ଦୁଇ ସନ୍ତାନ, ସ୍ବାମୀଙ୍କ ଆଖି ସାମ୍ନାରେ ବାଇକ୍ରୁ ଖସି ଚାଲିଗଲା ସ୍ତ୍ରୀଙ୍କ ଜୀବନ
ପଟ୍ଟାଙ୍ଗି,୭ା୮(ଶରତ ଧଳ): ଦୁଇ ସନ୍ତାନ ଏବଂ ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦିଲି ନିକଟସ୍ଥ ଟାଙ୍ଗିଣି ଛକ ତଥା ଜାତୀୟ ରାଜପଥର ଏକ ବୁଲାଣିଆ ରାସ୍ତାରେ ମୋଟରସାଇକେଲରୁ ଖସି ଜି.ପ୍ରମିଳା ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୂଚନାନୁଯାୟୀ, ଜୟପୁରର ସେକେଣ୍ଡ ଡେଲି ମାର୍କେଟ ଅଞ୍ଚଳର ଜଗଦୀଶ କୁମାର ନିଜ ମୋଟରସାଇକେଲ ନଂ ଓଡି ୧୦ କ୍ୟୁ […] The post ଦୁଇ ସନ୍ତାନ, ସ୍ବାମୀଙ୍କ ଆଖି ସାମ୍ନାରେ ବାଇକ୍ରୁ ଖସି ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.
ପଟ୍ଟାଙ୍ଗି,୭ା୮(ଶରତ ଧଳ): ଦୁଇ ସନ୍ତାନ ଏବଂ ସ୍ବାମୀଙ୍କ ଆଖି ଆଗରେ ସ୍ତ୍ରୀଙ୍କ ଜୀବନ ଚାଲିଯାଇଛି। ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦିଲି ନିକଟସ୍ଥ ଟାଙ୍ଗିଣି ଛକ ତଥା ଜାତୀୟ ରାଜପଥର ଏକ ବୁଲାଣିଆ ରାସ୍ତାରେ ମୋଟରସାଇକେଲରୁ ଖସି ଜି.ପ୍ରମିଳା ନାମକ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ସୂଚନାନୁଯାୟୀ, ଜୟପୁରର ସେକେଣ୍ଡ ଡେଲି ମାର୍କେଟ ଅଞ୍ଚଳର ଜଗଦୀଶ କୁମାର ନିଜ ମୋଟରସାଇକେଲ ନଂ ଓଡି ୧୦ କ୍ୟୁ ୬୦୮୧ ଯୋଗେ ଆନ୍ଧ୍ର ରାଜ୍ୟର ପାର୍ବତୀପୁରମ ଯାଇ ବୁଧବାର ନିଜ ଗ୍ରାମ ଜୟପୁରକୁ ସ୍ତ୍ରୀ, ୫ ବର୍ଷର ଝିଅ ଏବଂ ବର୍ଷକର ଝିଅ ସହ ଫେରୁଥିବା ସମୟରେ ଉପରୋକ୍ତ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇବା ଫଳରେ ସ୍ତ୍ରୀ ଜି. ପ୍ରମିଳା ଖସି ପଡ଼ିଥିଲେ। ଯାହା ଦ୍ୱାରା ଘଟଣାସ୍ଥଳରେ ସ୍ବାମୀ ଏବଂ ଦୁଇ ସନ୍ତାନଙ୍କ ସମୁଖରେ ପ୍ରମିଳାଙ୍କ ଜୀବନ ଚାଲିଯାଇଥିଲା। ଏହି ସମୟରେ ପଛରେ ଆସୁଥିବା ଅନ୍ୟ ସମ୍ପର୍କୀୟ ଘଟଣାସ୍ଥଳରୁ ପ୍ରମିଳା ଏବଂ ଦୁଇ ସନ୍ତାନ ଓ ସ୍ବାମୀ ଜଗଦୀଶ କୁମାରଙ୍କୁ ଉଦ୍ଧାର କରି ପଟ୍ଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ରାତି ହୋଇଯାଇଥିବାରୁ ମୃତଦେହ ବ୍ୟବଚ୍ଛେଦ ହୋଇିପାରିନାହିଁ। ଖବର ପାଇ ସ୍ଥାନୀୟ ପୋଲିସ ଏଏସ୍ ଆଇ ନରସିଂହ ଦୋରା ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ପୂର୍ବକ ତଦନ୍ତ ଆରମ୍ଭ କରିଛନ୍ତି।
The post ଦୁଇ ସନ୍ତାନ, ସ୍ବାମୀଙ୍କ ଆଖି ସାମ୍ନାରେ ବାଇକ୍ରୁ ଖସି ଚାଲିଗଲା ସ୍ତ୍ରୀଙ୍କ ଜୀବନ appeared first on Dharitri Odia News.