ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି XPulse 210, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଏବଂ ପ୍ରାଇସ୍
Hero MotoCorp ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ XPulse 210 କୁ ଲଞ୍ଚ କରିଛି । ଏହାକୁ ଦୁଇଟି ଭ୍ୟାରିଆଣ୍ଟରେ ଅଣାଯାଇଛି, ଯାହା ବେସ୍ ଏବଂ ଟପ୍ ମଡେଲ୍ ହୋଇଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୭୫,୮୦୦ ଟଙ୍କା ଥିବାବେଳେ ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୮୫, ୮୦୦ ଟଙ୍କା ରହିଛି । ଏହି ଦୁଇଟି ଭ୍ୟାରିଆଣ୍ଟର ମୂଲ୍ୟରେ ୧୦ ହଜାରର ପାର୍ଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା XPulse 210 ର ବେସ୍ […] The post ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି XPulse 210, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଏବଂ ପ୍ରାଇସ୍ appeared first on KNews Odisha.

Hero MotoCorp ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋରେ XPulse 210 କୁ ଲଞ୍ଚ କରିଛି । ଏହାକୁ ଦୁଇଟି ଭ୍ୟାରିଆଣ୍ଟରେ ଅଣାଯାଇଛି, ଯାହା ବେସ୍ ଏବଂ ଟପ୍ ମଡେଲ୍ ହୋଇଛି । ଏହାର ବେସ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୭୫,୮୦୦ ଟଙ୍କା ଥିବାବେଳେ ଏହାର ଟପ୍ ଭ୍ୟାରିଆଣ୍ଟର ପ୍ରାଇସ୍ ୧,୮୫, ୮୦୦ ଟଙ୍କା ରହିଛି । ଏହି ଦୁଇଟି ଭ୍ୟାରିଆଣ୍ଟର ମୂଲ୍ୟରେ ୧୦ ହଜାରର ପାର୍ଥକ୍ୟ ରହିଛି । ତେବେ ଆସନ୍ତୁ ଜାଣିବା XPulse 210 ର ବେସ୍ ଏବଂ ଟପ୍ ମଡେଲ ଭିତରେ କ’ଣ ରହିଛି ପାର୍ଥକ୍ୟ ?
ଡିଜାଇନ୍ :
XPulse 210 ର ଦୁଇଟି ଭ୍ୟାରିଆଣ୍ଟକୁ ସମାନ ଡଜାଇନ୍ ଦିଆଯାଇଛି, ଏଥିରେ ଅଳ୍ପ ମାତ୍ରାରେ ପାର୍ଥକ୍ୟ ରହିଛି । ଏହାର ବେସ୍ ଭ୍ୟାରିଆଣ୍ଟକୁ ଦୁଇଟି କଲର ଅପ୍ସନରେ ଅଣାଯାଇଛି, ଯାହା Wild Red ଏବଂ Glacier White ରହିଛି । ଏହାର ଟପ୍ ଭ୍ୟାରିଆଣ୍ଟରେ ମଧ୍ୟ ଦୁଇଟି କଲର ସ୍କିମ୍ ଦିଆଯାଇଛି ଯାହା ରହିଛି- Azure Blue ଏବଂ Alpine Silver । ଏହା ବ୍ୟତୀତ ଟପ୍ ଭ୍ୟାରିଆଣ୍ଟରେ ଉନ୍ନତ wind protection ପାଇଁ long windscreen ଦିଆଯାଇଛି । ଏଥି ସହ ବେସ୍ ଭ୍ୟାରିଆଣ୍ଟରେ small flyscreen ରହିଛି ।
ଫିଚର୍ସ :
• XPulse 210 ର ଟପ୍ ଭ୍ୟାରିଆଣ୍ଟରେ TFT ଡିସପ୍ଲେ ଦିଆଯାଇଛି । ଏହା ସହ ବେସ୍ ଭ୍ୟାରିଆଣ୍ଟରେ LCD ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ସାମିଲ କରାଯାଇଛି ।
• ଟପ୍ ଭ୍ୟାରିଆଣ୍ଟରେ ତିନୋଟି ରାଇଡିଂ ମୋଡ୍ ରହିଛି ଯାହା ରହିଛି- Road, Off-road ଏବଂ Rally । ଏଥି ସହ ବେସ୍ ଭ୍ୟାରିଆଣ୍ଟରେ କୌଣସି ଡ୍ରିଇଭିଂ ମୋଡ୍ ଦିଆଯାଇ ନାହିଁ । ଏଥିରେ କେବଳ ସିଙ୍ଗଲ-ଚ୍ୟାନେଲ୍ ABS ଅଛି ।
• ଏହାର ଟପ୍ ଭ୍ୟାରିଆଣ୍ଟରେ ନକ୍ସଲ ଗାର୍ଡ ଏବଂ ରିୟରରେ ଲଗେଜ୍ ମାଉଣ୍ଟିଂ ପ୍ଲେଟ୍ ଦିଆଯାଇଥିବାବେଳେ ଏହାର ବେସ୍ ଭ୍ୟାରିଆଣ୍ଟରେ କିଛି ଦିଆଯାଇ ନାହିଁ ।
Dimensions :
XPulse 210 ର ବେସ୍ ଭ୍ୟାରିଆଣ୍ଟ ୧୬୮ କିଲୋଗ୍ରାମ୍ ହୋଇଥିବାବେଳେ ଏହାର ଟପ୍ ଭ୍ୟାରିଆଣ୍ଟର ଓଜନ ୧୭୦ କିଲୋଗ୍ରାମ ରହିଛି । ଏହାର ଦୁଇଟି ଭ୍ୟାରିଆଣ୍ଟରେ ୨୧୦ mm travel ସହିତ ୧୦-ଷ୍ଟେପ୍ ପ୍ରି-ଲୋଡ୍ ଆଡଜେଷ୍ଟେବଲ୍ ମୋନୋଶକ୍ ରହିଛି ଏବଂ ଉଭୟରେ ଡିସ୍କ ବ୍ରେକ୍ ମଧ୍ୟ ରହିଛି । ଏହାର ସିଟର ଉଚ୍ଚତା ୮୩୦ mm ଏବଂ ଗ୍ରାଉଣ୍ଡ କ୍ଲିୟରାନ୍ସ ୨୨୦ mm ରହିଛି ।
Engine :
Hero XPulse 210 ର ଉଭୟ ଭ୍ୟାରିଆଣ୍ଟରେ ୨୧୦ cc ସିଙ୍ଗଲ-ସିଲିଣ୍ଡର, ଲିକ୍ୟୁଡ୍-କୁଲ୍ଡ ଇଞ୍ଜିନର ବ୍ୟବହାର କରାଯାଇଛି । ଏହି ଇଞ୍ଜିନ୍ ୨୪.୬ PS ର ପାୱାର ଏବଂ ୨୦.୭ Nm ର ଟର୍କ ଜେନେରେଟ୍ କରିଥାଏ । ଏହାର ଇଞ୍ଜିନରେ ୬-ସ୍ପିଡ୍ ଗିୟରବକ୍ସ ଏବଂ ସ୍ଲିପର କ୍ଲଚ୍ ସହିତ ଆଡ୍ କରାଯାଇଛି । ଅଫ୍-ରୋଡ୍ ପାଇଁ ଏହି ବାଇକ୍ ରି-ଟ୍ୟୁନ୍ କରାଯାଇଛି ।
The post ଦୁଇଟି ଭ୍ୟାରିଆଣ୍ଟରେ ଲଞ୍ଚ ହୋଇଛି XPulse 210, ଜାଣନ୍ତୁ ଏହାର ଦମଦାର୍ ଫିଚର୍ସ ଏବଂ ପ୍ରାଇସ୍ appeared first on KNews Odisha.