ଦୀପାବଳିର ଦୁଇ ସପ୍ତାହ ପରେ ଗ୍ୟାସ ଚାମ୍ୱର ବଳୟରେ ରାଜଧାନୀ, ଲୋକେ ଅଣନିଶ୍ୱାସୀ
ନୂଆଦିଲ୍ଲୀ ୧୩/୧୧: ଦୀପାବଳିର ଦୁଇ ସପ୍ତାହ ବିତିହଲାଣି । ତଥାପି ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ । ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି । ସକାଳୁ ଧୂଆଁରେ ଆଚ୍ଛାଦିତ ହୋଇପଡିଛି ପୁରା ପରିବେଶ । ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି । ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି। ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ବି ଲଗାତର ବଢ଼ି ଚାଲିଛି । ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି। #WATCH | Delhi | A thick layer of smog engulfs several parts of the national capital as the air quality in the city remains in the 'Very Poor' category as per the Central Pollution Control Board (CPCB).(Drone visuals from Signature Bridge Wazirabad shot at 8:50 am) pic.twitter.com/Tm4g
ନୂଆଦିଲ୍ଲୀ ୧୩/୧୧: ଦୀପାବଳିର ଦୁଇ ସପ୍ତାହ ବିତିହଲାଣି । ତଥାପି ଗ୍ୟାସ୍ ଚାମ୍ପର ପାଲଟିଛି ଦେଶର ରାଜଧାନୀ ଦିଲ୍ଲୀ । ଚାରିଆଡେ ଘନ କୁହୁଡିର ଚାଦର ଢ଼ାଙ୍କି ହୋଇ ରହିଛି। ଲୋକେ ପ୍ରଦୂଷଣ ଯୋଗୁ ଅଣନିଶ୍ୱାସୀ ହୋଇପଡିଛନ୍ତି । ସକାଳୁ ଧୂଆଁରେ ଆଚ୍ଛାଦିତ ହୋଇପଡିଛି ପୁରା ପରିବେଶ । ଦିଲ୍ଲୀ-ଏନ୍ସିଆର୍, ପଞ୍ଜାବ ଓ ଉତ୍ତରପ୍ରଦେଶ ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ଭୟଙ୍କର କୁହୁଡ଼ି ଦେଖିବାକୁ ମିଳିଛି । ଏଥିଯୋଗୁ ଦୃଶ୍ୟମାନତା ଯଥେଷ୍ଟ ହ୍ରାସ ପାଇଛି ।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୬ ଟାରେ ୧୦୦ ମିଟର ଦୃଶ୍ୟମାନ ହୋଇଥିବାବେଳେ ପଞ୍ଜାବର ହିଣ୍ଡନ ବିମାନବନ୍ଦର ଏବଂ ଅମୃତସର ବିମାନ ବନ୍ଦରରେ ଜିରୋ ଭିଜିବିଲିଟି ରେକର୍ଡ କରାଯାଇଛି। ଲୋକେ ରାସ୍ତାରେ ଗାଡ଼ିର ହେଡଲାଇଟ୍ ଜଳାଇ ଯାତାୟତ କରୁଛନ୍ତି। ସେପଟେ କୁହୁଡ଼ି ସମୟ ପ୍ରଦୂଷଣ ମାତ୍ରା ବି ଲଗାତର ବଢ଼ି ଚାଲିଛି । ଦିଲ୍ଲୀ-ଏନ୍ସିଆର୍ ଅଞ୍ଚଳରେ ବାୟୁର ଗୁଣବତ୍ତା ଲଗାତର ହ୍ରାସ ପାଉଛି।
#WATCH | Delhi | A thick layer of smog engulfs several parts of the national capital as the air quality in the city remains in the 'Very Poor' category as per the Central Pollution Control Board (CPCB).
(Drone visuals from Signature Bridge Wazirabad shot at 8:50 am) pic.twitter.com/Tm4g9N7jC8— ANI (@ANI) November 13, 2024
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ବୁଧବାର ମଧ୍ୟ 'ଅତ୍ୟନ୍ତ ଖରାପ' ବର୍ଗରେ ରହିଛି। ଆଜି ସକାଳେ ଦିଲ୍ଲୀର ହାରାହାରି AQI ୩୪୪ ଥିବା ରେକର୍ଡ କରାଯାଇଛି। ସେହିପରି ଅୟାନ ନଗରରେ ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ରେକର୍ଡ ହୋଇଛି। ଏଠାକାର AIQ ସକାଳ ୮ଟା ସୁଦ୍ଧା ୪୧୭ ଥିବା ରେକର୍ଡ କରାଯାଇଛି।
ସହରରେ ବାୟୁ ପ୍ରଦୂଷଣର ସବୁଠାରୁ ବଡ଼ କାରଣ ହେଉଛି ଗାଡ଼ିରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟ, ଶିଳ୍ପ ପ୍ରଦୂଷଣ ଏବଂ ନଡ଼ା ଜଳିବା ସାମିଲ ଅଛି । ବାୟୁ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଦିଲ୍ଲୀ ସରକାର ଏବଂ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ବିଭିନ୍ନ ପଦକ୍ଷେପ ନେଇଛନ୍ତି। ଯାନ ସଂଖ୍ୟାକୁ ନିୟନ୍ତ୍ରଣ କରିବା, ନିର୍ମାଣ କାର୍ଯ୍ୟ ଉପରେ ନିଷେଧାଦେଶ ଏବଂ ନଢ଼ା ଜଳିବା ଉପରେ ମଧ୍ୟ ରୋକ୍ ଲଗାଯାଇଛି। ତଥାପି କମ୍ ହେଉନି ପ୍ରଦୂଷଣ।