ଦିଲ୍ଲୀରେ ଜିଆର୍ଏପି-୪ ବଳବତ୍ତର ରହିବ
ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ର ଚତୁର୍ଥ ପର୍ଯ୍ୟାୟ (ଜିଆର୍ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର କହିଛନ୍ତି। ତଦନୁଯାୟୀ ଦିଲ୍ଲୀ ଭିତରେ ବାହାର ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ି ପ୍ରବେଶ ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା କଡ଼ାକଡ଼ି ରହିବ। ତେବେ କଟକଣା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ଜଷ୍ଟିସ୍ ଏ.ଏସ୍. ଓକା ଏବଂ ଏ.ଜି. ମସିହଙ୍କ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି। […] The post ଦିଲ୍ଲୀରେ ଜିଆର୍ଏପି-୪ ବଳବତ୍ତର ରହିବ appeared first on Dharitri Odia News.
ନୂଆଦିଲ୍ଲୀ,୨୬ା୧୧(ପି.ଟି.): ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ବି ଉତ୍କଟ ରହିଥିବାରୁ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍ର ଚତୁର୍ଥ ପର୍ଯ୍ୟାୟ (ଜିଆର୍ଏପି-୪) ବଳବତ୍ତର ରହିବ ବୋଲି ସୁପ୍ରିକୋର୍ଟ ସୋମବାର କହିଛନ୍ତି। ତଦନୁଯାୟୀ ଦିଲ୍ଲୀ ଭିତରେ ବାହାର ଟ୍ରକ୍ ଓ ଅନ୍ୟାନ୍ୟ ଗାଡ଼ି ପ୍ରବେଶ ଏବଂ ନିର୍ମାଣ କାର୍ଯ୍ୟ ଉପରେ କଟକଣା କଡ଼ାକଡ଼ି ରହିବ। ତେବେ କଟକଣା କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା ଦିଲ୍ଲୀ ପୋଲିସକୁ ଜଷ୍ଟିସ୍ ଏ.ଏସ୍. ଓକା ଏବଂ ଏ.ଜି. ମସିହଙ୍କ ଖଣ୍ଡପୀଠ ଭର୍ତ୍ସନା କରିଛନ୍ତି।
ସପ୍ତାହରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ୪୫୦ ଟପିବା ପରେ ଜିଆର୍ଏପି-୪ ଲାଗୁ ହୋଇଥିଲା। ଅଦାଲତଙ୍କ ବିନା ଅନୁମୋଦନରେ ଏହାକୁ କୋହଳ ନ କରିବାକୁ ସର୍ବୋଚ୍ଚ ଅଦାଲତ ପୂର୍ବରୁ କହିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ଗୁରୁବାର ହେବ। ଗତ ସପ୍ତାହ ତୁଳନାରେ ଦିଲ୍ଲୀର ଏକ୍ୟୁଆଇରେ ସାମାନ୍ୟ ଉନ୍ନତି ହୋଇଛି। ତେଣୁ ଦିଲ୍ଲୀ ଏବଂ ଜାତୀୟ ରାଜଧାନୀ ଅଞ୍ଚଳର ଅନ୍ୟ ସହରଗୁଡ଼ିକରେ ସ୍କୁଲ୍ ଖୋଲିବା ସମ୍ପର୍କରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (ସିଏକ୍ୟୁଏମ୍) ବିଚାର କରିପାରିବ ବୋଲି ଅଦାଲତ କହିଛନ୍ତି। ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା କଟକଣାର ତଦାରଖ ନିମନ୍ତେ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ୧୩ କମିଶନରଙ୍କ ପକ୍ଷରୁ ଆଇନଜୀବୀ ଖଣ୍ଡପୀଠଙ୍କୁ ଜଣାଇଥିଲେ ଯେ, ଯାନବାହନ ଚଳାଚଳ ଯାଞ୍ଚ ହେଉଥିଲେ ମଧ୍ୟ ତାହା କେତେ ପ୍ରଭାବୀ ସ୍ପଷ୍ଟ ହୋଇନାହିଁ। ଅନେକ ଚେକ୍ପଏଣ୍ଟରେ ବ୍ୟାରିକେଡିଂ କରାଯାଇ ନ ଥିବାରୁ ଟ୍ରକ୍ଗୁଡ଼ିକୁ ଅଟକାଇବା ପାଇଁ ପୋଲିସ କର୍ମଚାରୀମାନେ ରାସ୍ତା ମଝିକୁ ଚାଲିଯାଉଛନ୍ତି। ଚେକ୍ ପଏଣ୍ଟରେ ବିଭିନ୍ନ ସ୍ତରରେ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଥିବା ଦିଲ୍ଲୀ ସରକାରଙ୍କ ଓକିଲ କହିଥିଲେ। ୨୩ଟି ଚେକ୍ପୋଷ୍ଟ ପାଇଁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିବାବେଳେ ଅନ୍ୟଗୁଡ଼ିକ ପାଇଁ କାହିଁକି ଦିଆଯାଇ ନାହିଁ ବୋଲି ଖଣ୍ଡପୀଠ ସିଏକ୍ୟୁଏମ୍ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ।
The post ଦିଲ୍ଲୀରେ ଜିଆର୍ଏପି-୪ ବଳବତ୍ତର ରହିବ appeared first on Dharitri Odia News.