ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ: ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ ଉଠାଇବା ପରେ ଚେତିଲେ ରାଜ୍ୟ ସରକାର
ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି। ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଡିଜିପି ୱାଇ. ବି.ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୁଲିସ କମିଶନର। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ବେଳେ ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି। କିନ୍ତୁ ମୁର୍ମୁଷୁ ଅବସ୍ଥାରେ […]

ଭୁବନେଶ୍ବର: ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ଦିଲ୍ଲୀ ପୁଲିସ କମିଶନରଙ୍କ ସହ ଆଲୋଚନା କଲେ ଓଡିଶା ଡିଜିପି। ଦିଲ୍ଲୀ ପୁଲିସ କମିଶନର ସଞ୍ଜୟ ଆରୋରାଙ୍କ ସହ ଆଲୋଚନା କଲେ ଡିଜିପି ୱାଇ. ବି.ଖୁରାନିଆ । ଡିସିପି ରବି କୁମାର ସିଂ ନିଜେ ତଦନ୍ତ ଭାର ନେଇଥିବା ଡିଜିପିଙ୍କୁ କହିଛନ୍ତି ଦିଲ୍ଲୀ ପୁଲିସ କମିଶନର। ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଚାଲିଛି। ତଦନ୍ତ ବେଳେ ପୀଡିତା ଜଣେ ନର୍ସିଂ ଗ୍ରାଜୁଏଟ ବୋଲି ଜଣାପଡିଛି। କିନ୍ତୁ ମୁର୍ମୁଷୁ ଅବସ୍ଥାରେ ପୀଡିତା ହସ୍ପିଟାଲରେ ଆଡ଼ମିଟ ଥିବାରୁ ପୁଲିସ କୌଣସି ସୁରାକ ତାଙ୍କ ଠାରୁ ପାଇପାରିନାହିଁ ।
ଗତ ୧ ମାସ ହେଲା ପୀଡିତାଙ୍କ ମୋବାଇଲ ହଜିଯାଇଥିବା ପୁଲିସ ନିକଟରେ ଅଭିଯୋଗ ହୋଇଥିଲା । ଘଟଣା ଘଟିବା ପୂର୍ବ ଦିନ ଏକ ଏଟିଏମ ନିକଟରେ ପୀଡିତା ଶୋଇଥିବା ଜାଣିବାକୁ ପାଇଛି ଦିଲ୍ଲୀ ପୁଲିସ । ଏ ନେଇ ଓଡିଶା ପୁଲିସକୁ ମଧ୍ୟ ଅବଗତ କରିଛି ଦିଲ୍ଲୀ ପୁଲିସ । ସେପଟେ ଘଟଣାର ୩ ଦିନ ପରେ ତତ୍ପର ହୋଇଛି ଓଡିଶା ପୁଲିସ । ଘଟଣାକୁ ଗୁରୁତର ସହିତ ନିଆଯାଇଛି ବୋଲି ଓଡିଶା ପୁଲିସ ପକ୍ଷରୁ କୁହାଯାଇଛି।
ଡିଜିଙ୍କ ଅଫିସ ତରଫରୁ କୁହାଯାଇଛି ଯେ, ଓଡ଼ିଶା ପୁଲିସ ପୀଡ଼ିତାଙ୍କ ପରିବାର ଓ ଦିଲ୍ଲୀ ପୋଲିସ ସହିତ ଯୋଗାଯୋଗରେ ଅଛି। ତଦନ୍ତ କେମିତି ହେଉଛି, କେତେ ବାଟ ଯାଇଛି, ତା ଉପରେ ବି ନଜର ରଖାଯାଇଛି। ପୀଡ଼ିତାଙ୍କ ପରିବାର ଲୋକେ ଦିଲ୍ଲୀ ଯିବାର ବ୍ୟବସ୍ଥା କରାଯାଉଛି। ବାକି ସବୁ ବ୍ୟବସ୍ଥା କରାଯାଉଥିବାର ଡିଜିପିଙ୍କ ଅଫିସ ତରଫରୁ କୁହାଯାଇଛି। ଶୁକ୍ରବାର ରାତିରେ ଦିଲ୍ଲୀରେ ଜଣେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯିବାର ଅଭିଯୋଗ ହୋଇଥିଲା। ସେ ଗୁରୁତର ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ପ୍ରଥମରୁ ଯେତେ ତତ୍ପରତା ପ୍ରକାଶ ପାଇଥିବାର ଥିଲା ସରକାରଙ୍କ ତରଫରୁ ସେତିକି ତତ୍ପରତା ଦେଖିବାକୁ ମିଳିନଥିଲା। ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିଜେଡି ସାଂସଦ ମାନସ ମଙ୍ଗରାଜ। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି।