ଦିଲ୍ଲୀରେ ତାପମାତ୍ରା ୫୨.୯ ଡିଗ୍ରୀ ସେଲ୍ସିୟସ୍ ହୋଇ ନାହିଁ, ସେନସରରେ ତ୍ରୁଟି ଥିଲା: ପାଣିପାଗ ବିଭାଗ
ନୂଆଦିଲ୍ଲୀ: କିଛିଦିନ ତଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୨.୯ ଡିଗ୍ରୀ ସେଲ୍ସିୟସ୍ ହୋଇଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଉତ୍ତରପଶ୍ଚିମ ଦିଲ୍ଲୀର ମୁଙ୍ଗେଶପୁର ଅଟୋମେଟେଡ୍ ୱେଦର ଷ୍ଟେସନ୍ (ଏଡବ୍ଲୁଏସ୍)ରେ ୫୨.୯ ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି କୁହାଯାଇଥିଲା। ହେଲେ ଏହା ତ୍ରୁଟି ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ସେନ୍ସର୍ରେ ତ୍ରୁଟି ଯୋଗୁ ଏଭଳି ହୋଇଥିଲା ବୋଲି କୁହାଯାଇଛି। ଏଡବ୍ଲୁଏସ୍ ସେନ୍ସରରେ ତ୍ରୁଟି ଯୋଗୁ ତାପମାତ୍ରା ଭୁଲ୍ ରିଡିଂ ହୋଇଥିଲା। ତେଣୁ ମୁଙ୍ଗେଶପୁର ଏଡବ୍ଲୁଏସ୍କୁ ବଦଳାଇ ଦିଆଯିବ। ଆବଶ୍ୟକ ପଡ଼ିଲେ ରିଡିଂଗୁଡ଼ିକର ପୁନଃ ଯାଞ୍ଚ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ମୁଙ୍ଗେଶପୁର ଏଡବ୍ଲୁଏସ୍କୁରେ ପ୍ରକୃତ ତାପମାତ୍ରା ଠାରୁ ୩ ଡିଗ୍ରୀ ଅଧିକ ଦର୍ଶାଯାଇଥିଲା। ଏମିତିକି ୧୯୯୮ ମେ ୨୬ ତାରିଖରେ ହୋଇଥିବା ୪୮.୪ ଡିଗ୍ରୀ ସେଲ୍ସିୟସ୍ ଠାରୁ ବି ଅଧିକ ଦର୍ଶାଯାଇଥିଲା। ଘଟଣାକୁ ନେଇ ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ୍ ମିଡିଆରେ ଶେୟାର କରି ଡାଟା ଭୁଲ୍ ଥିବା ଦର୍ଶାଇଥିଲେ। ପ୍ରକୃତ ତାପମାତ୍ରା ଠାରୁ ଏହା ୩ ଡିଗ୍ରୀ ଅଧିକ ଦେଖାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।
ନୂଆଦିଲ୍ଲୀ: କିଛିଦିନ ତଳେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୫୨.୯ ଡିଗ୍ରୀ ସେଲ୍ସିୟସ୍ ହୋଇଯାଇଥିଲା ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଉତ୍ତରପଶ୍ଚିମ ଦିଲ୍ଲୀର ମୁଙ୍ଗେଶପୁର ଅଟୋମେଟେଡ୍ ୱେଦର ଷ୍ଟେସନ୍ (ଏଡବ୍ଲୁଏସ୍)ରେ ୫୨.୯ ତାପମାତ୍ରା ରେକର୍ଡ କରାଯାଇଥିଲା ବୋଲି କୁହାଯାଇଥିଲା। ହେଲେ ଏହା ତ୍ରୁଟି ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି। ସେନ୍ସର୍ରେ ତ୍ରୁଟି ଯୋଗୁ ଏଭଳି ହୋଇଥିଲା ବୋଲି କୁହାଯାଇଛି।
ଏଡବ୍ଲୁଏସ୍ ସେନ୍ସରରେ ତ୍ରୁଟି ଯୋଗୁ ତାପମାତ୍ରା ଭୁଲ୍ ରିଡିଂ ହୋଇଥିଲା। ତେଣୁ ମୁଙ୍ଗେଶପୁର ଏଡବ୍ଲୁଏସ୍କୁ ବଦଳାଇ ଦିଆଯିବ। ଆବଶ୍ୟକ ପଡ଼ିଲେ ରିଡିଂଗୁଡ଼ିକର ପୁନଃ ଯାଞ୍ଚ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ମୁଙ୍ଗେଶପୁର ଏଡବ୍ଲୁଏସ୍କୁରେ ପ୍ରକୃତ ତାପମାତ୍ରା ଠାରୁ ୩ ଡିଗ୍ରୀ ଅଧିକ ଦର୍ଶାଯାଇଥିଲା। ଏମିତିକି ୧୯୯୮ ମେ ୨୬ ତାରିଖରେ ହୋଇଥିବା ୪୮.୪ ଡିଗ୍ରୀ ସେଲ୍ସିୟସ୍ ଠାରୁ ବି ଅଧିକ ଦର୍ଶାଯାଇଥିଲା। ଘଟଣାକୁ ନେଇ ଭୂବିଜ୍ଞାନ ମନ୍ତ୍ରୀ କିରଣ ରିଜିଜୁ ସୋସିଆଲ୍ ମିଡିଆରେ ଶେୟାର କରି ଡାଟା ଭୁଲ୍ ଥିବା ଦର୍ଶାଇଥିଲେ। ପ୍ରକୃତ ତାପମାତ୍ରା ଠାରୁ ଏହା ୩ ଡିଗ୍ରୀ ଅଧିକ ଦେଖାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।