ଦିଲ୍ଲୀରେ ଭୁଶୁଡ଼ିଲା ୨ ମହଲା କୋଠା, ଏକାଧିକ ଲୋକ ଫସି ରହିଥିବା ଆଶଙ୍କା
ଭଗ୍ନାବଶେଷ ତଳେ ଏକାଧିକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି।
ଦିଲ୍ଲୀର ଏକ ଦୁଇ ମହଲା କୋଠା ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି। ଉତ୍ତର-ପଶ୍ଚିମ ଦିଲ୍ଲୀର ଜାହାଙ୍ଗିରପୁରରେ ଏହି ଅଘଟଣ ଘଟିଛି। ଭଗ୍ନାବଶେଷ ତଳେ ଏକାଧିକ ଲୋକ ଚାପି ରହିଥିବା ଆଶଙ୍କା କରାଯାଉଛି।
ଖବର ପାଇ ଅଗ୍ନିଶମ ବାହିନୀ ଓ ଅନ୍ୟାନ୍ୟ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଖବର ଲେଖା ହେବା ସୁଦ୍ଧା ଜଣେ ମହିଳାଙ୍କ ସମେତ ତିନି ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।
ଏବେ ବି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି। ସ୍ଥାନୀୟ ପୁଲିସ ସମେତ ପାଞ୍ଚଟି ଅଗ୍ନିଶମ ବାହିନୀ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଛନ୍ତି।
ପ୍ରକାଶ ଥାଉକି, ନିକଟରେ ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟର ବେସମେଣ୍ଟରେ ପାଣି ପଶିଯିବାରୁ ନିକଟରେ ତିନି ଜଣ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଲଗାଣ ବର୍ଷା କାରଣରୁ ବାରମ୍ବାର ଏପରି ଅଘଟଣ ଘଟୁଥିବାରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।