ଦିଲ୍ଲୀରୁ ଲୁଟ୍ ହୋଇଥିଲା ୮୬ ଲକ୍ଷ ଟଙ୍କା, ବାଲେଶ୍ବରରୁ ଅଭିଯୁକ୍ତକୁ ଧରିଲା ପୋଲିସ

ନୀଳଗିରି: ଦିଲ୍ଲୀର ଜଣେ ବିଲଡରଙ୍କ ଘରୁ ୮୬ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗରେ ଅଭିଯୁକ୍ତକୁ ବାଲେଶ୍ବରରୁ ଧରିଲା ପୋଲିସ। ଦିଲ୍ଲୀ ପୋଲିସ ନୀଳଗିରି ପୋଲିସ ସହାୟତାରେ ଚଢ଼ାଉ କରି ବାଲେଶ୍ବର ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ ଭିମେଇ ଗାଁରୁ ଅଭିଯୁକ୍ତକୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି।ସୂଚନା ଅନୁସାରେ, ନୀଳଗିରି ଉପଖଣ୍ଡ ଈଶ୍ୱରପୁର ପଞ୍ଚାୟତ ଅଧୀନ ଭିମେଇ ଗ୍ରାମର କାଶୀନାଥ ମଲ୍ଲିକ ଦିଲ୍ଲୀରେ ଜଣେ ବିଲଡର ଘରେ ରହି ସହାୟକ ଭାବେ ରହି କାମ କରୁଥିଲେ। ହେଲେ କାମ କରିବା ବାହାନାରେ ସୁଯୋଗ ଦେଖି କାଶୀନାଥଙ୍କ ଟ୍ରେଜରୀ ଲୁଟ କରିବାକୁ ଯୋଜନା କରିଥିଲା। ଏଥିପାଇଁ ସେ ଗ୍ରାମର ଦୁଇବନ୍ଧୁ ଆଶୁତୋଷ ଓ ଜଗବନ୍ଧୁଙ୍କ ସାହାଯ୍ୟ ନେଇଥିଲା। ୭ ଦିନ ତଳେ ଦୁଇ ବନ୍ଧୁଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଥିଲା କାଶୀନାଥ । ବିଲଡରଙ୍କ ଘରେ ସମସ୍ତେ ଶୋଇଥିବାବେଳେ ପ୍ରଥମେ ଘରର ମୁଖ୍ୟ ଫାଟକରେ ତାଲା ପକାଇଦେଇଥିଲେ। ଏହା ପରେ ଘର ଭିତରେ ଯେଉଁଠି ଟଙ୍କା ଥିଲା ସେହି ଘରେ ପଶି ଆଲମିରା ଭାଙ୍ଗି ସେଥରୁ ୮୬ ଲକ୍ଷ ଟଙ୍କା ଚୋରି କରିଥିଲା। ଏଥିରୁ କାଶୀନାଥ ୪୧ ଲକ୍ଷ ଟଙ୍କା ନେଇଥିବାବେଳେ ଆଶୁତୋଷ ୨୨ ଲକ୍ଷ ଏବଂ ଜଗବନ୍ଧୁ ୨୩ ଲକ୍ଷ ଟଙ୍କା ନେଇଥିଲା। ଏହା ପରେ ତିନି ଜଣ ଅଲଗା ଅଲଗା ସ୍ଥାନକୁ ବାହାରିଯାଇଥିଲେ।ତେବେ ପୋଲିସ ଆଶୁତୋଷକୁ ଦିଲ୍ଲୀ ରେଲୱେ ଷ୍ଟେସନରୁ ଗିରଫ କରିନେଇଥିଲା। ଏହା ପରେ କାଶୀନାଥ ଏବଂ ଜଗବନ୍ଧୁକୁ ଧରିବାକୁ ଚେଷ୍

ଦିଲ୍ଲୀରୁ ଲୁଟ୍ ହୋଇଥିଲା ୮୬ ଲକ୍ଷ ଟଙ୍କା, ବାଲେଶ୍ବରରୁ ଅଭିଯୁକ୍ତକୁ ଧରିଲା ପୋଲିସ

ନୀଳଗିରି: ଦିଲ୍ଲୀର ଜଣେ ବିଲଡରଙ୍କ ଘରୁ ୮୬ ଲକ୍ଷ ଟଙ୍କା ଲୁଟ୍‌ ଅଭିଯୋଗରେ ଅଭିଯୁକ୍ତକୁ ବାଲେଶ୍ବରରୁ ଧରିଲା ପୋଲିସ। ଦିଲ୍ଲୀ ପୋଲିସ ନୀଳଗିରି ପୋଲିସ ସହାୟତାରେ ଚଢ଼ାଉ କରି ବାଲେଶ୍ବର ଔପଦା ବ୍ଲକ ଈଶ୍ୱରପୁର ପଞ୍ଚାୟତ ଅଧୀନ ଭିମେଇ ଗାଁରୁ ଅଭିଯୁକ୍ତକୁ ଗିରଫ କରିବା ସହ ୨୦ ଲକ୍ଷ ଟଙ୍କା ଜବତ କରିଛି।

ସୂଚନା ଅନୁସାରେ, ନୀଳଗିରି ଉପଖଣ୍ଡ ଈଶ୍ୱରପୁର ପଞ୍ଚାୟତ ଅଧୀନ ଭିମେଇ ଗ୍ରାମର କାଶୀନାଥ ମଲ୍ଲିକ ଦିଲ୍ଲୀରେ ଜଣେ ବିଲଡର ଘରେ ରହି ସହାୟକ ଭାବେ ରହି କାମ କରୁଥିଲେ। ହେଲେ କାମ କରିବା ବାହାନାରେ ସୁଯୋଗ ଦେଖି କାଶୀନାଥଙ୍କ ଟ୍ରେଜରୀ ଲୁଟ କରିବାକୁ ଯୋଜନା କରିଥିଲା। 

ଏଥିପାଇଁ ସେ ଗ୍ରାମର ଦୁଇବନ୍ଧୁ ଆଶୁତୋଷ ଓ ଜଗବନ୍ଧୁଙ୍କ ସାହାଯ୍ୟ ନେଇଥିଲା। ୭ ଦିନ ତଳେ ଦୁଇ ବନ୍ଧୁଙ୍କୁ ଧରି ଦିଲ୍ଲୀରେ ପହଞ୍ଚିଥିଲା କାଶୀନାଥ । ବିଲଡରଙ୍କ ଘରେ ସମସ୍ତେ ଶୋଇଥିବାବେଳେ ପ୍ରଥମେ ଘରର ମୁଖ୍ୟ ଫାଟକରେ ତାଲା ପକାଇଦେଇଥିଲେ। ଏହା ପରେ ଘର ଭିତରେ ଯେଉଁଠି ଟଙ୍କା ଥିଲା ସେହି ଘରେ ପଶି ଆଲମିରା ଭାଙ୍ଗି ସେଥରୁ ୮୬ ଲକ୍ଷ ଟଙ୍କା ଚୋରି କରିଥିଲା। ଏଥିରୁ କାଶୀନାଥ ୪୧ ଲକ୍ଷ ଟଙ୍କା ନେଇଥିବାବେଳେ ଆଶୁତୋଷ ୨୨ ଲକ୍ଷ ଏବଂ ଜଗବନ୍ଧୁ ୨୩ ଲକ୍ଷ ଟଙ୍କା ନେଇଥିଲା। ଏହା ପରେ ତିନି ଜଣ ଅଲଗା ଅଲଗା ସ୍ଥାନକୁ ବାହାରିଯାଇଥିଲେ।

ତେବେ ପୋଲିସ ଆଶୁତୋଷକୁ ଦିଲ୍ଲୀ ରେଲୱେ ଷ୍ଟେସନରୁ ଗିରଫ କରିନେଇଥିଲା। ଏହା ପରେ କାଶୀନାଥ ଏବଂ ଜଗବନ୍ଧୁକୁ ଧରିବାକୁ ଚେଷ୍ଟା କରିଥିଲେବି ସଫଳ ହୋଇନଥିଲା। ଶେଷରେ ବିଶେଷ ସୂତ୍ରରୁ ଖବର ପାଇ ନୀଳଗିରିରେ ପହଞ୍ଚିବା ସହ ପାଟଣା ବସଷ୍ଟାଣ୍ଡ୍‌ରୁ ଜଗବନ୍ଧୁଙ୍କୁ ଗିରଫ କରିଥିଲା। ସେହିଭଳି ଶନିବାର ନୀଳଗିରି ପୋଲିସ ଷ୍ଟେସନରେ ପହଞ୍ଚି ଆଇଆଇସି ଗୋବର୍ଦ୍ଧନ ନାୟକ ଏବଂ ଈଶ୍ୱରପୁର ଫାଣ୍ଡି ଅଧିକାରୀ ବିକାଶ ଭୋଇଙ୍କ ସହଯୋଗରେ ଭୀମେଇ ଗ୍ରାମରେ ଚଢ଼ାଉ କରିଥିଲେ। ମାତ୍ର କାଶୀନାଥ ମଲ୍ଲିକର ସନ୍ଧାନ ପାଇ ନଥିଲେ। ରବିବାର ଦିନ ଭୋର ସମୟରେ ନୀଳଗିରି ପୋଲିସ ସହଯୋଗରେ ଦିଲ୍ଲୀ ପୋଲିସ କାଶୀନାଥକୁ ତାଙ୍କ ଘରୁ ଗିରଫ କରିବା ସହିତ ନଗଦ ୨୦ ଲକ୍ଷ ଟଙ୍କା ଜବତ କରିବାରେ ସଫଳ ହୋଇଥିଲେ। ଅଭିଯୋଗକାରୀ ନୂଆ ଦିଲ୍ଲୀର ସିଆର ପାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲା ବେଳେ ଏନେଇ ୨୪୩/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା।