ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ
ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲା କାର୍ଯ୍ୟଳୟକୁ ନେଇଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ତହସିଲ ଅମିନ ଉମାକାନ୍ତ ଏକ ଜମି ବାଡି ମାପଚୁପକୁ ନେଇ କିଆରବାଙ୍କ ଗ୍ରାମର ମାନିଆ ବିଶ୍ବାଳଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଳେ ତହସିଲ ଅଫିସ ପଛ ପଟେ ଛକି […] The post ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ appeared first on Dharitri Odia News.
ମହାକାଳପଡ଼ା,୧୫।୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ତହସିଲ ଅଫିସ ଅମିନ ଉମାକାନ୍ତ ବେହେରା ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜିଲା ଭିଜିଲାନ୍ସ ଟିମ ଅମିନଙ୍କୁ ଉଠାଇ ଜିଲା କାର୍ଯ୍ୟଳୟକୁ ନେଇଛି। ମିଳିଥିବା ସୂଚନା ଅନୁସାରେ, ବୁଧବାର ପୂର୍ବାହ୍ନରେ ତହସିଲ ଅମିନ ଉମାକାନ୍ତ ଏକ ଜମି ବାଡି ମାପଚୁପକୁ ନେଇ କିଆରବାଙ୍କ ଗ୍ରାମର ମାନିଆ ବିଶ୍ବାଳଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେବାବେଳେ ବେଳେ ତହସିଲ ଅଫିସ ପଛ ପଟେ ଛକି ରହିଥିବା ଜିଲା ଭିଜିଲାନ୍ସ ଟିମ ଘଟଣାସ୍ଥଳରେ ଅମିନ ଉମାକାନ୍ତଙ୍କଠାରୁ ରେଡ ହ୍ୟାଣ୍ଡରେ ଟଙ୍କା ଜବତ କରିଛି। ପରେ ଉମାକାନ୍ତଙ୍କୁ ପଚରାଉଚରା କରିବା ସହ ଜିଲା ଅଫିସକୁ ନେଇଥିବା ସୁଚନା ମିଳିଛି। ଭିଜିଲାନ୍ସ ଟିମ ଚଢ଼ାଉ ସଂକ୍ରାନ୍ତରେ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀଙ୍କ ମତାମତ ମିଳିପାରିନାହିଁ। ଅଧିକ ତଦନ୍ତ ଭିଜିଲାନ୍ସ ଟିମ ତଦନ୍ତ ଚଳାଇଛି ବୋଲି କୁହାଯାଇଛି।
The post ଦୁଇ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଅମିନ appeared first on Dharitri Odia News.