ଦୀନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ଆମ୍ବାସାଡର
ଜୋହାନ୍ସବର୍ଗ, ୫ା୮: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର ଦୀନେଶ କାର୍ତ୍ତିକ ସୋମବାର ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ସହ ସମ୍ପୃକ୍ତ ରହିବାରେ କାର୍ତ୍ତିକ ପ୍ରଥମ ପ୍ରଥମ ଭାରତୀୟ ଖେଳାଳି। ଚଳିତମାସ ଆରମ୍ଭରେ ଦୀନେଶ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ବର୍ତ୍ତମାନ ଲୋକପ୍ରିୟ ହେବାରେ ଲାଗିଛି। ପ୍ରତିଯୋଗିତାର ପ୍ରଥମ ଦୁଇ ସିଜନରେ ବିଶ୍ୱର କେତେଜଣ ଶ୍ରେଷ୍ଠ ଖେଳାଳି ଏବଂ […] The post ଦୀନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ଆମ୍ବାସାଡର appeared first on Dharitri Odia News.
ଜୋହାନ୍ସବର୍ଗ, ୫ା୮: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟର ଦୀନେଶ କାର୍ତ୍ତିକ ସୋମବାର ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ଆମ୍ବାସାଡର ଭାବେ ନିଯୁକ୍ତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ସହ ସମ୍ପୃକ୍ତ ରହିବାରେ କାର୍ତ୍ତିକ ପ୍ରଥମ ପ୍ରଥମ ଭାରତୀୟ ଖେଳାଳି।
ଚଳିତମାସ ଆରମ୍ଭରେ ଦୀନେଶ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଥିଲେ। ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ବର୍ତ୍ତମାନ ଲୋକପ୍ରିୟ ହେବାରେ ଲାଗିଛି। ପ୍ରତିଯୋଗିତାର ପ୍ରଥମ ଦୁଇ ସିଜନରେ ବିଶ୍ୱର କେତେଜଣ ଶ୍ରେଷ୍ଠ ଖେଳାଳି ଏବଂ ଯୁବ ପ୍ରତିଭା ବିଶ୍ୱ ମଞ୍ଚରେ ସେମାନଙ୍କର ପାରଦର୍ଶିତା ଦେଖାଇଛନ୍ତି। କାର୍ତ୍ତିକ ଦକ୍ଷିଣ ଆଫ୍ରିକା ଟି୨୦ର ଆଉ ଜଣେ ଆମ୍ବାସାଡର ଏବି ଡି’ ଭିଲର୍ସଭ୍କ ସହିତ ମିଳିତ ଭାବେ କାର୍ଯ୍ୟ କରିବେ। ଉଭୟେ ଭାରତ ଓ ୟୁକେରେ ଏହି ଲିଗ୍ର ମାର୍କେଟିଂ ଷ୍ଟ୍ରାଟେଜି ପ୍ରସ୍ତୁତ କରିବେ।
The post ଦୀନେଶ କାର୍ତ୍ତିକ ଦକ୍ଷିଣ ଆଫ୍ରିକା ଟି୨୦ ଲିଗ୍ ଆମ୍ବାସାଡର appeared first on Dharitri Odia News.