ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼
ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ ୨୦୧୯ରୁ ଗଢ଼ି ଉଠିଥିବା ୨୨ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କାର ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଶେଷ ସ୍ପର୍ଶ ନିମନ୍ତେ ବୁଧବାର ତଦାରଖ କରି ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସମୀକ୍ଷା ବୈଠକ କରିଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ […] The post ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ appeared first on Dharitri Odia News.
ଭୋଗରାଇ,୧୧ା୧୨(ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ସୈକତ ସହରକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨ ଦିନିଆ ତୋଫାନୀ ଗସ୍ତ କରି ନିଉ ଦୀଘାରେ ୨୦୧୯ରୁ ଗଢ଼ି ଉଠିଥିବା ୨୨ ଏକର ଜାଗାରେ ୨ ଶହ ୫୦ କୋଟି ଟଙ୍କାର ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ଶେଷ ସ୍ପର୍ଶ ନିମନ୍ତେ ବୁଧବାର ତଦାରଖ କରି ଏକ ଉଚ୍ଚସ୍ତରୀୟ ପ୍ରଶାସନିକ ସମୀକ୍ଷା ବୈଠକ କରିଛନ୍ତି। ମାର୍ଚ୍ଚ ୩୦ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାର ସୂଚନା ମିଳିଛି। ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏହି ମନ୍ଦିର ନିର୍ମାଣ ହେଉଥିବାବେଳେ ଆସନ୍ତା ୩୦ ଏପ୍ରିଲ ଅକ୍ଷୟ ତୃତୀୟାରେ ମନ୍ଦିରର ଶୁଭ ଉଦ୍ଘାଟନ କରାଯିବା ସହିତ ପ୍ରଥମଥର ଲାଗି ଏଠାରେ ରଥଯାତ୍ରା ଅନୁଷ୍ଠିତ ହେବ ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଆକସ୍ମିକ ଘୋଷଣାକୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବିରୋଧୀ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ କଟାକ୍ଷ କରିଛନ୍ତି। ଭାରତରେ ୪ ଧାମ ମଧ୍ୟରେ ପୁରୀଧାମ ଭଗବାନ ଶ୍ରୀଜଗନ୍ନାଥ ମନ୍ଦିର ଅନ୍ୟତମ। ଶ୍ରୀଜଗନ୍ନାଥ ସଂସ୍କୃତି ଅଭିନ୍ନ ଓ ଭକ୍ତଙ୍କ ଭଗବାନ ହୋଇଥିବା ବେଳେ ଦୀଘା ପୁରୀ ଶ୍ରୀମନ୍ଦିରକୁ ନକଲ କରି ମୁଖ୍ୟମନ୍ତ୍ରୀ ଦୀଘା ଶ୍ରୀଜଗନ୍ନାଥ ଧାମ ସାଂସ୍କୃତିକ ସେଣ୍ଟର ଗଢ଼ି ଶ୍ରୀ ଜଗନ୍ନାଥ ସଂସ୍କୃତିକୁ ଅବମାନନା କରିଥିବାର ଅଭିଯୋଗ କରିଛନ୍ତି। ମହାପ୍ରଭୁଙ୍କୁ ନ୍ୟୁନ କରିବାକୁ ଉଦ୍ୟମ କରୁଥିବାର ହିନ୍ଦୁ ଧର୍ମପ୍ରତି କୁଠାରଘାତ କରାଯାଇ ଦୀଘାର ପର୍ଯ୍ୟଟନ ବଢ଼ାଇବାକୁ ଯାଉଛନ୍ତି ବୋଲି ସେ ମମତାଙ୍କୁ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଭଣ୍ଡାମୀକୁ ପ୍ରତିହତ କରିବା ସହିତ ପୁରୀରୁ ପଣ୍ଡିତମାନଙ୍କୁ ମମତାଙ୍କ ଚାଲ ବିଷୟରେ ଅବଗତ କରାଯାଇ ଜଗନ୍ନାଥ ସଂସ୍କୃତିକୁ ଉଜ୍ଜୀବିତ କରିବାକୁ ପୂର୍ବ ମେଦିନୀପୁରରେ ପଣ୍ଡିତ ସଭା କରିବେ ବୋଲି ମମତାଙ୍କୁ ଚେତାବନୀ ଦେଇଛନ୍ତି।
The post ଦୀଘାରେ ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ଝଡ଼ appeared first on Dharitri Odia News.