ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଲା ଋଷ: ଆଶ୍ଚର୍ଯ୍ୟ ପଶ୍ଚିମ ଦେଶ

ମସ୍କୋ: ତାଲିବାନ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ଋଷିଆ। ଗୁରୁବାର ରୁଷର ସୁପ୍ରିମକୋର୍ଟ ପବ୍ଲିକ ପ୍ରସିକ୍ୟୁଟର ଜେନେରାଲଙ୍କ ଅନୁରୋଧ ପରେ ଦେଶରେ ତାଲିବାନ ଉପରେ ଲଗାଯାଇଥିବା ବ୍ୟାନକୁ ନିଲମ୍ବିତ କରିଛନ୍ତି। ପାଖାପାଖି ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଛି ଋଷ। ଋଷର ଏଭଳି ପଦକ୍ଷେପ ବିଶ୍ୱକୁ ଚକ୍କିତ କରିଛି। ଋଷ ତାଲିବାନକୁ ୨୦୦୩ ମସିହାରେ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ୍ କରିଥିଲା। ଋଷ ଆଇନ ଅନୁସାରେ ଏହି ସଂଗଠନ ସହିତ କୌଣସି ପ୍ରକାର ସମ୍ପର୍କ ସ୍ଥପାନ କରିବା ଦଣ୍ଡନୀୟ ଅପରାଧ ଥିଲା। ହେଲେ ଏବେ ସମ୍ପର୍କ ଧୀରେ ଧୀରେ ସୁଧୁରିବାରେ ଲାଗିଛି। କାରଣ ତାଲିବାନ ୨୦୨୧ ଅଗଷ୍ଟ ଠାରୁ ଆଫଗାନିସ୍ତାନରେ ସରକାରରେ ରହିଛି। ତେଣୁ ଋଷ ଏବେ ତାଲିବାନ ସହିତ ସମ୍ପର୍କ ସୁଧାର କରିବା ମଧ୍ୟପ୍ରାଚ୍ୟରେ ତାର ପତିଆରା ବିସ୍ତାର କରିବାକୁ ଯୋଜନା କରୁଥିବା କୁହାଯାଉଛି।ପଢ଼ନ୍ତୁ- ପୁଣି ଭାରତୀୟ ଓ ହିନ୍ଦୁଙ୍କ ଉପରେ ପାକ୍ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ, ପୁରା ଦେଶରେ ହଲ୍‌ଚଲ୍‌ବର୍ତ୍ତମାନ ତାଲିବାନ ସରକାରଙ୍କୁ ବର୍ତ୍ତମାନ କୌଣସି ଦେଶ ସ୍ୱୀକୃତି ଦେଇ ନାହାନ୍ତି। କିନ୍ତୁ ରୁଷ ଧୀରେ ଧୀରେ ତାଲିବାନ ସହିତ ସମ୍ପର୍କ ଗଢ଼ୁଛି। ଗତବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼ିବାରେ ତାଲିବାନ ଏବେ ଏକ ସହଯୋଗୀ ପାଲଟିଛି। ଆଉ ଏକ କଥା ହେଲା ଋଷରେ ଇସ୍‌ଲାମିକ ଆତଙ୍କବାଦୀ ଆକ୍ରମଣ ଆଶଙ୍କ

ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଲା ଋଷ: ଆଶ୍ଚର୍ଯ୍ୟ ପଶ୍ଚିମ ଦେଶ

ମସ୍କୋତାଲିବାନ ଉପରେ ଲାଗିଥିବା ବ୍ୟାନ୍‌କୁ ହଟାଇଲା ଋଷିଆ। ଗୁରୁବାର ରୁଷର ସୁପ୍ରିମକୋର୍ଟ ପବ୍ଲିକ ପ୍ରସିକ୍ୟୁଟର ଜେନେରାଲଙ୍କ ଅନୁରୋଧ ପରେ ଦେଶରେ ତାଲିବାନ ଉପରେ ଲଗାଯାଇଥିବା ବ୍ୟାନକୁ ନିଲମ୍ବିତ କରିଛନ୍ତି। ପାଖାପାଖି ଦୁଇ ଦଶନ୍ଧୀ ପରେ ତାଲିବାନ ଉପରେ ବ୍ୟାନ୍ ହଟାଇଛି ଋଷ। ଋଷର ଏଭଳି ପଦକ୍ଷେପ ବିଶ୍ୱକୁ ଚକ୍କିତ କରିଛି। 
ଋଷ ତାଲିବାନକୁ ୨୦୦୩ ମସିହାରେ ଆତଙ୍କବାଦୀ ସଂଗଠନ ତାଲିକାରେ ସାମିଲ୍ କରିଥିଲା। ଋଷ ଆଇନ ଅନୁସାରେ ଏହି ସଂଗଠନ ସହିତ କୌଣସି ପ୍ରକାର ସମ୍ପର୍କ ସ୍ଥପାନ କରିବା ଦଣ୍ଡନୀୟ ଅପରାଧ ଥିଲା। ହେଲେ ଏବେ ସମ୍ପର୍କ ଧୀରେ ଧୀରେ ସୁଧୁରିବାରେ ଲାଗିଛି। କାରଣ ତାଲିବାନ ୨୦୨୧ ଅଗଷ୍ଟ ଠାରୁ ଆଫଗାନିସ୍ତାନରେ ସରକାରରେ ରହିଛି। ତେଣୁ ଋଷ ଏବେ ତାଲିବାନ ସହିତ ସମ୍ପର୍କ ସୁଧାର କରିବା ମଧ୍ୟପ୍ରାଚ୍ୟରେ ତାର ପତିଆରା ବିସ୍ତାର କରିବାକୁ ଯୋଜନା କରୁଥିବା କୁହାଯାଉଛି।

