ଦିଲ୍ଲୀରେ ୧୩ଟି ଶିଳ୍ପ ସଂସ୍ଥା ସହ ଏମଓୟୁ ସ୍ବାକ୍ଷର କଲେ ରାଜ୍ୟ ସରକାର
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସ୍ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି । ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭,୦୦୦ ନିଯୁକ୍ତି […]

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଦିଲ୍ଲୀରେ ଇନ୍ଭେଷ୍ଟର୍ସ ମିଟ୍ କାର୍ଯ୍ୟକ୍ରମରେ ଯୋଗଦେଇ ଅନେକ ବିଶିଷ୍ଟ ଶିଳ୍ପପତିଙ୍କ ସହିତ ଆଲୋଚନା କରିବା ସହିତ ଓଡିଶାରେ ନିବେଶ କରିବାକୁ ଆମନ୍ତ୍ରଣ କରିଛନ୍ତି । ତାଜ୍ ପ୍ୟାଲେସ୍ ଠାରେ ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମୁଦାୟ ୧୩ଟି ଚୁକ୍ତିନାମା ସ୍ୱାକ୍ଷରିତ ହେବା ସହିତ ୧୫ଟି ନିବେଶ ପ୍ରସ୍ତାବ ଆସିଛି ।
ଏହି ୧୩ଟି ଚୁକ୍ତିନାମା ଜରିଆରେ ଓଡିଶାକୁ ୯୮,୮୮୦ କୋଟି ଟଙ୍କାର ପୁଞ୍ଜି ଆସିବା ସହିତ ୬୭,୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଏହା ସହିତ ୧୫ଟି ନିବେଶ ପ୍ରସ୍ତାବ ମଧ୍ୟ ଆସିଛି । ଏହାଦ୍ୱାରା ସମୁଦାୟ ୧,୦୩,୦୯୦ କୋଟି ଟଙ୍କାର ପୁଞ୍ଜି ନିବେଶ ସୁଯୋଗ ସୃଷ୍ଟି ହୋଇଥିବା ବେଳେ ୯୫,୯୧୫ଟି ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହୋଇଛି ।