ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ

ଅହମ୍ମଦାବାଦ: ଗୁରୁବାର ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଗୁଜୁରାଟ ବିଜେପି ସଭାପତି ସି.ଆର. ପାଟିଲ ଏହା ସ୍ପଷ୍ଟ କରିଛନ୍ତି। ରୁପାନୀ ତାଙ୍କ ଝିଅକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ଦୁର୍ଘଟଣାର ଖବର ପାଇବା ପରେ ରୂପାନୀଙ୍କ ଘରେ ଶୋକ ଖେଳିଯାଇଥିଲା। ପୂର୍ବରୁ ରୁପାନୀଙ୍କର ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ଯେଉଁଥିରେ ସେ ବିମାନରେ ବସିଥିବାର ଦେଖାଯାଇଥିଲା। ସି.ଆର. ପାଟିଲ […] The post ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ appeared first on Odisha.News.

ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ

ଅହମ୍ମଦାବାଦ: ଗୁରୁବାର ଦିନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମଧ୍ୟ ମୃତ୍ୟୁ ଘଟିଛି। ଗୁଜୁରାଟ ବିଜେପି ସଭାପତି ସି.ଆର. ପାଟିଲ ଏହା ସ୍ପଷ୍ଟ କରିଛନ୍ତି। ରୁପାନୀ ତାଙ୍କ ଝିଅକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ଦୁର୍ଘଟଣାର ଖବର ପାଇବା ପରେ ରୂପାନୀଙ୍କ ଘରେ ଶୋକ ଖେଳିଯାଇଥିଲା।

ପୂର୍ବରୁ ରୁପାନୀଙ୍କର ଆଉ ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିଲା, ଯେଉଁଥିରେ ସେ ବିମାନରେ ବସିଥିବାର ଦେଖାଯାଇଥିଲା। ସି.ଆର. ପାଟିଲ କହିଛନ୍ତି, ଆମର ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପାନୀ ଏହି ବିମାନରେ ତାଙ୍କ ପରିବାରକୁ ଭେଟିବାକୁ ଲଣ୍ଡନ ଯାଉଥିଲେ। ସେ ମଧ୍ୟ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ।

ସେ ଆହୁରି କହିଛନ୍ତି, ଏହି ଦୁର୍ଘଟଣା ଏତେ ବଡ଼ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଗୁଜୁରାଟରେ ପହଞ୍ଚିଛନ୍ତି। ସେ ଯାହା କରିପାରିବେ, ଏଠାକୁ ଆସି ତାହା କରିବେ। ତେବେ ରୂପାନୀଙ୍କ ବୟସ ୬୮ ବର୍ଷ ଥିଲା। ସେ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ରୂପାନୀ ଜୁଲାଇ ୨୦୦୬ ରୁ ୨୦୧୨ ମଧ୍ୟରେ ରାଜ୍ୟସଭା ସଦସ୍ୟ ଥିଲେ।

The post ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନିଧନ appeared first on Odisha.News.