ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜୀବନ, ୪ ଗୁରୁତର
ଜୟପୁର ୧୦।୦୪: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଗୁମୁରିଗୁଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଧନପୁର ବାଲିଯାତ୍ରାରୁ ବାଇକ୍ ଯୋଗେ ଫେରୁଥିଲେ । ହେଲେ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଦୁଇଟି ବାଇକ୍ରେ ୭ ଜଣ ବସି ଯାଉଥିଲେ । ହେଲେ ଗୁମୁରିଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ୪ ଜଣ ଗୁରୁତର ହୋଇଛନ୍ତି । ତେବେ ଦୁର୍ଘଟଣା ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତରଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତକ ମାନେ ହେଲେ ଧନପୁରର ପଦ୍ମନ ହରିଜନ, ଜୟନ୍ତଗିରିର ଗୋପାଳ ହରିଜନ। ଆଉ ଜଣେ ମୃତକ ମାଣ୍ଡାପଦର ଗାଁର ବୋଲି ଜଣାପଡିଛି।
ଜୟପୁର ୧୦।୦୪: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ଗୁମୁରିଗୁଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ ଧନପୁର ବାଲିଯାତ୍ରାରୁ ବାଇକ୍ ଯୋଗେ ଫେରୁଥିଲେ । ହେଲେ ଫେରିବା ବାଟରେ ଘଟିଲା ଦୁର୍ଘଟଣା । ଦୁଇଟି ବାଇକ୍ରେ ୭ ଜଣ ବସି ଯାଉଥିଲେ । ହେଲେ ଗୁମୁରିଗୁଡ଼ା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ୪ ଜଣ ଗୁରୁତର ହୋଇଛନ୍ତି ।
ତେବେ ଦୁର୍ଘଟଣା ସମୟରେ ପାଟ୍ରୋଲିଂ କରୁଥିବା ପୋଲିସ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ଜୟପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତରଙ୍କ ଚିକିତ୍ସା ଜାରି ରହିଥିବା ବେଳେ ମୃତକ ମାନେ ହେଲେ ଧନପୁରର ପଦ୍ମନ ହରିଜନ, ଜୟନ୍ତଗିରିର ଗୋପାଳ ହରିଜନ। ଆଉ ଜଣେ ମୃତକ ମାଣ୍ଡାପଦର ଗାଁର ବୋଲି ଜଣାପଡିଛି।