ଦାୟିତ୍ଵରୁ ହଟିଲେ ଆଉ ଜଣେ ସମ୍ପାଦକ, ବାହାର ଜିଲ୍ଲାରୁ ଆସିଲେ ୨୦ ମିଲର

ଭଦ୍ରକ ୦୬।୦୨ : ଦାୟିତ୍ୱରୁ ହଟିଲେ ଆଉ ଜଣେ ସମ୍ପାଦକ । ବାହାର ଜିଲ୍ଲାରୁ ଆସିଲେ ୨୦ ମିଲର । ଧାନ କିଣା ବେଳେ ସରକାରୀ ନିୟମ ଭଙ୍ଗର ଅଭିଯୋଗ ଆସିଥିଲା। ତଦନ୍ତ ପରେ ଧାନ କିଣା ଦାୟିତ୍ଵରୁ ଅପସାରଣ କରାଯାଇଛି। ଭଦ୍ରକ ଜିଲ୍ଲା ସାବରଙ୍ଗ ସେବା ସମବାୟ ସମିତି ସମ୍ପାଦକଙ୍କୁ ମଣ୍ଡି ଅଧିକାରୀ ଦାୟିତ୍ୱରୁ ଅବ୍ୟାହତ ଦିଆଯାଇଛି ।କିଛି ଦିନ ପୂର୍ବରୁ ସମ୍ପାଦକଙ୍କ ବିରୋଧରେ ଚାଷୀମାନେ ଅଭିଯୋଗ କରିଥିଲା । ଅନିୟମିତତା ଅଭିଯୋଗର ତଦନ୍ତ ପରେ ନିଷ୍ପତ୍ତି ନିଆଯାଇଛି। ସମାନ ଭାବେ ଜିଲ୍ଲାକୁ ଧାନ ସଂଗ୍ରହ ପାଇଁ ଅନ୍ୟ ଜିଲ୍ଲାରୁ ୨୦ ମିଲରଙ୍କୁ ଅନୁମତି ମିଳିଛି । ସରକାରୀ ବିଧି ବ୍ୟବସ୍ଥାରେ ଧାନ କିଣା ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଅନୁମୋଦନ ଅନୁଯାଇ ଧାନ କିଣିବା ପାଇଁ ଜିଲ୍ଲା ବାହାରୁ ୨୦ ଜଣ ମିଲର୍ ଜିଲ୍ଲାରେ ପହଞ୍ଚିଛନ୍ତି । ସମ୍ବଲପୁରରୁ ୧୩ , ମୟୁରଭଞ୍ଜରୁ ୪ ,କଟକରୁ ୧ , ଯାଜପୁରରୁ ୧, ଖୋର୍ଦ୍ଧାରୁ ୧ ଜଣ ମିଲର ଆସିଛନ୍ତି । ସୂଚନାଯୋଗ୍ୟ ଯେ, ୫ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୩୦୮୩୭ ଜଣ ଚାଷୀଙ୍କ ଠାରୁ ସମୁଦାୟ ୧୩୨୮୧୦୧ କ୍ଵିଣ୍ଟାଲ ଧାନ କିଣାଯାଇଛି। ସେଥିରୁ୧୧୨୯୯୫୩  କ୍ଵିଣ୍ଟାଲ ଧାନ ମିଲର୍ ମଣ୍ଡିରୁ ଉଠାଇ ସାରିଛନ୍ତି। ୧୯୮୧୬୫ କ୍ଵିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି। ଅଦ୍ୟାବଧି ୧୬୪୬୩୮୭  କ୍ଵିଣ୍ଟାଲ ଧାନ କିଣା ପାଇଁ ମିଲର୍ ମାନଙ୍କୁ ଟାର୍ଗେଟ ବଣ୍ଟାଯାଇଛି ।

ଦାୟିତ୍ଵରୁ ହଟିଲେ ଆଉ ଜଣେ ସମ୍ପାଦକ, ବାହାର ଜିଲ୍ଲାରୁ ଆସିଲେ ୨୦ ମିଲର

ଭଦ୍ରକ ୦୬।୦୨ : ଦାୟିତ୍ୱରୁ ହଟିଲେ ଆଉ ଜଣେ ସମ୍ପାଦକ । ବାହାର ଜିଲ୍ଲାରୁ ଆସିଲେ ୨୦ ମିଲର । ଧାନ କିଣା ବେଳେ ସରକାରୀ ନିୟମ ଭଙ୍ଗର ଅଭିଯୋଗ ଆସିଥିଲା। ତଦନ୍ତ ପରେ ଧାନ କିଣା ଦାୟିତ୍ଵରୁ ଅପସାରଣ କରାଯାଇଛି। ଭଦ୍ରକ ଜିଲ୍ଲା ସାବରଙ୍ଗ ସେବା ସମବାୟ ସମିତି ସମ୍ପାଦକଙ୍କୁ ମଣ୍ଡି ଅଧିକାରୀ ଦାୟିତ୍ୱରୁ ଅବ୍ୟାହତ ଦିଆଯାଇଛି ।

କିଛି ଦିନ ପୂର୍ବରୁ ସମ୍ପାଦକଙ୍କ ବିରୋଧରେ ଚାଷୀମାନେ ଅଭିଯୋଗ କରିଥିଲା । ଅନିୟମିତତା ଅଭିଯୋଗର ତଦନ୍ତ ପରେ ନିଷ୍ପତ୍ତି ନିଆଯାଇଛି। ସମାନ ଭାବେ ଜିଲ୍ଲାକୁ ଧାନ ସଂଗ୍ରହ ପାଇଁ ଅନ୍ୟ ଜିଲ୍ଲାରୁ ୨୦ ମିଲରଙ୍କୁ ଅନୁମତି ମିଳିଛି । ସରକାରୀ ବିଧି ବ୍ୟବସ୍ଥାରେ ଧାନ କିଣା ତ୍ୱରାନ୍ୱିତ କରିବା ପାଇଁ ସରକାରଙ୍କ ଅନୁମୋଦନ ଅନୁଯାଇ ଧାନ କିଣିବା ପାଇଁ ଜିଲ୍ଲା ବାହାରୁ ୨୦ ଜଣ ମିଲର୍ ଜିଲ୍ଲାରେ ପହଞ୍ଚିଛନ୍ତି । ସମ୍ବଲପୁରରୁ ୧୩ , ମୟୁରଭଞ୍ଜରୁ ୪ ,କଟକରୁ ୧ , ଯାଜପୁରରୁ ୧, ଖୋର୍ଦ୍ଧାରୁ ୧ ଜଣ ମିଲର ଆସିଛନ୍ତି । 

ସୂଚନାଯୋଗ୍ୟ ଯେ, ୫ ତାରିଖ ସନ୍ଧ୍ୟା ସୁଦ୍ଧା ଜିଲ୍ଲାରେ ୩୦୮୩୭ ଜଣ ଚାଷୀଙ୍କ ଠାରୁ ସମୁଦାୟ ୧୩୨୮୧୦୧ କ୍ଵିଣ୍ଟାଲ ଧାନ କିଣାଯାଇଛି। ସେଥିରୁ୧୧୨୯୯୫୩  କ୍ଵିଣ୍ଟାଲ ଧାନ ମିଲର୍ ମଣ୍ଡିରୁ ଉଠାଇ ସାରିଛନ୍ତି। ୧୯୮୧୬୫ କ୍ଵିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଛି। ଅଦ୍ୟାବଧି ୧୬୪୬୩୮୭  କ୍ଵିଣ୍ଟାଲ ଧାନ କିଣା ପାଇଁ ମିଲର୍ ମାନଙ୍କୁ ଟାର୍ଗେଟ ବଣ୍ଟାଯାଇଛି ।