ଦୀର୍ଘ ୧୩ ବର୍ଷ ପରେ ବ୍ରିଟେନରେ ବ୍ୟାପିଲା ବଡ଼ ଦଙ୍ଗା: ବ୍ୟାପକ ଭଙ୍ଗାରୁଜା,୯୦ ଗିରଫ

ଲଣ୍ଡନ: ବାଂଲାଦେଶ ଭଳି ବ୍ରିଟେନରେ ମଧ୍ୟ ହିଂସକ ଆନ୍ଦୋଳନ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ସହରର ଆନ୍ଦୋଳ ତେଜିଛି। ଦଙ୍ଗାକାରୀମାନେ ପୁଲିସକୁ ଟାର୍ଗେଟ କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଦୀର୍ଘ ବର୍ଷ ପରେ ଏହା ବ୍ରିଟେନରେ ସବୁଠାରୁ ବଡ଼ ଦଙ୍ଗା ବୋଲି କୁହାଯାଉଛି। ଲିଭରପୁଲ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ କିଛି ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି।ପିଲାମାନଙ୍କୁ ହୋଇଥିବା ଛୁରାମାଡ଼ ଘଟଣାକୁ କେନ୍ଦ୍ର କରି ବ୍ରିଟେନ୍ ହିଂସା ସୃଷ୍ଟି ହୋଇଛି। ସୋମବାର ସାଉଥ ପୋର୍ଟରେ ଏକ ଡାନ୍ସ କ୍ଲାସ୍ ପିଲା ନାଚ ଶିଖୁଥିବା ଜଣେ ଦୁର୍ବୃତ୍ତ ପଶି ଆସି ସୋନଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ୩ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସୋସିଆଲ୍ ମିଡିଆରେ ଗୁଜବ ଭାଇରାଲ ହୋଇଥିଲା ଯେ ଛୁରାମାଡ଼ କରିଥିବା ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରବାସୀ। ଘଟଣା ପ୍ରଘଟ ହେବା ପରେ ବ୍ରିଟେନ୍‌ର ଦକ୍ଷିଣପନ୍ଥୀମାନେ ବିଭିନ୍ନ ସହରରେ ଉତ୍ପାତ କରିଥିଲେ। ଜାଗେ ଜାଗେ ଆନ୍ଦୋଳନ କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ। ପୁଲିସ ସହ ମଧ୍ୟ ମାର୍‌ପିଟ ହେବା କାରଣରୁ ଏକାଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ଦକ୍ଷିଣପନ୍ଥୀ ଦଙ୍ଗାକାରୀମାନେ ପ୍ରବାସୀ ପରିବାରମାନଙ୍କୁ ତଡ଼ି ଦେଇଥିଲେ। ଲିଭରପୁଲ୍, ବ୍ରିଷ୍ଟଲ୍, ମଞ୍ଚେଷ୍ଟର, ଲିଡସ୍, ବେଲଫାଷ୍ଟ ଏବଂ ନଟିଂହାମ୍ ଭଳି ସହରରୁ ସେମାନଙ୍କୁ ପଳାଇଯିବାକ

