ଦୀପାବଳି ପାଇଁ ଗାଇଡ୍ଲାଇନ୍: ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି
ଭୁବନେଶ୍ୱର,୨୯।୧୦: ଦିନକ ପରେ ଆଲୋକର ପର୍ବ ‘ଦୀପାବଳି’। ଏହାକୁ ନେଇ ମଙ୍ଗଳବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ, ପାର୍କ, ସାଇଲେନ୍ସ ଜୋନ୍ରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ […] The post ଦୀପାବଳି ପାଇଁ ଗାଇଡ୍ଲାଇନ୍: ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି appeared first on Dharitri Odia News.
ଭୁବନେଶ୍ୱର,୨୯।୧୦: ଦିନକ ପରେ ଆଲୋକର ପର୍ବ ‘ଦୀପାବଳି’। ଏହାକୁ ନେଇ ମଙ୍ଗଳବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଗାଇଡ୍ଲାଇନ୍ ଜାରି କରାଯାଇଛି। ସନ୍ଧ୍ୟା ୭ଟାରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ୧୨୫ ଡେସିବେଲ୍ରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ଲାଗି ମନା କରାଯାଇଛି।
ଗାଇଡଲାଇନ୍ ଅନୁଯାୟୀ, ପାର୍କ, ସାଇଲେନ୍ସ ଜୋନ୍ରେ ବାଣ ଫୁଟାଇବାକୁ ବାରଣ କରାଯାଇଛି। ସେହିପରି ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଧାର୍ମିକ ଅନୁଷ୍ଠାନ ଓ କୋର୍ଟଠାରୁ ୧୦୦ ମିଟର ଭିତରେ ବାଣ ଫୁଟାଇବାକୁ ମନା କରାଯାଇଛି। ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ବସ୍ତି ସହ ରାସ୍ତା ଓ ଜନ ଗହଳିପୂର୍ଣ୍ଣ ସ୍ଥାନରେ ବାଣ ଫୁଟାକୁ ବାରଣ କରାଯାଇଛି। ୧୦ ବର୍ଷରୁ କମ ବୟସର ପିଲାଙ୍କୁ ଶବ୍ଦଯୁକ୍ତ ବାଣ ଦେବାକୁ ମନା କରାଯାଇଛି। ବେରିୟମ ଓ କେମିକାଲ୍ଯୁକ୍ତ ବାଣ ବିକ୍ରି, ବ୍ୟବହାରକୁ ମନା କରାଯାଇଛି।
The post ଦୀପାବଳି ପାଇଁ ଗାଇଡ୍ଲାଇନ୍: ୭ଟାରୁ ୯ଟା ଯାଏ ବାଣ ଫୁଟାଇବାକୁ ଅନୁମତି appeared first on Dharitri Odia News.