ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ
ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ଏହି ୬ଟି ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ। ଏହି ପାସପୋର୍ଟ ଏହାର ନାଗରିକମାନଙ୍କୁ ବିଶ୍ୱର ୨୨୭ଟି ଗନ୍ତବ୍ୟସ୍ଥଳ ମଧ୍ୟରୁ ୧୯୪କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିଥାଏ। ୟୁରୋପର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଏହି ତାଲିତକାର ପ୍ରଥମ ସ୍ଥନରେ […] The post ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ appeared first on Dharitri Odia News.
ନୂଆଦିଲ୍ଲୀ,୧।୧୧: ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟର ତାଲିକା ପ୍ରକାଶ ପାଇଛି। ହେନଲି ପାସପୋର୍ଟ ଇଣ୍ଡେକ୍ସ ୨୦୨୪ ଅନୁଯାୟୀ, ଏଥର ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ୬ଟି ଦେଶ ପ୍ରଥମ ସ୍ଥାନରେ ଅଛନ୍ତି। ଏହାର ଅର୍ଥ ଏହି ୬ଟି ଦେଶର ପାସପୋର୍ଟ ସବୁଠୁ ଶକ୍ତିଶାଳୀ। ଏହି ପାସପୋର୍ଟ ଏହାର ନାଗରିକମାନଙ୍କୁ ବିଶ୍ୱର ୨୨୭ଟି ଗନ୍ତବ୍ୟସ୍ଥଳ ମଧ୍ୟରୁ ୧୯୪କୁ ଭିସାମୁକ୍ତ ପ୍ରବେଶ ପ୍ରଦାନ କରିଥାଏ। ୟୁରୋପର ଫ୍ରାନ୍ସ, ଜର୍ମାନୀ, ଇଟାଲୀ ଏବଂ ସ୍ପେନ ଏହି ତାଲିତକାର ପ୍ରଥମ ସ୍ଥନରେ ସାମିଲ ଅଛନ୍ତି। ଏଥି ସହିତ କ୍ରମାଗତ ପାଞ୍ଚ ବର୍ଷ ଧରି ଏହି ସ୍ଥିତିରେ ରହି ଆସିଥିବା ଏସୀୟ ଦେଶ ଜାପାନ ଏବଂ ସିଙ୍ଗାପୁର ପୁଣି ଥରେ ନମ୍ବର-୧ ରହିଛନ୍ତି।
ୟୁରୋପୀୟ ଦେଶମାନେ ପୁଣି ଥରେ ହେନଲି ପାସପୋର୍ଟ ଇଣ୍ଡେକ୍ସର ଟପ-୧୦ରେ ପ୍ରବେଶ କରିଛନ୍ତି। ଏହି ତାଲିକାରେ ଦ୍ୱିତୀୟରେ ଫିନଲାଣ୍ଡ ଏବଂ ସ୍ବିଡେନ ସହିତ ଦକ୍ଷିଣ କୋରିଆ ଅଛି, ଯାହାର ପାସପୋର୍ଟ ୧୯୩ଟି ଗନ୍ତବ୍ୟ ସ୍ଥାନକୁ ଭିସା ମୁକ୍ତ ଯାତ୍ରା କରିବାକୁ ଅନୁମତି ଦେଇଥାଏ। ଏଥି ସହିତ ତୃତୀୟ ସ୍ଥାନରେ ଅଷ୍ଟ୍ରିଆ, ଡେନମାର୍କ, ଆୟର୍ଲାଣ୍ଡ ଏବଂ ନେଦରଲାଣ୍ଡ ଅଛି, ଯାହାର ପାସପୋର୍ଟ ନାଗରିକମାନେ ୧୯୨ ଗନ୍ତବ୍ୟସ୍ଥଳକୁ ଭିସାମୁକ୍ତ ପ୍ରବେଶ କରିପାରିବେ। ୧୯୧ ଗନ୍ତବ୍ୟସ୍ଥଳକୁ ଭିସା ମୁକ୍ତ ପ୍ରବେଶ ସହିତ ବ୍ରିଟେନ ଚତୁର୍ଥ ସ୍ଥାନରେ ରହିଛି। ବ୍ରିଟେନ୍ ଗତ ବର୍ଷ ଷଷ୍ଠ ସ୍ଥାନରେ ରହିଥିଲା।
ଏହି ତାଲିକାରେ ଭାରତ ୮୦ତମ ସ୍ଥାନରେ ରହିଛି। ଭାରତୀୟମାନେ ବର୍ତ୍ତମାନ ସେମାନଙ୍କ ପାସପୋର୍ଟ ମାଧ୍ୟମରେ ଭିସା ବିନା ୬୨ ଗନ୍ତବ୍ୟସ୍ଥଳ ପରିଦର୍ଶନ କରିପାରିବେ। ଏଥି ମଧ୍ୟରେ ଥାଇଲାଣ୍ଡ, ଇଣ୍ଡୋନେସିଆ, ମରିସସ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପ ସାମିଲ ଅଛି। ଅନ୍ୟପକ୍ଷରେ ଯଦି ଆମେ ଭାରତର ପଡୋଶୀ ଦେଶ ବିଷୟରେ କଥା ହେଉ, ଭିସା ମୁକ୍ତ ପ୍ରବେଶ ପାଇଁ ୮୫ ଗନ୍ତବ୍ୟସ୍ଥଳ ମଧ୍ୟରେ ଚାଇନା ୬୨ ତମ ସ୍ଥାନରେ ରହିଛି।
ଏଥି ସହିତ ଦୁର୍ବଳ ପାସପୋର୍ଟ ତାଲିକାରେ ଆଫଗାନିସ୍ତାନ ଶୀର୍ଷରେ ଅଛି। ତେବେ ପାକିସ୍ତାନର ପାସପୋର୍ଟ ମଧ୍ୟ ଦୁର୍ବଳ ତାଲିକାରେ ଚତୁର୍ଥ ସ୍ଥାନରେ ରହିଛି। ଯୁଦ୍ଧ ପ୍ରଭାବିତ ସିରିଆ ଏବଂ ଇରାକର ପାସପୋର୍ଟ ଏହି ତାଲିକାରେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛି।
The post ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ: ପ୍ରଥମ ସ୍ଥାନରେ ଅଛନ୍ତି ୬ ଦେଶ, କେଉଁ ସ୍ଥାନରେ ଅଛି ଭାରତ ଜାଣନ୍ତୁ appeared first on Dharitri Odia News.