ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୭।୧୨: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ ।   ତାଙ୍କ ଉଦାର ଅର୍ଥନୈତିକ ନୀତି ଭାରତକୁ ବିଶ୍ୱର ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲା । ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶକୁ ସେ ତ୍ୱରାନ୍ୱିତ କରିଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ଯୋଗୁଁ ରାଜନୀତି କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ପୂର୍ବତନ ବିଧାୟକ ନାଉରୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।You Can Read:ଛେଳି ଉପରେ ବସ୍ ଚଢାଇଦେଲା ମଦ୍ୟପ ଡ୍ରାଇଭର, ବସ୍ ଅଟକାଇ ଡ୍ରାଇଭରକୁ ପୋଲିସ ଜିମାଦେଲେ ଲୋକେ

ଲୋକସେବା ଭବନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ୨୭।୧୨: ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ମନମୋହନ ସିଂହଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଗଣମାଧ୍ୟମକୁ ବିବୃତ୍ତି ଦେଇ କହିଥିଲେ ଯେ, ଦେଶର ମହାନ୍ ବରପୁତ୍ର ଡଃ ମନମୋହନ ସିଂହଙ୍କ ବିୟୋଗ ଅତ୍ୟନ୍ତ ଦୁଃଖଦାୟକ । ଅର୍ଥନୀତି କ୍ଷେତ୍ରରେ ତାଙ୍କ ଜ୍ଞାନ ଓ ଦକ୍ଷତା ପାଇଁ ସାରା ବିଶ୍ୱରେ ସେ ପ୍ରସିଦ୍ଧି ଅର୍ଜନ କରିଥିଲେ ।   ତାଙ୍କ ଉଦାର ଅର୍ଥନୈତିକ ନୀତି ଭାରତକୁ ବିଶ୍ୱର ଅର୍ଥନୀତି କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନରେ ପହଞ୍ଚାଇଥିଲା । ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶକୁ ସେ ତ୍ୱରାନ୍ୱିତ କରିଥିଲେ । ତାଙ୍କର ଜ୍ଞାନ, ଭଦ୍ରତା, ସାଧୁତା ଓ ଅମାୟିକ ସ୍ୱଭାବ ଯୋଗୁଁ ରାଜନୀତି କ୍ଷେତ୍ରରେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଥିଲା । 

ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ, ପୂର୍ବତନ ବିଧାୟକ ନାଉରୀ ନାୟକ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ମଧ୍ୟ ସ୍ୱର୍ଗତ ସିଂହଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

You Can Read:

ଛେଳି ଉପରେ ବସ୍ ଚଢାଇଦେଲା ମଦ୍ୟପ ଡ୍ରାଇଭର, ବସ୍ ଅଟକାଇ ଡ୍ରାଇଭରକୁ ପୋଲିସ ଜିମାଦେଲେ ଲୋକେ