ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ ୩ ଗୁରୁତର ଆହତ

ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଅଘଟଣ ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି । ସୂଚନା ଅନୁଯାୟୀ, ଦିଲ୍ଲୀର ଜନକପୁରୀ ଥାନା ଅନ୍ତର୍ଗତ ପଙ୍ଖା ରୋଡରେ ଏପରି ଅଘଟଣ ଦେଖିବାକୁ ମିଳିଛି । ପ୍ରାୟ ୩.୩୦ ରେ ସଡକ ଦୁର୍ଘଟଣା […] The post ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ ୩ ଗୁରୁତର ଆହତ appeared first on KNews Odisha.

ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ ୩ ଗୁରୁତର ଆହତ

ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏହି ଅଘଟଣ ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳୁଛି । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁଯାୟୀ, ଦିଲ୍ଲୀର ଜନକପୁରୀ ଥାନା ଅନ୍ତର୍ଗତ ପଙ୍ଖା ରୋଡରେ ଏପରି ଅଘଟଣ ଦେଖିବାକୁ ମିଳିଛି । ପ୍ରାୟ ୩.୩୦ ରେ ସଡକ ଦୁର୍ଘଟଣା ହୋଇଥିବା ସୂଚନା ମିଳୁଛି । ଦ୍ରୁତଗାମୀ କାର୍ ପ୍ରଥମେ ସାଇକେଲକୁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ବସ୍ତିକୁ ଧକ୍କା ଦେଇଥିଲା । କାର୍ ଚାଳକ ଜଣେ ୧୯ବର୍ଷୀୟ ଯୁବକ ଥିବା ପୋଲିସର ତଦନ୍ତ ସୂତ୍ରରୁ ଜଣାପଡିଛି । ଯାହାଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ଆହତମାନଙ୍କର ଚିକିତ୍ସା ଚାଲୁ ରହିଛି ।

ଅନ୍ୟପଟେ ପୋଲିସ କାର୍ ଚାଳକଙ୍କୁ ଗିରଫ କରିଛି । ପୋଲିସର ଯାଞ୍ଚ ପ୍ରକ୍ରିୟା ପରେ ଦ୍ରୁତଗାମୀ କାର ନିୟନ୍ତ୍ରଣ ହରାଇ ଏପରି ଦୁର୍ଘଟଣା ଘଟାଇଥିବା ତଦନ୍ତରୁ ଜଣାପଡିଛି । ଏହା ପରେ ପୋଲିସ କାର୍ ଚାଳକଙ୍କ ଉପରେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ।

Also Read : ଛାତିଥରା କାର ଦୁର୍ଘଟଣା, ଘଟଣାସ୍ଥଳରେ ତିନି ମୃତ ଜଣେ ଗୁରୁତର ଆହତ

The post ଦିଲ୍ଲୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୨ ମୃତ ୩ ଗୁରୁତର ଆହତ appeared first on KNews Odisha.