ ଠାରୁ ଗୁରୁଗ୍ରାମର ଆନୁମାନିକ ଦୂରତା ୨୭ କିମି । କାରରେ ଯାତ୍ରା କଲେ ଦେଢ ଘଣ୍ଟା ଲାଗିଥାଏ ସମୟ । ତେବେ ଏହି ସମାନ ବାଟକୁ ମାତ୍ର ୭ ମିନିଟ୍‌ରେ ପୂରା କରିବ  ଏୟାର ଟ୍ୟାକ୍ସି । ଆସନ୍ତା ଦୁଇ ବର୍ଷ ମଧ୍ୟରେ ରାଜଧାନୀ ଦିଲ୍ଲୀର ଆକାଶରେ ଉଡିବ ଏୟାର ଟ୍ୟାକ୍ସି । ଏହି ଏୟାର ଟ୍ୟାକ୍ସିଗୁଡ଼ିକ ସ୍ୱଳ୍ପ ମୂଲ୍ୟରେ ଯାତ୍ରୀଙ୍କୁ ଦିଲ୍ଲୀର କନନାଟ୍ ପ୍ଲେସରୁ ହରିୟାଣାର ଗୁରୁଗ୍ରାମକୁ ମାତ୍ର ୭ ମିନିଟରେ ପରିବହନ କରିବ । 

୨୦୨୬ ସୁଦ୍ଧା ଏୟାର ଟ୍ୟାକ୍ସି ସେବା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଖବର ଅନୁଯାୟୀ, ଆର୍ଚର ଆଭିଏସନ ୨୦୦ଟି 'ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରୁଥିବା ବିମାନ ଯୋଗାଇବା ପାଇଁ ଘୋଷଣା କରିଛି । ଏହି ୨୦୦ ବିମାନରେ ପ୍ରତ୍ୟେକଟିରେ ୧୨ଟି 'ରୋଟର୍' ଲାଗିଛି । ଏହାର ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର୍ ବା ୮,୩୩୭ କୋଟି ଟଙ୍କା ହେବ । 

ଏହି ଉନ୍ନତମାନର ବିମାନରେ ପାଇଲଟଙ୍କ ବ୍ୟତୀତ ୪ ଜଣ ଯାତ୍ରୀ ବସିବାର କ୍ଷମତା ରହିବ। ଏଗୁଡ଼ିକ ହେଲିକପ୍ଟର ପରି କାମ କରିବ । କନ୍ନାଟ୍ ପ୍ଲେସ୍ ଏବଂ ଗୁରୁଗ୍ରାମ ମଧ୍ୟରେ ୨୭ କିମି ଯାତ୍ରା ପାଇଁ କାରରେ ପ୍ରାୟ ୧୫୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। କିନ୍ତୁ ଏୟାର ଟ୍ୟାକ୍ସିରେ ଏହାର ଆନୁମାନିକ ଭଡା ପ୍ରାୟ ୨ ହଜାରରୁ ୩ ହଜାର ଟଙ୍କା ହେବ । ଏହି ଦାମ୍‌ ଦେବାକୁ ସକ୍ଷମ ଥିବା ବ୍ୟକ୍ତି କିମ୍ବା ଅତ୍ୟାବଶ୍ୟକ ପାଇଁ ଆବଶ୍ୟକ ଥିବା ଲୋକେ ଏହାର ସୁବିଧା ପାଇପାରିବେ ।