ଦୀର୍ଘ ୧୩ ବର୍ଷ ପରେ ବ୍ରିଟେନରେ ବ୍ୟାପିଲା ବଡ଼ ଦଙ୍ଗା: ବ୍ୟାପକ ଭଙ୍ଗାରୁଜା,୯୦ ଗିରଫ

ଲଣ୍ଡନ: ବାଂଲାଦେଶ ଭଳି ବ୍ରିଟେନରେ ମଧ୍ୟ ହିଂସକ ଆନ୍ଦୋଳନ ଆରମ୍ଭ ହୋଇଛି। ଦେଶର ବିଭିନ୍ନ ସହରର ଆନ୍ଦୋଳ ତେଜିଛି। ଦଙ୍ଗାକାରୀମାନେ ପୁଲିସକୁ ଟାର୍ଗେଟ କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଛନ୍ତି। ଦୀର୍ଘ ବର୍ଷ ପରେ ଏହା ବ୍ରିଟେନରେ ସବୁଠାରୁ ବଡ଼ ଦଙ୍ଗା ବୋଲି କୁହାଯାଉଛି। ଲିଭରପୁଲ ସହର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏଠାରେ କିଛି ପୁଲିସକର୍ମୀ ମଧ୍ୟ ଆହତ ହୋଇଛନ୍ତି।
ପିଲାମାନଙ୍କୁ ହୋଇଥିବା ଛୁରାମାଡ଼ ଘଟଣାକୁ କେନ୍ଦ୍ର କରି ବ୍ରିଟେନ୍ ହିଂସା ସୃଷ୍ଟି ହୋଇଛି। ସୋମବାର ସାଉଥ ପୋର୍ଟରେ ଏକ ଡାନ୍ସ କ୍ଲାସ୍ ପିଲା ନାଚ ଶିଖୁଥିବା ଜଣେ ଦୁର୍ବୃତ୍ତ ପଶି ଆସି ସୋନଙ୍କୁ ଛୁରାମାଡ଼ କରିଥିଲା। ଏଥିରେ ୩ ନାବାଳିକାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ସୋସିଆଲ୍ ମିଡିଆରେ ଗୁଜବ ଭାଇରାଲ ହୋଇଥିଲା ଯେ ଛୁରାମାଡ଼ କରିଥିବା ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରବାସୀ। 
ଘଟଣା ପ୍ରଘଟ ହେବା ପରେ ବ୍ରିଟେନ୍‌ର ଦକ୍ଷିଣପନ୍ଥୀମାନେ ବିଭିନ୍ନ ସହରରେ ଉତ୍ପାତ କରିଥିଲେ। ଜାଗେ ଜାଗେ ଆନ୍ଦୋଳନ କରିବା ସହ ସରକାରୀ ସମ୍ପତ୍ତି ନଷ୍ଟ କରିଥିଲେ। ପୁଲିସ ସହ ମଧ୍ୟ ମାର୍‌ପିଟ ହେବା କାରଣରୁ ଏକାଧିକ ପୁଲିସ କର୍ମୀ ଆହତ ହୋଇଛନ୍ତି। 
ପୋଲିସର ସୂଚନାନୁସାରେ, ଦକ୍ଷିଣପନ୍ଥୀ ଦଙ୍ଗାକାରୀମାନେ ପ୍ରବାସୀ ପରିବାରମାନଙ୍କୁ ତଡ଼ି ଦେଇଥିଲେ। ଲିଭରପୁଲ୍, ବ୍ରିଷ୍ଟଲ୍, ମଞ୍ଚେଷ୍ଟର, ଲିଡସ୍, ବେଲଫାଷ୍ଟ ଏବଂ ନଟିଂହାମ୍ ଭଳି ସହରରୁ ସେମାନଙ୍କୁ ପଳାଇଯିବାକୁ ବାଧ୍ୟ କରିଥିଲେ। ବେଲଫାଷ୍ଟରେ ଆଣ୍ଟି-ଇସଲାମିକ୍ ଗ୍ରୁପ୍ ଏବଂ ଆଣ୍ଟି-ରେସିଜିମ୍ ଗ୍ରୁପ ରାଲି କରୁଥିବା ବେଳେ ସଂଘର୍ଷ ହୋଇଥିଲା।
ଦୀର୍ଘ ୧୩ ବର୍ଷ ପରେ ବ୍ରିଟେନ୍ ଭଳି ବିକଶିତ ସହରରେ ଦଙ୍ଗା ସୃଷ୍ଟି ହୋଇଛି। ଏପର୍ଯ୍ୟନ୍ତ ଘଟଣାରେ ୯୦ ଜଣଙ୍କୁ ଗିରଫ କରାଯାଇଛି। ପ୍ରଧାନମନ୍ତ୍ରୀ କିର ଷ୍ଟାରମର୍ ପୋଲିସକୁ କଠୋର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସହରଗୁଡ଼ିକୁ ସୁରକ୍ଷିତ କରିବାକୁ ସେ କହିଛନ୍ତି। ଗୃହ ସଚିବ ୟଭେଟ୍ କୁପର୍ କହିଛନ୍ତି ଯେ ଦଙ୍ଗାକାରୀଙ୍କୁ ଏହାର ମୂଲ୍ୟ ଦେବାକୁ ପଡିବ।
ସରକାର ଏବଂ ପୋଲିସର କଠୋରତା ସତ୍ତ୍ୱେ ଆଗାମୀ ଦିନରେ ଅଧିକ ଦଙ୍ଗା ହେବାର ସମ୍ଭାବନା ରହିଛି। ବ୍ରିଟେନରେ ଇମିଗ୍ରେସନ ଏକ ବଡ଼ ପ୍ରସଙ୍ଗ ହୋଇଛି। ବିଶେଷକରି ଦକ୍ଷିଣପନ୍ଥୀମାନେ ମୁସ୍ଲିମ ଦେଶର ଇମିଗ୍ରେସନକୁ ବିରୋଧ କରୁଛନ୍ତି। ସାଉଥ ପୋର୍ଟ ଘଟଣା ପରେ ପରେ ଦକ୍ଷିଣପନ୍ଥୀମାନଙ୍କୁ ଏକ ବଡ଼ ବାହାନା ମିଳିଯାଇଛି।