ଦୁଇମାସ ହେଲା ବନ୍ଦ ବାର୍ଦ୍ଧକ୍ୟ ଭତ୍ତା, ଉପ ଜିଲ୍ଲାପାଳ ଓ ବିଡିଓଙ୍କୁ ଭେଟି ଦାବିପତ୍ର ଦେଲେ ହିତାଧିକାରୀ

ଆଠଗଡ଼: ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ କଟକ ଜିଲ୍ଲା ଆଠଗଡ଼ ବ୍ଲକର କୁମାରପୁର ପଞ୍ଚାୟତର ଶତାଧିକ ହିତାଧିକାରୀ। ଭୋଟ ପରିଚୟ ପତ୍ରରେ ବୟସ ଭୁଲଥିବାରୁ ଡାକ୍ତରୀ ସାର୍ଟିଫିକେଟ୍‌ ଜରିଆରେ ଭତ୍ତା ପାଉଥିଲେ। ହେଲେ ଦୁଇ ମାସ ହେବ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୟସ ହୋଇନଥିବା ଦର୍ଶାଇ ଭତ୍ତା ଟଙ୍କା ବନ୍ଦ କରାଯାଇଛି। ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଆଠଗଡ଼ ବିଡିଓଙ୍କୁ ଭେଟି ଭତ୍ତା ପାଇବା ପାଇଁ ନିବେଦନ କରିଛନ୍ତି ହିତାଧିକାରୀ।ସୂଚନାଥାଉକି, କୁମାରପୁର ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଅଧିବାସୀମାନେ ବିଶେଷ କରି ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥାନ୍ତି। ତେଣୁ ତୁରନ୍ତ ତଦନ୍ତ କରାଯାଇ ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ଆଠଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଏକ ଡାକ୍ତରୀ ଟିମ୍ ପଠାଯାଇ ତଦନ୍ତ ପରେ ଭତ୍ତା ଟଙ୍କା ପୂର୍ବ ପରି ମିଳିବ ବୋଲି ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ କହିଛନ୍ତି।

ଦୁଇମାସ ହେଲା ବନ୍ଦ ବାର୍ଦ୍ଧକ୍ୟ ଭତ୍ତା, ଉପ ଜିଲ୍ଲାପାଳ ଓ ବିଡିଓଙ୍କୁ ଭେଟି ଦାବିପତ୍ର ଦେଲେ ହିତାଧିକାରୀ

ଆଠଗଡ଼: ଦୁଇ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ କଟକ ଜିଲ୍ଲା ଆଠଗଡ଼ ବ୍ଲକର କୁମାରପୁର ପଞ୍ଚାୟତର ଶତାଧିକ ହିତାଧିକାରୀ। ଭୋଟ ପରିଚୟ ପତ୍ରରେ ବୟସ ଭୁଲଥିବାରୁ ଡାକ୍ତରୀ ସାର୍ଟିଫିକେଟ୍‌ ଜରିଆରେ ଭତ୍ତା ପାଉଥିଲେ। ହେଲେ ଦୁଇ ମାସ ହେବ ପ୍ରଶାସନ ପକ୍ଷରୁ ସେମାନଙ୍କୁ ବୟସ ହୋଇନଥିବା ଦର୍ଶାଇ ଭତ୍ତା ଟଙ୍କା ବନ୍ଦ କରାଯାଇଛି। ଯାହାକୁ ନେଇ ଚିନ୍ତାରେ ହିତାଧିକାରୀ। ତେଣୁ ଏହି ସମସ୍ୟାର ସମାଧାନ କରିବା ପାଇଁ ଆଠଗଡ଼ ବିଡିଓଙ୍କୁ ଭେଟି ଭତ୍ତା ପାଇବା ପାଇଁ ନିବେଦନ କରିଛନ୍ତି ହିତାଧିକାରୀ।

ସୂଚନାଥାଉକି, କୁମାରପୁର ପଞ୍ଚାୟତ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠିକାର ଅଧିବାସୀମାନେ ବିଶେଷ କରି ଆର୍ଥିକ ଅନଗ୍ରସର ଶ୍ରେଣୀର ହୋଇଥାନ୍ତି। ତେଣୁ ତୁରନ୍ତ ତଦନ୍ତ କରାଯାଇ ସେମାନଙ୍କୁ ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ହିତାଧିକାରୀମାନେ ଆଠଗଡ଼ ଉପ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ସେପଟେ ଏକ ଡାକ୍ତରୀ ଟିମ୍ ପଠାଯାଇ ତଦନ୍ତ ପରେ ଭତ୍ତା ଟଙ୍କା ପୂର୍ବ ପରି ମିଳିବ ବୋଲି ଆଠଗଡ଼ ମଣ୍ଡଳ ଉନ୍ନୟନ ଅଧିକାରୀ କହିଛନ୍ତି।