ଦୀର୍ଘ ୨୪ ବର୍ଷ ବିଜେଡି ସରକାରର ଅବସାନ, ପ୍ରଥମ ଥର ସରକାର ଗଢିବାକୁ ଯାଉଛି ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ସରକାରର ଅବସାନ ଘଟିଛି। ୨୦୨୪ ନିର୍ବାଚନର ଭୋଟ୍ ଗଣତି ଶେଷ ପର୍ଯ୍ୟାୟରେ ରହିଛି। ଏହା ଅନୁଯାୟୀ ବିଜେପି ୭୮ ସିଟ୍‌ରେ ଆଗରେ ରହି ସରକାର ଗଢିବାକୁ ଯାଉଛି। ଏହା ସହିତ ରାଜ୍ୟରେ ନବୀନ ଯୁଗର ପରିସମାପ୍ତି ଘଟିଛି କହିଲେ ଅତ୍ୟୁକ୍ତି ହେବନି। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଢିବାକୁ ଯାଉଛି। କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୪ ସିଟ୍ ଏବଂ ଅନ୍ୟ ୪ଟି ସିଟରେ ଜିତିବାର ସମ୍ଭାବନା ରହିଛି ।ଦୀର୍ଘ ୨୫ ବର୍ଷ ଧରି ସରକାରରେ ଥିବା ବିଜେଡି ଷଷ୍ଠ ଥର ଜିତି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଛି। ଏଥିସହ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଲକ୍ଷ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଅଧୁରା ରହିଯାଇଛି। ପବନ ଚାମଲିଙ୍ଗ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ନବୀନ ପଟ୍ଟନାୟକ ୨୪ ବର୍ଷ ୯୧ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।  ତେବେ ଭୋଟ୍ ଗଣତି ସରି ନ ଥିବାରୁ ଆଗକୁ ସିଟରେ ଏପଟ ସେପଟ ହୋଇପାରେ । Also read: ବିଜେଡିର ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି କୋରେଇରେ ଅଭିନେତା ଆକାଶ ଦାସ୍ ନାୟକଙ୍କ ବାଜିମାତ୍ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଲଗାତାର ୫ ଥର ନିର୍ବାଚନ ଜିତି ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା। ଦଳ ୨୦୦୦ର

ଦୀର୍ଘ ୨୪ ବର୍ଷ ବିଜେଡି ସରକାରର ଅବସାନ, ପ୍ରଥମ ଥର ସରକାର ଗଢିବାକୁ ଯାଉଛି ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ଧରି ଶାସନରେ ଥିବା ବିଜୁ ଜନତା ଦଳ ସରକାରର ଅବସାନ ଘଟିଛି। ୨୦୨୪ ନିର୍ବାଚନର ଭୋଟ୍ ଗଣତି ଶେଷ ପର୍ଯ୍ୟାୟରେ ରହିଛି। ଏହା ଅନୁଯାୟୀ ବିଜେପି ୭୮ ସିଟ୍‌ରେ ଆଗରେ ରହି ସରକାର ଗଢିବାକୁ ଯାଉଛି। ଏହା ସହିତ ରାଜ୍ୟରେ ନବୀନ ଯୁଗର ପରିସମାପ୍ତି ଘଟିଛି କହିଲେ ଅତ୍ୟୁକ୍ତି ହେବନି। ଓଡ଼ିଶାରେ ପ୍ରଥମ ଥର ବିଜେପି ସରକାର ଗଢିବାକୁ ଯାଉଛି। କଂଗ୍ରେସ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ୧୪ ସିଟ୍ ଏବଂ ଅନ୍ୟ ୪ଟି ସିଟରେ ଜିତିବାର ସମ୍ଭାବନା ରହିଛି ।

ଦୀର୍ଘ ୨୫ ବର୍ଷ ଧରି ସରକାରରେ ଥିବା ବିଜେଡି ଷଷ୍ଠ ଥର ଜିତି କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବାରେ ବିଫଳ ହୋଇଛି। ଏଥିସହ ଦେଶରେ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବାର ରେକର୍ଡ ଲକ୍ଷ୍ୟରେ ଥିବା ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ଅଧୁରା ରହିଯାଇଛି। ପବନ ଚାମଲିଙ୍ଗ ୨୪ ବର୍ଷ ୧୬୫ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହିଥିଲେ। ନବୀନ ପଟ୍ଟନାୟକ ୨୪ ବର୍ଷ ୯୧ ଦିନ ମୁଖ୍ୟମନ୍ତ୍ରୀ ପଦରେ ରହି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।  ତେବେ ଭୋଟ୍ ଗଣତି ସରି ନ ଥିବାରୁ ଆଗକୁ ସିଟରେ ଏପଟ ସେପଟ ହୋଇପାରେ । 

Also read: ବିଜେଡିର ସନ୍ଧ୍ୟାରାଣୀ ଦାସଙ୍କୁ ପରାସ୍ତ କରି କୋରେଇରେ ଅଭିନେତା ଆକାଶ ଦାସ୍ ନାୟକଙ୍କ ବାଜିମାତ୍

ସୂଚନାଯୋଗ୍ୟ, ବିଜେଡି ୨୦୦୦ ମସିହାରୁ ୨୦୨୪ ଏ ପର୍ଯ୍ୟନ୍ତ ଲଗାତାର ୫ ଥର ନିର୍ବାଚନ ଜିତି ଦୀର୍ଘ ୨୪ ବର୍ଷ ଧରି କ୍ଷମତାରେ ରହିଥିଲା। ଦଳ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟ କରି ସରକାରରେ ଥିଲା । ତେବେ ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ବିଜେଡି ଆହୁରି ମଜବୁତ ହୋଇ ୨୦୦୯, ୨୦୧୪ ଏବଂ ୨୦୧୯ ନିର୍ବାଚନରେ ୧୦୦ରୁ ଅଧିକ ସିଟ୍ ଜିତି ଲଗାତାର ୫ମ ଥର ସରକାର ଗଢିଥିଲା । କିନ୍ତୁ ଏଥର ଦଳକୁ ସରକାର ବିରୋଧୀ ହାୱାର ସମ୍ମୁଖୀନ ହେବାକୁ ପଡିଛି । ବିଶେଷ କରି ନବୀନ ପଟ୍ଟନାୟକଙ୍କ ନିଷ୍କ୍ରିୟତା ଏବଂ ଭିକେ ପାଣ୍ଡିଆନଙ୍କୁ ଆଗରେ ରଖିବା ଏବଂ ଦଳର ଅନ୍ୟ ସମସ୍ତ ନେତାଙ୍କୁ ଅଣଦେଖା କରିବା ବିଜେଡିକୁ ମହଙ୍ଗା ପଡିଛି ବୋଲି ରାଜନୈତିକ ବିଶେଷଜ୍ଞ ମତପୋଷଣ କରିଛି। 

୨୦୧୯ରେ ବିଜେଡି ୧୧୩ ସିଟ୍ ଜିତି ସରକାର ଗଢିଥିଲା। ହେଲେ ୨୦୨୪ ନିର୍ବାଚନରେ ଦଳ ପାଖାପାଖି ୬୦ ସିଟ୍ ହରାଇ ବିପର୍ଯ୍ୟୟ ଭୋଗିଛି। ଅନ୍ୟପଟେ ଗତ ନିର୍ବାଚନରେ ୨୩ ସିଟ୍  ଜିତିଥିବା ବିଜେପି ଏଥର ଆଶାତୀତ ସଫଳତା ହାସଲ କରି ଅଧିକ ୫୫ ଆସନ ଜିତି ସରକାର ଗଢିବାକୁ ଯାଉଛି।