ପଢ଼ନ୍ତୁ- ପୁଣି ଭାରତୀୟ ଓ ହିନ୍ଦୁଙ୍କ ଉପରେ ପାକ୍ ସେନା ମୁଖ୍ୟଙ୍କ ବିବାଦୀୟ ବୟାନ, ପୁରା ଦେଶରେ ହଲ୍‌ଚଲ୍‌

ବର୍ତ୍ତମାନ ତାଲିବାନ ସରକାରଙ୍କୁ ବର୍ତ୍ତମାନ କୌଣସି ଦେଶ ସ୍ୱୀକୃତି ଦେଇ ନାହାନ୍ତି। କିନ୍ତୁ ରୁଷ ଧୀରେ ଧୀରେ ତାଲିବାନ ସହିତ ସମ୍ପର୍କ ଗଢ଼ୁଛି। ଗତବର୍ଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼ିବାରେ ତାଲିବାନ ଏବେ ଏକ ସହଯୋଗୀ ପାଲଟିଛି। ଆଉ ଏକ କଥା ହେଲା ଋଷରେ ଇସ୍‌ଲାମିକ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ବଢ଼ିଛି। ଆଫଗାନିସ୍ତାନରୁ ମଧ୍ୟପ୍ରାଚ୍ୟ ପର୍ଯ୍ୟନ୍ତ ବିଭିନ୍ନ ଦେଶରେ ଅବସ୍ଥିତ ଇସଲାମିକ ଆତଙ୍କବାଦୀ ଗୋଷ୍ଠୀଗୁଡ଼ି ଋଷ ପାଇଁ ବିପଦ ସୃଷ୍ଟି କରୁଚନ୍ତି। ତେଣୁ ପୁଟିନ ତାଲିବାନ ସହିତ ମିଶି ଏହାର ସଫେଇ ପାଇଁ କାମ କରିବାକୁ ଚାହୁଁଛନ୍ତି। 

ମାର୍ଚ୍ଚ ୨୦୨୪ରେ, ମସ୍କୋ ବାହାରେ ଏକ କନସର୍ଟ ହଲରେ କିଛି ଇସ୍ଲାମିକ ଷ୍ଟେର୍ ଖୁରାସାନର ଆତଙ୍କବାଦୀ ଆଖିବୁଜା ଗୁଳିମାଡ଼ କରିଥିଲେ। ଯେଉଁଥିରେ ୧୪୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଆମେରିକା ଗୁଇନ୍ଦା କହିଥିଲା ଯେ ଆଫଗାନିସ୍ତାନରେ ଥିବା ଇସଲାମିକ୍ ଷ୍ଟେଟ୍ ଖୋରାସାନ୍ (ISIS-K)ର ଏକ ଶାଖା ଆକ୍ରମଣ କରିଚି। ଅନ୍ୟପଟେ ତାଲିବାନ କହିଛି ଯେ ଏହା ଆଫଗାନିସ୍ତାନରେ ଇସଲାମିକ୍ ଷ୍ଟେଟର ଉପସ୍ଥିତିକୁ ସମ୍ପୂର୍ଣ୍ଣ ଶେଷ କରିବାକୁ କାମ ଜାରି ରଖିଛି। ତେଣୁ ଋଷ ଏ ଦିଗରେ ତାଲିବାନ ସହିତ କାମ କରିବାକୁ ଇଚ୍ଛା ପ୍ରକାଶ କରିଛି।