ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଇକ୍ସନର ବଡ଼ ବୟାନ, ୨ରୁ ୩ବର୍ଷ ପୂର୍ବରୁ ଗଢ଼ା ହୋଇଥିଲା ଜଗନ୍ନାଥ ଧାମ ଟ୍ରଷ୍ଟ

ଭୁବନେଶ୍ବର ୧୩।୫: ଶେଷରେ ଏକ୍ସପୋଜ୍‌ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଇସ୍କନ ଧରାଇଦେଲା ଦିଦିଙ୍କ ମିଛ ।  ଦୀଘା ଜଗନ୍ନାଥ ଧାମ ବିବାଦକୁ ନେଇ ଇସ୍କନ ପକ୍ଷରୁ ବଡ଼ ବୟାନ ଆସିଛି । ଇସ୍କନ କହିଛି, ସେମାନେ ମନ୍ଦିର ସହ ମିଶିବା ପୂର୍ବରୁ ଗଢ଼ା ହୋଇଥିଲା ଜଗନ୍ନାଥ ଧାମ ଟ୍ରଷ୍ଟ । ୨ ରୁ ୩ ବର୍ଷ ପୂର୍ବରୁ ପଶ୍ଚିମବଙ୍ଗ ପ୍ରଶାସନ ଏହି ଟ୍ରଷ୍ଟ ତିଆରି କରିଥିଲା । ତେଣୁ  ଶ୍ରୀଜଗନ୍ନାଥ ଧାମ ନାମକରଣରେ ଇସ୍କନର କୌଣସି ଭୂମିକା ନାହିଁ । ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ  ଲେଖିଥିବା ଚିଠିର ଉତ୍ତରରେ ଇସ୍କନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି ।  ଚିଠିରେ ଇସ୍କନ ସ୍ପଷ୍ଟ କରିଛି ଯେ,  ତାଙ୍କ ସଂସ୍ଥା ସେଠାରେ କେବଳ ସେବା, ପୂଜା କରୁଛି । ତେଣୁ ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ହିଁ ନିଷ୍ପତ୍ତି ନେଇପାରିବେ ।  ଇସ୍କନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋର୍ଟକୁ ଯାଇଛି ବଲ୍ ।  ସେପଟେ ପୁରୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଧାମ ବିବାଦକୁ ନେଇ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଆଲୋଚନାଚକ୍ର । ଏହି ଆଲୋଚନା ଚକ୍ରରେ ବହୁ ବିଦ୍ବାନ, ଗବେଷକ, ସେବାୟତ ଭାଗ ନେଇ ନିଜର ମତାମତ ରଖିଛନ୍ତି । ସମସ୍ତେ ଏକ ସ୍ବରରେ କହିଛନ୍ତି ଯେ,  ଶ୍ରୀଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ । ଭାରତ ବର୍ଷରେ ଚାରି

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ନେଇ ଇକ୍ସନର ବଡ଼ ବୟାନ, ୨ରୁ ୩ବର୍ଷ ପୂର୍ବରୁ ଗଢ଼ା ହୋଇଥିଲା ଜଗନ୍ନାଥ ଧାମ ଟ୍ରଷ୍ଟ

