ଦିଲ୍ଲୀରେ ଆପ୍‌ର ପରାଜୟ ସହିତ କମିଲା ୧୦% ଭୋଟ ଶେୟାର, ବିଜେପିର ୭% ବୃଦ୍ଧି

ନୂଆଦିଲ୍ଲୀ:Delhi Election Result 2025: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ଆମ ଆଦମୀ ପାର୍ଟିର ଭୋଟ ହାର ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ବିଜେତା ବିଜେପି କେବଳ ଯେ ଜିତିଛି ତାହା ନୁହେଁ, ଦଳର ଭୋଟ ହାରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି।  ଦୀର୍ଘ ୨୬ ବର୍ଷ ହେଲା ଦଳ ଦିଲ୍ଲୀ ଦଖଲ କରିବାରେ ସ୍ୱପ୍ନ ଦେଖି ଆସୁଥିଲା। କେନ୍ଦ୍ରରେ ମୋଦୀ ସରକାର ଦୁଇ ଥର ରହିଥିଲେ ବି ଦିଲ୍ଲୀରେ କିନ୍ତୁ ମୋଦୀ ତରଙ୍ଗ କାମ କରୁ ନଥିଲା। ଏହାପରେ ଆପ୍‌ର ଏକାଧିକ ନେତା ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ଦଳର ଛବି ମଳିନ ହୋଇଥିଲା। ତା’ଛଡ଼ା ୧୦ ବର୍ଷର ସରକାର ପରେ ଦିଲ୍ଲୀବାସୀଙ୍କର ଆପ୍‌ ଠାରୁ ରୁଚି ହଟି ଯାଇଥିଲା। ତେଣୁ ୨୦୨୫ରେ ବିଜେପି ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛି।  ୨୦୨୫ ନିର୍ବାଚନରେ କଂଗ୍ରେସର କିନ୍ତୁ ଶୋଚନୀୟ ପରାଜୟ ହୋଇଛି। ଦଳ କୌଣସି ଗୋଟିଏ ଆସନରୁ ଜିତିପାରି ନାହିଁ। ସମସ୍ତ ୭୦ ଜଣ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ବହୁ ବରିଷ୍ଠ ନେତା ଅମାନତ ହରାଇଛନ୍ତି। ତେବେ ଗତ ନିର୍ବାଚନଗୁଡ଼ିକ ଅପେକ୍ଷା ଏଥର କିନ୍ତୁ କଂଗ୍ରେସର ଭୋଟ ଶେୟାର ବଢ଼ିଛି।    କାହା ଭୋଟ୍ ଶେୟାର କେତେ ବଢ଼ିଲା ?ପଢନ୍ତୁ- Delhi Election Result 2025: ଦିଲ୍ଲୀରେ ଏଥର ରେକର୍ଡ ମହିଳା ପ୍ରାର୍ଥୀ ଲଢ଼ିଥିଲେ ନିର୍ବାଚନ, ହେଲେ ଜିତିଲେ ମାତ୍ର ୫ଆପ୍୨୦୨୫ ନିର୍ବାଚନରେ ଆପ୍ ୪୩.୫୭ ପ୍ରତିଶତ ଭୋଟ ପାଇଛି। ଯାହା ୨୦୨୦

ଦିଲ୍ଲୀରେ ଆପ୍‌ର ପରାଜୟ ସହିତ କମିଲା ୧୦% ଭୋଟ ଶେୟାର, ବିଜେପିର ୭% ବୃଦ୍ଧି

ନୂଆଦିଲ୍ଲୀ:Delhi Election Result 2025: ଦିଲ୍ଲୀ ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିବା ଆମ ଆଦମୀ ପାର୍ଟିର ଭୋଟ ହାର ପ୍ରାୟ ୧୦ ପ୍ରତିଶତ ହ୍ରାସ ପାଇଛି। ସେହିପରି ବିଜେତା ବିଜେପି କେବଳ ଯେ ଜିତିଛି ତାହା ନୁହେଁ, ଦଳର ଭୋଟ ହାରରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। 
 ଦୀର୍ଘ ୨୬ ବର୍ଷ ହେଲା ଦଳ ଦିଲ୍ଲୀ ଦଖଲ କରିବାରେ ସ୍ୱପ୍ନ ଦେଖି ଆସୁଥିଲା। କେନ୍ଦ୍ରରେ ମୋଦୀ ସରକାର ଦୁଇ ଥର ରହିଥିଲେ ବି ଦିଲ୍ଲୀରେ କିନ୍ତୁ ମୋଦୀ ତରଙ୍ଗ କାମ କରୁ ନଥିଲା। ଏହାପରେ ଆପ୍‌ର ଏକାଧିକ ନେତା ବିଭିନ୍ନ ଦୁର୍ନୀତି ମାମଲାରେ ଛନ୍ଦି ହେବା ପରେ ଦଳର ଛବି ମଳିନ ହୋଇଥିଲା। ତା’ଛଡ଼ା ୧୦ ବର୍ଷର ସରକାର ପରେ ଦିଲ୍ଲୀବାସୀଙ୍କର ଆପ୍‌ ଠାରୁ ରୁଚି ହଟି ଯାଇଥିଲା। ତେଣୁ ୨୦୨୫ରେ ବିଜେପି ଦିଲ୍ଲୀ ଦଖଲ କରିବାରେ ସଫଳ ହୋଇଛି। 
 ୨୦୨୫ ନିର୍ବାଚନରେ କଂଗ୍ରେସର କିନ୍ତୁ ଶୋଚନୀୟ ପରାଜୟ ହୋଇଛି। ଦଳ କୌଣସି ଗୋଟିଏ ଆସନରୁ ଜିତିପାରି ନାହିଁ। ସମସ୍ତ ୭୦ ଜଣ ପ୍ରାର୍ଥୀ ପରାସ୍ତ ହୋଇଛନ୍ତି। ବହୁ ବରିଷ୍ଠ ନେତା ଅମାନତ ହରାଇଛନ୍ତି। ତେବେ ଗତ ନିର୍ବାଚନଗୁଡ଼ିକ ଅପେକ୍ଷା ଏଥର କିନ୍ତୁ କଂଗ୍ରେସର ଭୋଟ ଶେୟାର ବଢ଼ିଛି।    

