ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌ ଆବାସ ଖାଲି କରାଯିବାକୁ ନେଇ ଆପ୍‌ ଭାଜପାକୁ ଟାର୍ଗେଟ କରିଛି। ନବରାତ୍ରୀ ସମୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆସବାବପତ୍ରକୁ ଘର ବାହାରକୁ ଫିଙ୍ଗିଦିଆଗଲା ତାକୁ ଦେଖନ୍ତୁ। ଏପରିକି ଦିଲ୍ଲୀବାସୀଙ୍କ ପାଇଁ ତାଙ୍କ ସମର୍ପଣ ବି ଦେଖନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଉଛି। ସେହିଭଳି ଭାଜପା ଷଡଯନ୍ତ୍ର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ […] The post ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ appeared first on Dharitri Odia News.

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ

ନୂଆଦିଲ୍ଲୀ,୧୦।୧୦: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସକୁ ନେଇ ଆମ ଆଦମୀ ପାର୍ଟି(ଆପ୍‌) ସରକାର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସିଏମ୍‌ ଆବାସ ଖାଲି କରାଯିବାକୁ ନେଇ ଆପ୍‌ ଭାଜପାକୁ ଟାର୍ଗେଟ କରିଛି। ନବରାତ୍ରୀ ସମୟରେ ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଆସବାବପତ୍ରକୁ ଘର ବାହାରକୁ ଫିଙ୍ଗିଦିଆଗଲା ତାକୁ ଦେଖନ୍ତୁ। ଏପରିକି ଦିଲ୍ଲୀବାସୀଙ୍କ ପାଇଁ ତାଙ୍କ ସମର୍ପଣ ବି ଦେଖନ୍ତୁ ବୋଲି ଦଳ ପକ୍ଷରୁ କୁହାଯାଉଛି। ସେହିଭଳି ଭାଜପା ଷଡଯନ୍ତ୍ର କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆବାସକୁ ଜୋର ଜବରଦସ୍ତ ଖାଲି କରାଯାଇଥିବା ସିଏମ୍‌ଓ ପକ୍ଷରୁ କୁହାଯାଇଛି।

ଆପ୍‌ ନେତା ଏବଂ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ କିଛି ଫଟୋ ଶେୟାର କରି କହିଛନ୍ତି ଯେ, ଦେଖିନିଅ ଭାଜପାଗୋଷ୍ଠୀ! ତୁମେ ଜଣେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କଠାରୁ ଦିଲ୍ଲୀବାସୀଙ୍କ ଯୋଗୁ ମିଳିଥିବା ଘର ଛଡ଼ାଇ ନେଇଛ, ହେଲେ ଦିଲ୍ଲୀବାସୀଙ୍କ ପାଇଁ ତାଙ୍କର କାମ କରିବାର ଅଭିଳାଷାକୁ କିଭଳି ଛଡ଼ାଇବ?
ସଞ୍ଜୟ ଶେୟାର କରିଥିବା ଫଟୋରେ ଆତିଶୀ ସୋଫା ଉପରେ ବସି ଫାଇଲ୍‌ରେ ଦସ୍ତଖତ କରୁଥିବା ଦେଖାଯାଇଛି। ତାଙ୍କ ସାମ୍ନାରେ ଅନେକ କାର୍ଟୁନରେ ସାମଗ୍ରୀ ରହିଛି, ଯାହାକି ମୁଖ୍ୟମନ୍ତ୍ରୀଙ୍କର ବୋଲି କୁହାଯାଉଛି।

ଗୋଟିଏ ପଟେ ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସକ୍ସେନାଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ସାମଗ୍ରୀକୁ ସରକାରୀ ନିବାସରୁ ଫିଙ୍ଗାଯାଇଥିବା ନେଇ ଆପ୍‌ ପକ୍ଷରୁ ଅଭିଯୋଗ କରାଯାଇଛି। ହେଲେ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଫ୍ଲାଗଷ୍ଟାଫ୍‌ ରୋଡ୍‌ଷର ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ରହୁଥିବା ସରକାରୀ ବାସଭବନକୁ ଆନୁଷ୍ଠାନିକ ଭାବେ ନୂତନ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଭାବେ ଘୋଷଣା କରାଯାଇନାହିଁ। ଏହାସତ୍ତ୍ୱେ ସେ ସେଠାରେ ସାମଗ୍ରୀ ରଖିଛନ୍ତି। ପରେ ସେ ତାକୁ ହଟାଇ ଦେଇଛନ୍ତି।

The post ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଆବାସ ସିଲ୍‌, ଘର ସୋଫାରୁ ସରକାର ଚଳାଉନ୍ତି CM ଆତିଶୀ appeared first on Dharitri Odia News.