ଦୁଇ ବ୍ୟାଙ୍କ ବିରୋଧରେ RBIର ଆକ୍ସନ, ପିଏନବିକୁ ୧.୩୧ କୋଟି ଟଙ୍କା ଜରିମାନା, ଅନ୍ୟଟିର ଲାଇସେନ୍ସ ରଦ୍ଦ
ନୂଆଦିଲ୍ଲୀ: କର୍ଣ୍ଣାଟକ ସ୍ଥିତ ଶିମଶା ସହକାର ବ୍ୟାଙ୍କର ଆର୍ଥିତ ସ୍ଥିତିକୁ ଦେଖି ଏହାର ଲାଇସେନ୍ସକୁ ରଦ୍ଦ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଏକ ବୟାନରେ କହିଛି ଯେ ବ୍ୟାଙ୍କ ଜୁଲାଇ ପାଞ୍ଚର କାର୍ଯ୍ୟ ଅବଧି ଶେଷ ହେବା ପରେ ବ୍ୟାଙ୍କିଂ କାମ ବନ୍ଦ କରିଦେବ । କର୍ଣ୍ଣାଟକର ସମବାୟ ସମିତିର ରେଜିଷ୍ଟାରଙ୍କୁ ଏହି ସମବାୟ ବ୍ୟାଙ୍କୁ ବନ୍ଦ କରିବା ପାଇଁ ଆଦେଶ ଜାରି କରିବା ତଥା ବ୍ୟାଙ୍କ ପାଇଁ ପରିମାପକ ନିଯୁକ୍ତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ବ୍ୟାଙ୍କର ପ୍ରତ୍ୟେକ ଜମାକାରୀ ଜମା ବୀମା ଏବଂ ଋଣ ଗ୍ୟାରେଣ୍ଟି ନିଗମ (DICGC)ରୁ ନିଜ ଜମା ରାଶି ଉପରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଦାବି ରାଶି ପାଇବା ପାଇଁ ହକଦାର ହେବେ ।ଆରବିଆଇ କହିଛି ଯେ ଏହି ସମବାୟ ବ୍ୟାଙ୍କର ପ୍ରାୟ ୯୯.୯୬ ପ୍ରତିଶତ ଜମାକାରୀ DICGC ଅଧିନରେ ନିଜ ଜମା ରାଶିର ପୂରା ଟଙ୍କା ପାଇବା ପାଇଁ ହକଦାର ଅଟନ୍ତି । ଆରବିଆଇ କହିଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ଆୟର ସମ୍ଭାବନା ନାହିଁ ଏବଂ ଖୋଲା ରହିବା ଏହାର ଜମାକାରୀଙ୍କ ହିତ ପାଇଁ ହାନିକାରକ ହେବ । ବୟାନ ଅନୁସାରେ, ବ୍ୟାଙ୍କର ବର୍ତ୍ତମାନର ଆର୍ଥିକ ସ୍ଥିତି କାରଣରୁ ବ୍ୟାଙ୍କ ନିଜ ଜମାକାରୀକୁ ପୂର୍ଣ୍ଣ ପୈଇଠ ପାଇ ଅସମର୍ଥ ଅଟେ ।ସେପଟେ ଆରବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉପରେ ୧.୩ କୋଟି ଟଙ୍କା ଜରିମାନା ଲଗାଇଛି । କେୱାଇସି ଏବଂ ଋଣ ଏବଂ ଅଗ୍ରୀମ ସହ ଜଡ଼ିତ କିଛି ନିର୍ଦ୍
ନୂଆଦିଲ୍ଲୀ: କର୍ଣ୍ଣାଟକ ସ୍ଥିତ ଶିମଶା ସହକାର ବ୍ୟାଙ୍କର ଆର୍ଥିତ ସ୍ଥିତିକୁ ଦେଖି ଏହାର ଲାଇସେନ୍ସକୁ ରଦ୍ଦ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଆରବିଆଇ ଏକ ବୟାନରେ କହିଛି ଯେ ବ୍ୟାଙ୍କ ଜୁଲାଇ ପାଞ୍ଚର କାର୍ଯ୍ୟ ଅବଧି ଶେଷ ହେବା ପରେ ବ୍ୟାଙ୍କିଂ କାମ ବନ୍ଦ କରିଦେବ । କର୍ଣ୍ଣାଟକର ସମବାୟ ସମିତିର ରେଜିଷ୍ଟାରଙ୍କୁ ଏହି ସମବାୟ ବ୍ୟାଙ୍କୁ ବନ୍ଦ କରିବା ପାଇଁ ଆଦେଶ ଜାରି କରିବା ତଥା ବ୍ୟାଙ୍କ ପାଇଁ ପରିମାପକ ନିଯୁକ୍ତ କରିବା ପାଇଁ ମଧ୍ୟ ଅନୁରୋଧ କରାଯାଇଛି । ଏହି ବ୍ୟାଙ୍କର ପ୍ରତ୍ୟେକ ଜମାକାରୀ ଜମା ବୀମା ଏବଂ ଋଣ ଗ୍ୟାରେଣ୍ଟି ନିଗମ (DICGC)ରୁ ନିଜ ଜମା ରାଶି ଉପରେ ପାଞ୍ଚ ଲକ୍ଷ ଟଙ୍କା ଯାଏ ଦାବି ରାଶି ପାଇବା ପାଇଁ ହକଦାର ହେବେ ।
ଆରବିଆଇ କହିଛି ଯେ ଏହି ସମବାୟ ବ୍ୟାଙ୍କର ପ୍ରାୟ ୯୯.୯୬ ପ୍ରତିଶତ ଜମାକାରୀ DICGC ଅଧିନରେ ନିଜ ଜମା ରାଶିର ପୂରା ଟଙ୍କା ପାଇବା ପାଇଁ ହକଦାର ଅଟନ୍ତି । ଆରବିଆଇ କହିଛି ଯେ ବ୍ୟାଙ୍କ ପାଖରେ ପର୍ଯ୍ୟାପ୍ତ ପୁଞ୍ଜି ଏବଂ ଆୟର ସମ୍ଭାବନା ନାହିଁ ଏବଂ ଖୋଲା ରହିବା ଏହାର ଜମାକାରୀଙ୍କ ହିତ ପାଇଁ ହାନିକାରକ ହେବ । ବୟାନ ଅନୁସାରେ, ବ୍ୟାଙ୍କର ବର୍ତ୍ତମାନର ଆର୍ଥିକ ସ୍ଥିତି କାରଣରୁ ବ୍ୟାଙ୍କ ନିଜ ଜମାକାରୀକୁ ପୂର୍ଣ୍ଣ ପୈଇଠ ପାଇ ଅସମର୍ଥ ଅଟେ ।
ସେପଟେ ଆରବିଆଇ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଉପରେ ୧.୩ କୋଟି ଟଙ୍କା ଜରିମାନା ଲଗାଇଛି । କେୱାଇସି ଏବଂ ଋଣ ଏବଂ ଅଗ୍ରୀମ ସହ ଜଡ଼ିତ କିଛି ନିର୍ଦ୍ଦେଶ ପାଳନ ନକରିବା ପାଇଁ ବିଏନବି ଉପରେ ଏହି ଜରିମାନା ଲାଗୁ କରାଯାଇଛି ।