ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି। ଆଜି ପୋଙ୍ଗଲ ବା ମକର ସଂକ୍ରାନ୍ତି ଅର୍ଥାତ୍‌ ୧୫ ଜାନୁଆରୀ ଅବସରରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି। ତେବେ ଟ୍ରେଲର ରିଲିଜ ହେବା ପୂର୍ବରୁ ଦୀପିକା […] The post ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ appeared first on Dharitri Odia News.

ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ

ମୁମ୍ବାଇ: ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ବଲିଉଡ୍‌ ଫିଲ୍ମ ମଧ୍ୟରୁ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଏରି୍‌ଅଲ ଆକ୍ସନ ଡ୍ରାମା ‘ଫାଇଟର୍‌’ ଅନ୍ୟତମ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅନିଲ କପୁର, ଅକ୍ଷୟ ଓବରାୟ ଏବଂ କରଣ ସିଂ ଗ୍ରୋଭର ମଧ୍ୟ ଅଭିନୟ କରିଛନ୍ତି। ଆଜି ପୋଙ୍ଗଲ ବା ମକର ସଂକ୍ରାନ୍ତି ଅର୍ଥାତ୍‌ ୧୫ ଜାନୁଆରୀ ଅବସରରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି। ତେବେ ଟ୍ରେଲର ରିଲିଜ ହେବା ପୂର୍ବରୁ ଦୀପିକା ପାଦୁକୋନ ଏକ ଖରାପ ଖବର ଶେୟାର କରି ପ୍ରଶଂସକଙ୍କୁ ବ୍ୟସ୍ତ ବିବ୍ରତ କରିଦେଇଛନ୍ତି।

ଦୀପିକା ତାଙ୍କ ଇନ୍‌ଷ୍ଟାଗ୍ରାମ ଷ୍ଟୋରିରେ ଦୁଃଖ ପ୍ରକାଶ କରି ପ୍ରଶଂସକମାନଙ୍କୁ କହିଛନ୍ତି ଯେ, ସେ ଆଜି ‘ଫାଇଟର୍‌’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିବେ ନାହିଁ। ଏଥିରେ ସେ ଟିମ୍‌ ଫାଇଟର୍‌ଙ୍କୁ ଅଭିନନ୍ଦନ ଜଣାଇ ସେ ଲେଖିଛନ୍ତି, ମୋର ସ୍କାଡ୍ରନ ମିସ୍‌ ହେବ। ଶୁଭେଚ୍ଛା ଟିମ୍‌! ପଞ୍ଚ ଇମୋଜି ବି ଦେଇଛନ୍ତି। #fighter #fightertrailer ଲେଖିଛନ୍ତି। ଦୀପିକା ଏହି ପୋଷ୍ଟରେ କିଛି ଇମୋଜି ଶେୟାର ବି କରିଛନ୍ତି, ଯାହା ମାଧ୍ୟମରେ ସେ ଅସୁସ୍ଥ ଥିବା ସୂଚାଇଛନ୍ତି।

The post ଦୀପିକା ଅସୁସ୍ଥ, ଆଜି ଫିଲ୍ମ ‘ଫାଇଟର’ର ଟ୍ରେଲର ରିଲିଜ କାର୍ଯ୍ୟକ୍ରମରେ ଦେବେନି ଯୋଗ appeared first on Dharitri Odia News.