ଦୁଃଖ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ ନାହିଁ, କାହିଁକି ଏମିତି କହିଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ
ଜେନେଭା,୧।୪: ଇସ୍ରାଏଲର ସେନା ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେୟେସସ୍ ଗାଜାର ଅଲ-ଶିଫା ହସ୍ପିଟାଲ ଉପରେ ଆକ୍ରମଣ ପରେ ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଛନ୍ତି, ହସ୍ପିଟାଲ ଉପରେ ଆକ୍ରମଣ ପରଠାରୁ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ଏନେଇ ଦୁଃଖ ପ୍ରକାଶ କରିବାକୁ ତାଙ୍କର କୌଣସି ଶବ୍ଦ ନାହିଁ। […] The post ଦୁଃଖ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ ନାହିଁ, କାହିଁକି ଏମିତି କହିଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ appeared first on Dharitri Odia News.
ଜେନେଭା,୧।୪: ଇସ୍ରାଏଲର ସେନା ଗାଜାର ଏକ ହସ୍ପିଟାଲ ଉପରେ ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଆକ୍ରମଣ ମଧ୍ୟରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଟେଡ୍ରୋସ ଗେବ୍ରେୟେସସ୍ ଗାଜାର ଅଲ-ଶିଫା ହସ୍ପିଟାଲ ଉପରେ ଆକ୍ରମଣ ପରେ ପରିସ୍ଥିତିକୁ ନେଇ ଦୁଃଖ ପ୍ରକାଶ କରିଥିଲେ। ସେ ଲେଖିଛନ୍ତି, ହସ୍ପିଟାଲ ଉପରେ ଆକ୍ରମଣ ପରଠାରୁ ସେଠାରେ ଅବସ୍ଥା ଅତ୍ୟନ୍ତ ଖରାପ ହୋଇପଡିଛି। ଏନେଇ ଦୁଃଖ ପ୍ରକାଶ କରିବାକୁ ତାଙ୍କର କୌଣସି ଶବ୍ଦ ନାହିଁ।
ଡବ୍ଲ୍ୟୁଏଚ୍ଓ ମୁଖ୍ୟ ସୋସିଆଲ ମିଡିଆରେ ଶେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି, ରୋଗୀ ହସ୍ପିଟାଲ ପରିସରରେ ଅଛନ୍ତି, ଯେଉଁମାନେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି। ସ୍ବାସ୍ଥ୍ୟ ସହାୟତା, ଚିକିତ୍ସା ସେବା ଏବଂ ଯୋଗାଣର ଘୋର ଅଭାବ ରହିଛି। ହସ୍ପିଟାଲରେ ଥିବା ରୋଗୀଙ୍କ ମଧ୍ୟରୁ ଚାରିଜଣ ଶିଶୁ ଏବଂ ଅନ୍ୟ ୨୮ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ଲୋକମାନେ ଡାଏପର, ପରିସ୍ରା ବ୍ୟାଗ ଏବଂ ପାଣି ଭଳି ମୌଳିକ ସାମଗ୍ରୀର ଅଭାବର ସମ୍ମୁଖୀନ ହେଉଛନ୍ତି।
ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଦାବି କରିଛନ୍ତ, ଗତକାଲି ଡାକ୍ତରଖାନାର ପ୍ରତ୍ୟେକ ୧୫ ରୋଗୀଙ୍କ ପାଇଁ କେବଳ ଗୋଟିଏ ବୋତଲ ପାଣି ଉପଲବ୍ଧ ଥିଲା। ଖାଦ୍ୟ ମଧ୍ୟ ବହୁତ ସୀମିତ ଏବଂ ଏହା ମଧୁମେହ ପରି ରୋଗୀଙ୍କ ପାଇଁ ସାଂଘାତିକ ପ୍ରମାଣିତ ହୋଇପାରେ। ତୁରନ୍ତ ଅସ୍ତ୍ରବିରତି ପାଇଁ ଟେଡ୍ରୋସ ଇସ୍ରାଏଲକୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ଆମେ ଦୋହରାଉଛୁ ଯେ ଅସ୍ତ୍ରବିରତି ପାଇଁ ନିଷ୍ପତ୍ତି ନିଆଯାଉ। ପ୍ରତ୍ୟେକ ମୁହୂର୍ତ୍ତ ମୂଲ୍ୟବାନ ଅଟେ।
The post ଦୁଃଖ ପ୍ରକାଶ କରିବାକୁ ମୋ ପାଖେ ଶବ୍ଦ ନାହିଁ, କାହିଁକି ଏମିତି କହିଲେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ appeared first on Dharitri Odia News.