ଦୁନିଆକୁ ଅଲ୍‌ବିଦା କଲେ ୨୦ ବର୍ଷିୟ ଘାତକ ସ୍ପିନର୍‌, ମୃତ୍ୟୁର ଦିନକ ପୂର୍ବରୁ ନେଇଥିଲେ ୩ ଓ୍ବିକେଟ୍‌

ନୂଆଦିଲ୍ଲୀ ୦୩।୦୫: ଇଂଲଣ୍ଡ କ୍ରିକେଟର ଜୋଶ୍‌ ବେକର। ମାତ୍ର ୨୦ ବର୍ଷ ବୟସରେ ଦୁନିଆକୁ କହିଛନ୍ତି ଅଲ୍‌ବିଦା । କାଉଣ୍ଟିଂ କ୍ରିକେଟରେ ୱର୍ସେଷ୍ଟେରେଶର୍ ପାଇଁ  ଖେଳୁଥିଲେ ବେକର୍। ମୃତ୍ୟୁର ଦିନକ ପୂର୍ବରୁ ସେ ନେଇଥିଲେ ୩ଟି ୱିକେଟ୍। ବେକରଙ୍କ ଟିମ୍‌ ତାଙ୍କ ପର୍ଫମାନ୍ସର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି। ସେ ଗୋଟିଏ ଇନିଂସରେ ୨୦ ଓଭର ବୋଲିଂ କରିଥିଲେ । ଏହି ସମୟରେ ୬୬ ରନ୍ ଦେଇ ନେଇଥିଲେ ୩ ୱିକେଟ୍ । ସେ ୪୭ ରନ ସ୍କୋରରେ ଥୋମାସଙ୍କୁ ଆଉଟ୍‌ କରିଥିଲେ।ବେକରଙ୍କ ମୃତ୍ୟୁ ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଦୁଃଖ ପ୍ରକାଶ କରିଛି। କାଉଣ୍ଟିଂ ଟିମ୍‌ ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ କରିଛି। ୱର୍ସେଷ୍ଟେରେଶର୍ ଟ୍ୱିଟରରେ ଲେଖିଛି: ୱର୍ସେଷ୍ଟେରେଶର୍ କାଉଣ୍ଟିଂ କ୍ରିକେଟ୍ କ୍ଲବ୍ ଏହି ଘୋଷଣା କରିବା ସହ ଅତ୍ୟନ୍ତ ଦୁଃଖିତ। ଜୋସ୍ ବେକରଙ୍କ ମାତ୍ର ୨୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଦୁଃଖ ସମୟରେ ଆମେ ସମସ୍ତେ ଜୋଶଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛୁ। ବେକରଙ୍କ କ୍ୟାରିଅର କଥା କହିବାକୁ ଗଲେ ସେ ଖୁବ୍‌ ପ୍ରଭାବଶାଳୀ ପ୍ଲେୟର।  ସେ ୨୨ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୪୩ ୱିକେଟ୍ ନେଇଛନ୍ତି । ଇନିଂସରେ ବେକରଙ୍କ ସର୍ବୋତ୍ତମ ପ୍ରଦର୍ଶନ ୫୧/୪। ସେ ୧୭ଟି ମ୍ୟାଚ୍‌ରେ ୨୪ଟି ଓ୍ବିକେଟ୍‌ ନେଇଛନ୍ତି । ଏହାସହିତ ବେକର ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେ ୮ଟି ମ୍ୟାଚରେ ୩ଟି ୱିକେଟ୍ ନେଇଥିଲେ। ଗୁରୁତ୍

ଦୁନିଆକୁ ଅଲ୍‌ବିଦା କଲେ ୨୦ ବର୍ଷିୟ ଘାତକ ସ୍ପିନର୍‌, ମୃତ୍ୟୁର ଦିନକ ପୂର୍ବରୁ ନେଇଥିଲେ ୩ ଓ୍ବିକେଟ୍‌