କାହା ଭୋଟ୍ ଶେୟାର କେତେ ବଢ଼ିଲା ?

ପଢନ୍ତୁ- Delhi Election Result 2025: ଦିଲ୍ଲୀରେ ଏଥର ରେକର୍ଡ ମହିଳା ପ୍ରାର୍ଥୀ ଲଢ଼ିଥିଲେ ନିର୍ବାଚନ, ହେଲେ ଜିତିଲେ ମାତ୍ର ୫

ଆପ୍

୨୦୨୫ ନିର୍ବାଚନରେ ଆପ୍ ୪୩.୫୭ ପ୍ରତିଶତ ଭୋଟ ପାଇଛି। ଯାହା ୨୦୨୦ ନିର୍ବାଚନରେ ୫୩.୫୭ ପ୍ରତିଶତ ଥିଲା। ୨୦୧୫ ବିଧାନସଭା ନିର୍ବାଚନରେ ଦଳ ୫୪.୫ ପ୍ରତିଶତ ଭୋଟ ପାଇଥିଲା। ୨୦୨୦ ଏବଂ ୨୦୧୫ରେ, ଦଳ ଯଥାକ୍ରମେ ୬୭ ଏବଂ ୬୨ ଆସନ ପାଇ ବିପୁଳ ଜନାଦେଶ ହାସଲ କରିଥିଲା। କିନ୍ତୁ, ଏଥର ଏହା କେବଳ ୨୨ ଆସନରେ ସୀମିତ ରହିଛି।

ବିଜେପି
ସେପଟେ ଦୀର୍ଘ ୨୬  ବର୍ଷ ପରେ କ୍ଷମତାକୁ ଫେରିବାକୁ ଥିବା ବିଜେପି ୪୫.୫୬ ପ୍ରତିଶତ ଭୋଟ ହାର ହାସଲ କରି ୪୮ଟି ଆସନ ଜିତିଛି। ୨୦୨୦ରେ ଏହି ଦଳର ଭୋଟ ହାର ୩୮.୫୧ ପ୍ରତିଶତ ଏବଂ ୨୦୧୫ ନିର୍ବାଚନରେ ୩୨.୩ ପ୍ରତିଶତ ଥିଲା। 

ପଢନ୍ତୁ- ଦିଲ୍ଲୀ ନିର୍ବାଚନରେ କାହିଁକି ହାରିଲା ଆପ୍‌ ? କେଜ୍ରିଓ୍ୱାଲଙ୍କ ଉପରେ କଡ଼ା ଟିପ୍ପଣୀ ଦେଲେ ଆନ୍ନା ହଜାରେ

କଂଗ୍ରେସ

୧୯୯୮ ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀରେ କ୍ଷମତାରେ ଥିବା କଂଗ୍ରେସ ୨୦୨୫ ନିର୍ବାଚନରେ  କୌଣସି ଗୋଟିଏବି ଆସନ ଜିତିପାରି ନାହିଁ। ହେଲେ ଦଳର ଭୋଟ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୫ ନିର୍ବାଚନରେ କଂଗ୍ରେସ ୬.୩୪ ପ୍ରତିଶତ ହାରରେ ଭୋଟ ପାଇଛି। ଏହା ଦଳ ପାଇଁ ଏକ ସାନ୍ତ୍ୱନା ମଧ୍ୟ। ଦଳ ୨୦୨୦ ବିଧାନସଭା ନିର୍ବାଚନରେ ୪.୩ ପ୍ରତିଶତ ଭୋଟ୍ ପାଇଥିଲା। ହେଲେ ଏଥର ୬.୩୪ ପ୍ରତିଶତ ଭାଲିଡ୍ ଭୋଟ୍ ପାଇଛି। ଫଳରେ ଦଳର ଭୋଟ ହାରରେ ୨.୧ ପ୍ରତିଶତ ବୃଦ୍ଧି ଘଟିଛି।