ଭୁବନେଶ୍ବର : ଶେଷରେ ଏକ୍ସପୋଜ୍‌ ହେଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।  ଇସ୍କନ ଧରାଇଦେଲା ଦିଦିଙ୍କ ମିଛ ।  ଦୀଘା ଜଗନ୍ନାଥ ଧାମ ବିବାଦକୁ ନେଇ ଇସ୍କନ ପକ୍ଷରୁ ବଡ଼ ବୟାନ ଆସିଛି । ଇସ୍କନ କହିଛି, ସେମାନେ ମନ୍ଦିର ସହ ମିଶିବା ପୂର୍ବରୁ ଗଢ଼ା ହୋଇଥିଲା ଜଗନ୍ନାଥ ଧାମ ଟ୍ରଷ୍ଟ । ୨ ରୁ ୩ ବର୍ଷ ପୂର୍ବରୁ ପଶ୍ଚିମବଙ୍ଗ ପ୍ରଶାସନ ଏହି ଟ୍ରଷ୍ଟ ତିଆରି କରିଥିଲା । ତେଣୁ  ଶ୍ରୀଜଗନ୍ନାଥ ଧାମ ନାମକରଣରେ ଇସ୍କନର କୌଣସି ଭୂମିକା ନାହିଁ । ଏନେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ  ଲେଖିଥିବା ଚିଠିର ଉତ୍ତରରେ ଇସ୍କନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଦିଆଯାଇଛି ।  ଚିଠିରେ ଇସ୍କନ ସ୍ପଷ୍ଟ କରିଛି ଯେ,  ତାଙ୍କ ସଂସ୍ଥା ସେଠାରେ କେବଳ ସେବା, ପୂଜା କରୁଛି । ତେଣୁ ନାମ ପରିବର୍ତ୍ତନ ପାଇଁ ପଶ୍ଚିମବଙ୍ଗ ସରକାର ହିଁ ନିଷ୍ପତ୍ତି ନେଇପାରିବେ ।  ଇସ୍କନ ପକ୍ଷରୁ ଏଭଳି ସ୍ପଷ୍ଟୀକରଣ ଆସିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କୋର୍ଟକୁ ଯାଇଛି ବଲ୍ ।  

ସେପଟେ ପୁରୀରେ ଶ୍ରୀଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଧାମ ବିବାଦକୁ ନେଇ ଅନୁଷ୍ଠିତ ହୋଇଛି ରାଜ୍ୟସ୍ତରୀୟ ଆଲୋଚନାଚକ୍ର । ଏହି ଆଲୋଚନା ଚକ୍ରରେ ବହୁ ବିଦ୍ବାନ, ଗବେଷକ, ସେବାୟତ ଭାଗ ନେଇ ନିଜର ମତାମତ ରଖିଛନ୍ତି । ସମସ୍ତେ ଏକ ସ୍ବରରେ କହିଛନ୍ତି ଯେ,  ଶ୍ରୀଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ହିଁ ବୁଝାଏ । ଭାରତ ବର୍ଷରେ ଚାରି ଦିଗରେ ଚାରିଗୋଟି ଧାମ ରହିଛି । ଉତ୍ତରରେ‌ ବଦ୍ରିନାଥ ଧାମ, ପଶ୍ଚିମରେ ଦ୍ବାରିକା ଧାମ, ଦକ୍ଷିଣରେ ରାମେଶ୍ବର ଧାମ ଓ ପୂର୍ବରେ ଜଗନ୍ନାଥ ଧାମ ।  ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ହେଉଛି ମହାପ୍ରଭୁଙ୍କର ଶ୍ରୀଜଗନ୍ନାଥ ଧାମ ପୁରୀ । କୁହାଯାଏ  ସତ୍ୟଯୁଗରେ ଅବନ୍ତିରୁ ଆସିଥବା ସୃଷ୍ଟି କର୍ତ୍ତା ବ୍ରହ୍ମାଙ୍କ ପଞ୍ଚମ ପୁରୁଷ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଏହି ପାବନ କ୍ଷେତ୍ରରେ ୫ ଶହ ବର୍ଷବ୍ୟାପୀ ୧ ହଜାର ଅଶ୍ଵମେଧ ଯଜ୍ଞ କରିବା ପରେ ମହୋଦଧିରେ ଭଗବାନ ଦାରୁ ରୂପରେ ଆବିର୍ଭାବ ହୋଇଥିଲେ । ସେବେ ଠାରୁ ଗର୍ଭଗୃହ ରତ୍ନ ସିଂହାସନରେ ମହାପ୍ରଭୁ ଅବସ୍ଥାନ କରି ଆସୁଥିବାରୁ ପୁରୀ ହିଁ ଶ୍ରୀଜଗନ୍ନାଥ ଧାମ ବୋଲି କହିଛନ୍ତି ମଠାଧୀଶ ଓ ଗବେଷକ। 

You Can Read:

ସରକାରୀ ପାଣ୍ଠି ଆତ୍ମସାତ ଅଭିଯୋଗ, ୪ ବନ ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