ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…

ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି। ଯାହାକୁ ନେଇ ବିଜେଡି-ଭାଜପାର କଥା କଟାକଟି ବଢିବାରେ ଲାଗିଛି। ତେବେ ସେଥିରେ ପଛରେ ପଡିନି କଂଗ୍ରେସ। ରାଜ୍ୟ କଂଗ୍ରେସ ନେତାଙ୍କ ବ୍ୟତୀତ କେନ୍ଦ୍ରର ବରିଷ୍ଠ ନେତୃତ୍ୱ ମଧ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ […] The post ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ… appeared first on Dharitri Odia News.

ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ…

ଭୁବନେଶ୍ୱର,୫।୮: ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ଉଠୁଛି ପଡୁଛି। ମମତା ରାଜ୍ୟ ସଭା ସଦସ୍ୟ ସହ ବିଜେଡି ଛାଡିଛନ୍ତି। ଏଥିସହ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଭାଜପାରେ ଯୋଗ ଦେଇଛନ୍ତି। ଯାହାକୁ ନେଇ ବିଜେଡି-ଭାଜପାର କଥା କଟାକଟି ବଢିବାରେ ଲାଗିଛି। ତେବେ ସେଥିରେ ପଛରେ ପଡିନି କଂଗ୍ରେସ। ରାଜ୍ୟ କଂଗ୍ରେସ ନେତାଙ୍କ ବ୍ୟତୀତ କେନ୍ଦ୍ରର ବରିଷ୍ଠ ନେତୃତ୍ୱ ମଧ୍ୟ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରୁଛନ୍ତି।

କଂଗ୍ରେସର ମହାସଚିବ କଥା ବରିଷ୍ଠ କଗ୍ରେଂସ ନେତା ଜୟରାମ ରମେଶ ଏନେଇ ଖୋଲାଖୋଲି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଲୋକ ସଭା ନିର୍ବାଚନ ଜିତିବା ପରେ ଆଞ୍ଚଳିକ ଦଳ ପ୍ରତି ଭାଜପାର ଅସଲ ଚେହେରା ସାମ୍ନାକୁ ଆସିଛି। ଆଉ ଏବେ ମମତା ମହାନ୍ତ ବିଜେଡି ଛାଡିବା ପରେ ନବୀନ ପଟ୍ଟନାୟକ ଏନେଇ ନିଶ୍ଚିତ ଭାବରେ ଚିନ୍ତିତ ହୋଇ ପଡିଥିବେ। ବିଚାରା ନବୀନ ବାବୁ ଚିନ୍ତା କରୁଥିବେ, ‘ମମତାଙ୍କ ପରେ ପୁଣି କିଏ ଦଳ ଛାଡିବ’।

କଂଗ୍ରେସ ନେତା ଆହୁରି କହିଛନ୍ତି, ଦୀର୍ଘ ୨୦ବର୍ଷ ଧରି ବିଜେଡି-ଭାଜପା ଓଡ଼ିଶାରେ ଏକାଠି ଅଛନ୍ତି। କହିବାକୁ ଗଲେ ସେମାନେ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ ପରି। ପଛରେ ପିଠି ଥାପୁଡେଇ ସମସ୍ତଙ୍କ ଆଗରେ ଘୋର ପ୍ରତିଦ୍ୱନ୍ଦୀ ବୋଲି ଆଭାସ ଦେଉଥିଲେ। ନବୀନ ବାବୁ ଦୁଇ ଦୁଇ ଥର ଭାଜପା ନେତା ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟ ସଭା ପଠାଇବାକୁ ଭାଜପାକୁ ସମର୍ଥନ ଦେଇଛନ୍ତି। ବର୍ତ୍ତମାନ ଆଞ୍ଚଳିକ ଦଳ ପ୍ରତି ଭାଜପାର ଅସଲ ଚେହେରା ଧରା ପଡି ଯାଇଛି। ବିଜେଡି ରାଜ୍ୟ ସଭା ଏମପି ଇସ୍ତଫା ଦେଇ ଏବେ ଭାଜପାରେ ଯୋଗ ଦେଇଛନ୍ତି। ସେଥିପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଛି। ଏବେ ଏହି ରାଜ୍ୟ ସଭା ସିଟ୍‌ ଭାଜପା ପାଖକୁ ଯିବ।  ପରବର୍ତ୍ତୀ ଦଳ ଛାଡି କିଏ ଯିବ ବିଚରା ନବୀନ ବାବୁ ଚିନ୍ତା କରୁଥିବେ ବୋଲି କଂଗ୍ରେସ ନେତା କହିଛନ୍ତି।

The post ଦିଲ୍ଲୀରେ ଓଡ଼ିଶା ରାଜନୀତି: ଜୟରାମ ରମେଶ କହିଲେ, ବିଚରା ନବୀନ ବାବୁ… appeared first on Dharitri Odia News.