ନୂଆଦିଲ୍ଲୀ ୦୩।୦୫: ଇଂଲଣ୍ଡ କ୍ରିକେଟର ଜୋଶ୍‌ ବେକର। ମାତ୍ର ୨୦ ବର୍ଷ ବୟସରେ ଦୁନିଆକୁ କହିଛନ୍ତି ଅଲ୍‌ବିଦା । କାଉଣ୍ଟିଂ କ୍ରିକେଟରେ ୱର୍ସେଷ୍ଟେରେଶର୍ ପାଇଁ  ଖେଳୁଥିଲେ ବେକର୍। ମୃତ୍ୟୁର ଦିନକ ପୂର୍ବରୁ ସେ ନେଇଥିଲେ ୩ଟି ୱିକେଟ୍। ବେକରଙ୍କ ଟିମ୍‌ ତାଙ୍କ ପର୍ଫମାନ୍ସର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି। ସେ ଗୋଟିଏ ଇନିଂସରେ ୨୦ ଓଭର ବୋଲିଂ କରିଥିଲେ । ଏହି ସମୟରେ ୬୬ ରନ୍ ଦେଇ ନେଇଥିଲେ ୩ ୱିକେଟ୍ । ସେ ୪୭ ରନ ସ୍କୋରରେ ଥୋମାସଙ୍କୁ ଆଉଟ୍‌ କରିଥିଲେ।

ବେକରଙ୍କ ମୃତ୍ୟୁ ପରେ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ୍ ବୋର୍ଡ ଦୁଃଖ ପ୍ରକାଶ କରିଛି। କାଉଣ୍ଟିଂ ଟିମ୍‌ ସୋସିଆଲ ମିଡିଆ ଜରିଆରେ ଦୁଃଖ ପ୍ରକାଶ କରିଛି। ୱର୍ସେଷ୍ଟେରେଶର୍ ଟ୍ୱିଟରରେ ଲେଖିଛି: ୱର୍ସେଷ୍ଟେରେଶର୍ କାଉଣ୍ଟିଂ କ୍ରିକେଟ୍ କ୍ଲବ୍ ଏହି ଘୋଷଣା କରିବା ସହ ଅତ୍ୟନ୍ତ ଦୁଃଖିତ। ଜୋସ୍ ବେକରଙ୍କ ମାତ୍ର ୨୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ଏହି ଦୁଃଖ ସମୟରେ ଆମେ ସମସ୍ତେ ଜୋଶଙ୍କ ପରିବାର ପାଇଁ ପ୍ରାର୍ଥନା କରୁଛୁ। 

ବେକରଙ୍କ କ୍ୟାରିଅର କଥା କହିବାକୁ ଗଲେ ସେ ଖୁବ୍‌ ପ୍ରଭାବଶାଳୀ ପ୍ଲେୟର।  ସେ ୨୨ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୪୩ ୱିକେଟ୍ ନେଇଛନ୍ତି । ଇନିଂସରେ ବେକରଙ୍କ ସର୍ବୋତ୍ତମ ପ୍ରଦର୍ଶନ ୫୧/୪। ସେ ୧୭ଟି ମ୍ୟାଚ୍‌ରେ ୨୪ଟି ଓ୍ବିକେଟ୍‌ ନେଇଛନ୍ତି । ଏହାସହିତ ବେକର ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ସେ ୮ଟି ମ୍ୟାଚରେ ୩ଟି ୱିକେଟ୍ ନେଇଥିଲେ। 

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବେକର୍ ବୋଲିଂ ସହିତ ବ୍ୟାଟିଂରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଶ୍ରେଣୀ ମ୍ୟାଚରେ ୪୧୧ ରନ୍ ସଂଗ୍ରହ କରିଥିଲେ। ଏହି ଅବଧି ମଧ୍ୟରେ ତାଙ୍କର ନାଁରେ ୨ଟି ଅର୍ଦ୍ଧଶତକ ରହିଛି। ଜୋସ୍ ବେକର୍ ୨୦୨୧ରେ ପ୍ରଥମ ଶ୍ରେଣୀ କ୍ରିକେଟରେ ଡେବ୍ୟୁ କରିଥିଲେ । ସେ ଚଳିତ ବର୍ଷ ଲିଷ୍ଟ Aରେ ମଧ୍ୟ ଡେବ୍ୟୁ କରିଥିଲେ । ବେକର ୨୦୨୨ରେ ତାଙ୍କ କ୍ୟାରିୟରର ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ।