୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ ସମ୍ଭବ ହୋଇପାରି ନ ଥିଲା। ଦ୍ୱିତୀୟ ଦିନରେ ଟସ ଜିତି ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଆଗରେ ତାସ୍‌ ପତା ଭଳି ଖସିପଡ଼ିଥିଲା। ୫୫ବର୍ଷ ପୂର୍ବେ ଖେଳାଯାଇଥିବା ମ୍ୟାଚକୁ ନ୍ୟୁଜିଲାଣ୍ଡ ମଧ୍ୟ ମନେ ପକାଇ ଦେଇଛି। ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ସମ୍ପୂର୍ଣ୍ଣ […] The post ୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ appeared first on Dharitri Odia News.

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ ସମ୍ଭବ ହୋଇପାରି ନ ଥିଲା। ଦ୍ୱିତୀୟ ଦିନରେ ଟସ ଜିତି ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଆଗରେ ତାସ୍‌ ପତା ଭଳି ଖସିପଡ଼ିଥିଲା। ୫୫ବର୍ଷ ପୂର୍ବେ ଖେଳାଯାଇଥିବା ମ୍ୟାଚକୁ ନ୍ୟୁଜିଲାଣ୍ଡ ମଧ୍ୟ ମନେ ପକାଇ ଦେଇଛି।

ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲା। ୨୩.୫ ଓଭରରେ ୩୪ ରନରେ ଭାରତ ୬ ଉଇକେଟ ହରାଇଥିଲା। କୌଣସି ବ୍ୟାଟ୍ସମ୍ୟାନ ୧୫ ରନ ସ୍କୋର ମଧ୍ୟ ପାର କରିପାରି ନ ଥିଲେ। କ୍ୟାପଟେନ ରୋହିତ ଶର୍ମା ୨ ରନ ସ୍କୋର କରିବା ପରେ ଆଉଟ ହୋଇଥିଲେ। ଏହା ସହିତ ନ୍ୟୁଜିଲାଣ୍ଡ ବୋଲରମାନେ ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଶୂନ ରନରେ ଆଉଟ୍‌ କରିଥିଲେ। ଏଥି ମଧ୍ୟରେ ବିରାଟ କୋହଲି, ସରଫରାଜ ଖାନ, କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ଅଛନ୍ତି। ୫୫ ବର୍ଷ ପୂର୍ବେ ମଧ୍ୟ ନ୍ୟୁଜିଲାଣ୍ଡ ଭାରତକୁ ସମାନ ଅବସ୍ଥାରେ ପକାଇ ଦେଇଥିଲା।

୧୯୬୯ରେ ହାଇଦ୍ରାବାଦରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡର ବୋଲରମାନେ ୬ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ୨୭ ରନରେ ପାଭିଲିୟନକୁ ପଠାଇଥିଲେ। ଯେଉଁଥିରେ ତିନିଜଣ ବ୍ୟାଟ୍ସମ୍ୟାନ ଶୂନ୍ୟରେ ଆଉଟ୍‌ ହୋଇଥିଲେ ଏବଂ ଅବଶିଷ୍ଟ ତିନିଜଣ ବ୍ୟାଟ୍ସମ୍ୟାନ ୧୦ ରନ ସ୍କୋର ମଧ୍ୟ ପାର ହୋଇପାରି ନ ଥିଲେ। ଏହି ମ୍ୟାଚ ଡ୍ର ହୋଇଥିଲା।

୨୦୨୦ରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡିସେମ୍ବର ୧୭ରେ ଆଡିଲେଡରେ ଆରମ୍ଭ ହୋଇଥିଲା। ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଭାରତୀୟ ଦଳକୁ ପରାସ୍ତ କରିଥିଲା। ସେହି ଇନିଂସରେ ଅଷ୍ଟ୍ରେଲିଆ ୬ଟି ଭାରତୀୟ ବ୍ୟାଟ୍ସମ୍ୟାନ ୧୯ ରନ ପାଇଁ ପାଭିଲିୟନକୁ ପଠାଇଥିଲା। ତା’ପରେ ସେହି ଇନିଂସରେ ୨୧.୨ ଓଭରରେ ଭାରତ ୨୨ ରନ ସଂଗ୍ରହ କରିଥିଲା। ଅଷ୍ଟ୍ରେଲିଆ ଏହି ମ୍ୟାଚକୁ ୮ ଉଇକେଟରେ ଜିତିଥିଲା।

The post ୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ appeared first on Dharitri Odia News.